ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶର ଘରୋଇ ଟିକାକରଣ କେନ୍ଦ୍ରରେ ୧୮ରୁ ୫୯ ବର୍ଷ ମଧ୍ୟରେ ବ୍ୟକ୍ତିଙ୍କୁ ପ୍ରତିଷେଧକ ମାତ୍ରା ପ୍ରଦାନ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ପ୍ରାଥମିକ ତାଲିମ


ଘରୋଇ କୋଭିଡ-୧୯ ଟିକାକରଣ କେନ୍ଦ୍ରଗୁଡିକ ଟିକା ମୂଲ୍ୟ ଛଡା ସର୍ବାଧିକ ୧୫୦ ଟଙ୍କା ପର୍ଯ୍ୟନ୍ତ ସେବାବାବଦ ଦେୟ ଅସୁଲ କରିପାରିବେ

Posted On: 09 APR 2022 12:17PM by PIB Bhubaneshwar

ଘରୋଇ କୋଭିଡ ଟିକାକରଣ ଗ୍ରହଣ କେନ୍ଦ୍ର ଗୁଡିକରେ ୧୮ରୁ ୫୯ ବର୍ଷର ଲୋକମାନଙ୍କ ପ୍ରତିଷେଧକ ମାତ୍ରା ଦେବା ସଂକ୍ରାନ୍ତ ଏକ ପ୍ରାକ ପ୍ରସ୍ତୁତି ବୈଠକ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କ ଅଧ୍ୟକ୍ଷତାରେ ତା ୦୯.୪.୨୨ ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ସଚିବମାନେ ଯୋଗ ଦେଇଥିଲେ ।

ପ୍ରଥମ ଓ ଦ୍ୱିତୀୟ ମାତ୍ରା ଯାହା ପ୍ରତିଷେଧକ ମାତ୍ରା ମଧ୍ୟ ଠିକ ସେଇୟା ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ କହିଥିଲେ । ପ୍ରତ୍ୟେକ ହିତାଧିକାରୀ କୋୱିନ ପୋର୍ଟାଲରେ ପଞ୍ଜିକୃତ ହୋଇ ସାରିଥିବାରୁ ପ୍ରତିଷେଧକ ମାତ୍ରା ନିମନ୍ତେ କୌଣସି ସାନି ପଞ୍ଜିକରଣର ଆବଶ୍ୟକତା ନାହିଁ ।

ଏଥିରେ କୁହାଯାଇଥିଲା ଯେ ସମସ୍ତ ଟିକାକରଣ କୋୱିନ ପୋର୍ଟାଲରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ ଓ ଅନଲାଇନ ଆପଏଣ୍ଟମେଣ୍ଟ ଓ ୱାକଇନ ପଞ୍ଜିକରଣର ଦୁଇଟି ଯାକ ଇଛାଧୀନ ବିଷୟ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ।

ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନୁସାରେ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରଗୁଡିକ ସେମାନଙ୍କ ସାଇଟ ଖୋଲା ରଖିବେ । ଟିକାର ମୂଲ୍ୟକୁ ଛାଡି ସେମାନେ ଜଣଙ୍କଠାରୁ ସର୍ବାଧିକ ୧୫୦ ଟଙ୍କା ସେବାବାବଦ ଆୟ ଅସୁଲ କରିପାରିବେ । ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସର ନାଗରିକ ଯେକୌଣସି କୋଭିଡ ଟିକା ଗ୍ରହଣ କେନ୍ଦ୍ରରେ ପ୍ରତିଷେଧକ ମାତ୍ରା ନେଇପାରିବେ । ସରକାରୀ ଟିକାକରଣ କେନ୍ଦ୍ରରେ ସେମାନଙ୍କୁ କୌଣସି ଦେୟ ପଇଠ କରିବାକୁ ପଡିବ ନାହିଁ ।

ରାଜ୍ୟ ଅଧିକାରୀମାନଙ୍କୁ କୋୱିନ ପ୍ଲାଟଫର୍ମରେ ଥିବା ବିଭିନ୍ନ ନୂତନ ବ୍ୟବସ୍ଥା ନେଇ ମଧ୍ୟ ସବିଶେଷ ପ୍ରାକ ପ୍ରସ୍ତୁତି ତାଲିମ ପ୍ରଦାନ କରାଯାଇଥିଲା ।

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ନିମନ୍ତେ କୋଭିଡ-୧୯ର ବିନାଦେୟ ଯୁକ୍ତ ଟିକା ଓ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ ବର୍ଷରରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସରକାରୀ ଟିକାକରଣ କେନ୍ଦ୍ରରେ ଦେବାକୁ ପରାମର୍ଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଡକ୍ଟର ମନୋହର ଅଗନାନୀ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସ୍ୱାସ୍ଥ୍ୟ ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଅଧିକାରୀ ଏହି ଅଭାସି ବୈଠକରେ ଉପସ୍ଥିତ ଥିଲେ ।

SM/DD

 



(Release ID: 1815386) Visitor Counter : 152