ପଞ୍ଚାୟତିରାଜ ମନ୍ତ୍ରଣାଳୟ

ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆଜାଦି କା ଅମୃତ ମହୋତ୍ସବଙ୍କୁ ସ୍ମରଣୀୟ କରିବା ପାଇଁ 11 ଏପ୍ରିଲ୍‌ ରୁ 17 ଏପ୍ରିଲ୍‌, 2022 ପର୍ଯ୍ୟନ୍ତ ଆଇକନିକ୍ ସପ୍ତାହର ଆୟୋଜନର ପ୍ରସ୍ତୁତି କରିଛି


ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କୟା ନାଇଡୁ ସ୍ଥାୟୀ ବିକାଶ ଲକ୍ଷ୍ୟର ଲୋକାଲାଇଜେସନ୍ ବିଷୟରେ ଜାତୀୟ ହିତାଧିକାରୀ ସମ୍ମିଳନୀକୁ ଉଦଘାଟନ କରିବେ

ଆଇକନିକ୍ ସପ୍ତାହ ଉତ୍ସବର ବିଷୟବସ୍ତୁ ହେଉଛି ‘ପଞ୍ଚାୟତ ର ନବନିର୍ମାଣର ସଙ୍କଳ୍ପୋତ୍ସବ’

ଆଇକନିକ୍ ସପ୍ତାହ ଉତ୍ସବରେ 7 ଟି ଜାତୀୟ ସମ୍ମିଳନୀ ଆୟୋଜନ କରାଯିବ

Posted On: 09 APR 2022 12:27PM by PIB Bhubaneshwar

ପଞ୍ଚାୟତିରାଜ ମନ୍ତ୍ରଣାଳୟ ଆଜାଦି ର ଅମୃତ ମହୋତ୍ସବ (ଏକେଏଏମ୍‌) କୁ ସ୍ମରଣୀୟ କରିବା ପାଇଁ 11 ଏପ୍ରିଲରୁ 17 ଏପ୍ରିଲ, 2022 ପର୍ଯ୍ୟନ୍ତ ଜନ-ଭାଗିଦାରୀର ଭାବନାରେ ଜନ ଉତ୍ସବ ଭାବରେ ଆଇକନିକ ସପ୍ତାହର ଆୟୋଜନ କରିବସମ୍ପୂର୍ଣ୍ଣ ସମାଜଏବଂସମ୍ପୂର୍ଣ୍ଣ-ସରକାରର ଦୃଷ୍ଟିକୋଣର ଅନୁସରଣ କରି ଏହି ମହତ୍ତ୍ବପୂର୍ଣ୍ଣ ଅବସରକୁ ସମ୍ପୂର୍ଣ୍ଣ ଉତ୍ସାହରେ ପାଳନ କରିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପଞ୍ଚାୟତି ରାଜ ସଂସ୍ଥା ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ଲୋକାଲାଇଜେସନର ଦିଗ ରେ ସମସ୍ତ ହିତାଧିକାରୀଙ୍କ ବିଚାର, ଅବଧାରଣା, ଚିନ୍ତନ, ପ୍ରସ୍ତୁତି, ପ୍ରଯୁକ୍ତି, ସର୍ବୋତ୍ତମ ପ୍ରଣାଳୀ ଏବଂ ଅତ୍ୟାଧୁନିକ ଅନ୍ତର୍ଦୃଷ୍ଟିକୁ ଏକ ସହିତ ପ୍ରସ୍ତୁତ କରିବା ପାଇଁ ‘‘ପଞ୍ଚାୟତର ନବନିର୍ମାଣର ସଙ୍କଳ୍ପୋତ୍ସବ’’ ବିଷୟରେ ଆଇକନିକ୍ ସପ୍ତାହ ପାଇଁ ବିଷୟଗତ ସମ୍ମିଳନୀର ଏକ ଶୃଙ୍ଖଳା ପ୍ରସ୍ତୁତ କରିଛନ୍ତି।

11 ଏପ୍ରିଲ୍, 2022 ରେ ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ସ୍ଥାୟୀ ବିକାଶ ଲକ୍ଷ୍ୟର ଲୋକାଲାଇଜେସନ ବିଷୟରେ ଜାତୀୟ ହିତାଧିକାରୀ ସମ୍ମିଳନୀ ଆୟୋଜିତ କରିବା ସହିତ ସପ୍ତାହ ବ୍ୟାପି ଚାଲିବାକୁ ଥିବା ସ୍ମରଣୀୟ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉପରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ଏବଂ ଜାତୀୟ ହିତାଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହି କାରଣରୁ ମଧ୍ୟ ଏହାର ଅଧିକ ଗୁରୁତ୍ବ ରହିଛି। ଉପରାଷ୍ଟ୍ରପତି ଉଦ୍‌ଘାଟନୀ ଅବସରରେ ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣର ଲୋଗୋ, ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣର ସଞ୍ଚାଳନ ବିଷୟରେ ରାଜ୍ୟ ଗୁଡ଼ିକୁ ଜାରି ପରାମର୍ଶର ସଙ୍କଳନ  ଏବଂ ଗ୍ରାମ ପଞ୍ଚାୟତ ଦ୍ବାରା ଉପଯୋଗ ପାଇଁ ବିଷୟଗତ ପ୍ରସ୍ତୁତି ଗୁଡ଼ିକର ସଙ୍କଳନକୁ ମଧ୍ୟ ବିମୋଚନ କରିବେ। କେନ୍ଦ୍ରୀୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ୍ ଇରାନି, କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, କେନ୍ଦ୍ରୀୟ ପଞ୍ଚାୟତି ରାଜ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କପିଳ ମାରେଶ୍ବର ପାଟିଲ, କେନ୍ଦ୍ରୀୟ ଗ୍ରାମୀଣ ବିକାଶ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଫଗନ ସିଂହ କୁଲସ୍ତେ ଏହି ଅବସରରେ ଉପସ୍ଥିତ ରହିବେ। ରାଜ୍ୟର ପଞ୍ଚାୟତି ରାଜ ମନ୍ତ୍ରୀ, ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶର ପଞ୍ଚାୟତି ରାଜ ବିଭାଗର ବରିଷ୍ଠ ଅଧିକାରୀ, ଜାତୀୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତି ରାଜ ସଂସ୍ଥାନ (ଏନଆଇଆରଡି-ପିଆର), ରାଜ୍ୟ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତି ରାଜ ସଂସ୍ଥାନ (ଏସଆଇଆରଡି-ପିଆର) ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଏବଂ ପଦାଧିକାରୀଙ୍କୁ ମଧ୍ୟ ଜାତୀୟ ହିତାଧିକାରୀ ସମ୍ମିଳନୀରେ ଭାଗ ନେବା ପାଇଁ ଆମନ୍ତ୍ରିତ କରାଯାଇଛି। ସାତ ଦିବସର ଏହି ବିଷୟଗତ ସମ୍ମିଳନୀର ବିବରଣୀ ନିମ୍ନ ପ୍ରକାର ଅଟେ :

କ୍ର.ସଂ.

ତାରିଖ/ଦିନ

ଜାତୀୟ ସମ୍ମିଳନୀ

1

11 ଏପ୍ରିଲ୍, 2022 (ସୋମବାର)

ସ୍ଥାୟୀ ବିକାଶ ଲକ୍ଷ୍ୟକୁ ସ୍ଥାନୀୟକରଣ ବିଷୟରେ ଜାତୀୟ ହିତାଧିକାରୀ ସମ୍ମିଳନୀ।

2

12 ଏପ୍ରିଲ୍, 2022 (ମଙ୍ଗଳବାର)

ସୁଶାସନ ସମ୍ପର୍କିତ ଜାତୀୟ ସମ୍ମିଳନୀ।

3

13 ଏପ୍ରିଲ୍, 2022 (ବୁଧବାର)

ପିଲାମାନଙ୍କର ଅନୁକୂଳ ଗ୍ରାମ ଏବଂ ଗ୍ରାମ ଗୁଡ଼ିକରେ ଲିଙ୍ଗଗତ  ସମାନତା ପାଇଁ ବିକାଶକୁ ବୃଦ୍ଧି କରିବା ପାଇଁ ଏସଡିଜିର ଲୋକାଲାଇଜେସନ ବିଷୟରେ ଜାତୀୟ ସମ୍ମିଳନୀ।

4

14 ଏପ୍ରିଲ୍, 2022 (ଗୁରୁବାର)

ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ନିଜସ୍ବ ଉତ୍ସ ରାଜସ୍ବର ବୃଦ୍ଧି ସମ୍ପର୍କିତ ଜାତୀୟ ସମ୍ମିଳନୀ।

5

15 ଏପ୍ରିଲ୍, 2022 (ଶୁକ୍ରବାର)

ସୁସ୍ଥ ଗ୍ରାମ ଓ ସାମାଜିକ ଭାବରେ ସୁରକ୍ଷିତ ଗ୍ରାମ ବିଷୟରେ ଏସଡିଜିର ଲୋକାଲାଇଜେସନ ଉପରେ ଜାତୀୟ ସମ୍ମିଳନୀ।

6

16 ଏପ୍ରିଲ୍, 2022 (ଶନିବାର)

ଜଳ ସମୃଦ୍ଧ ଗ୍ରାମ ଏବଂ ସ୍ବଚ୍ଛ ଏବଂ ସବୁଜ ଗ୍ରାମକୁ ନେଇ ଏସଡିଜିର ଲୋକାଲାଇଜେସନ ପାଇଁ ଜାତୀୟ ସମ୍ମିଳନୀ।

7

17 ଏପ୍ରିଲ୍, 2022 (ରବିବାର)

ଦାରିଦ୍ର୍ୟମୁକ୍ତ ଏବଂ ଉନ୍ନତ ଆଜିବୀକା ଗ୍ରାମ ଏବଂ ଗ୍ରାମରେ ଆତ୍ମନିର୍ଭର ମୂଳଦୁଆ ଢାଞ୍ଚାକୁ ନେଇ ଏସଡିଜିର ଲୋକାଲାଇଜେସନ ଉପରେ ଜାତୀୟ ସମ୍ମିଳନୀ।

 

ଆଇକନିକ୍ ସପ୍ତାହ ସମୟରେ ଜାତୀୟ ସମ୍ମିଳନୀ ଏକ ପାରସ୍ପରିକ ଏବଂ ପ୍ରଭାବୀ ଭାବରେ ଆୟୋଜିତ ହେବ ପଞ୍ଚାୟତ ରାଜ ମନ୍ତ୍ରଣାଳୟ ସାରା ଦେଶରେ ଗ୍ରାମୀଣ କ୍ଷେତ୍ରରେ ଭୂମି ସ୍ତରରେ ଗଣତନ୍ତ୍ର ଏବଂ ଭୂମି ସ୍ତରରେ ଶାସନର ସ୍ତମ୍ଭକୁ ମଜବୁତ୍ କରିବା ଏବଂ ସମସ୍ତ ସ୍ତରର ପଞ୍ଚାୟତର ପ୍ରଦର୍ଶନକୁ ବଢ଼ାଇବା ପାଇଁ ଦାୟୀତ୍ବସମ୍ପନ୍ନ ହୋଇଥିବା କାରଣରୁ ଏହି ଆଇକୋନିକ୍ ସପ୍ତାହକୁ ଏପରି ଭାବରେ ପାଳନ କରିବାକୁ ଚେଷ୍ଟା କରିଛି ଯେ ଏହି ସମ୍ମିଳନୀ ଜାତୀୟ ପ୍ରଭାବ ଏବଂ ଦୀର୍ଘକାଳିନ ପ୍ରୟୋଜନରେ ପଞ୍ଚାୟତି ରାଜ ସଂସ୍ଥା ମାଧ୍ୟମରେ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ଲୋକାଲାଇଜେସନର ଦିଗରେ ସମସ୍ତ ହିତାଧିକାରୀଙ୍କ  ମଧ୍ୟରେ ଜ୍ଞାନର ଓ ବିଚାରକୁ ଆଦାନ-ପ୍ରଦାନ ତଥା ସେୟାର କରିବା ପାଇଁ ଏକ ଉପଯୋଗୀ ମଞ୍ଚ ଭାବରେ ସୃଷ୍ଟି ହୋଇପାରିବ ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରାପ୍ତ କରିବା ତଥା ସମ୍ବଳ ସଂଗ୍ରହ ପାଇଁ ପଞ୍ଚାୟତି ରାଜ ସଂସ୍ଥାର କାର୍ଯ୍ୟକୁ ବ୍ୟାପକ ସମର୍ଥନ ମିଳିପାରିବ। ଆଇକନିକ୍ ସପ୍ତାହ (11-17 ଏପ୍ରିଲ୍‌, 2022) ସମୟରେ ଆୟୋଜିତ ଜାତୀୟ ସମ୍ମିଳନୀରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ଦ୍ରୁତ ଗତିରେ ଆଗକୁ ଯିବା ପାଇଁ ସମୃଦ୍ଧ ବିଚାର ବିମର୍ଷ ଏବଂ ଉପଯୁକ୍ତ ପରିମାଣ ଦେଖିବାକୁ ମିଳିବ ଏବଂ ଏହା ଦୋର ସମସ୍ତ ଅଂଶରୁ ଭାଗ ନେଉଥିବା ପ୍ରତିନିଧିଙ୍କ ପାଇଁ ଏକ ଉତ୍ତମ ଅନୁଭବ ଭାବରେ ପ୍ରମାଣିତ ହେବ।

 ଆଇକନିକ୍ ସପ୍ତାହ ଉତ୍ସବ ଏକ ଏପରି ଆନ୍ଦୋଳନ ନିର୍ମାଣରେ ସହାୟତା କରିବ ଯାହା ସମସ୍ତ ହିତାଧିକାରୀଙ୍କୁ ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜି) ର ପ୍ରାପ୍ତିର ଗତିରେ ତୀବ୍ରତା ଆଣିବା ପାଇଁ ପ୍ରେରିତ କରିବ ଏବଂ ଆମର ଦେଶକୁ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ ପ୍ରତିବଦ୍ଧତା (ଗ୍ରାମୀଣ ଭାରତରେ ପଞ୍ଚାୟତ ମାଧ୍ୟମରେ) କୁ ନିର୍ଦ୍ଧାରିତ ସମୟରେ ପୂରଣ କରିବାରେ ସହାୟତା କରିବ। ଆଇକନିକ୍ ସପ୍ତାହର କାର୍ଯ୍ୟକ୍ରମ ସ୍ଥାୟୀ ବିକାଶ ଲକ୍ଷ୍ୟକୁ  ପ୍ରାପ୍ତ କରିବାରେ ପଞ୍ଚାୟତର ଭୂମିକାକୁ ପ୍ରମୁଖତାକୁ ରେଖାଙ୍କିତ କରିବ ଏବଂ ସାମୁଦାୟିକ ସଚେତନତା ଏବଂ ଭାଗିଦାରୀ ର ବିକାଶ ପାଇଁ ଆବଶ୍ୟକ ସଚେତନତା ସୃଷ୍ଟି କରିବ। ସାତ ଦିବସର ଏହି ସମ୍ମିଳନୀରେ ସାରା ଦେଶରୁ ପଞ୍ଚାୟତର ପ୍ରତିନିଧିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ବିଚାର ଏକ ଅଭିଜ୍ଞତାକୁ ଆଦାନ ପ୍ରଦାନ ପାଇଁ ଏକ ଉପଯୁକ୍ତ ଅବସର ଏବଂ ମଞ୍ଚ ହେବ।  ସାତ ଦିବସର କାର୍ଯ୍ୟକ୍ରମକୁ ଏହି ଭାବରେ ପ୍ରସ୍ତୁତ କରାଯାଇଛି ଯେ ଏହା ପଞ୍ଚାୟତ ଏବଂ ଅନ୍ୟ ପ୍ରମୁଖ ହିତାଧିକାରୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ।

ପଞ୍ଚାୟତିରାଜ ସଂସ୍ଥା, ସଂପୃକ୍ତ ମନ୍ତ୍ରଣାଳୟ/ ବିଭାଗ, ରାଜ୍ୟ ସରକାର/ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ, ନାଗରିକ ସମାଜ, ଗୋଷ୍ଠୀ, ଆଇଆଇଟି/ ଆଇଆଇଏମ୍  ଆକାଡେମିକ୍, ଅଣ-ସରକାରୀ ସଙ୍ଗଠନ/ ଗୋଷ୍ଠୀ ସଙ୍ଗଠନ, ଆନ୍ତର୍ଜାତୀୟ ଏଜେନ୍ସି ଆଦି ପରି ବିଭିନ୍ନ ହିତାଧିକାରୀମାନଙ୍କୁ ଭାଗିଦାରୀ ଏବଂ ସାର୍ଥକ ଭାଗିଦାରୀକୁ ବୃଦ୍ଧି ପ୍ରାପ୍ତ ସ୍ତରକୁ ସୁନିଶ୍ଚିତ କରିବା ପାଇଁ ଏକ ସଶକ୍ତ ସମ୍ପୂର୍ଣ୍ଣ ସମାଜ ଏବଂ ସମ୍ପୂର୍ଣ୍ଣ ସରକାରଙ୍କ ଦୃଷ୍ଟିକୋଣର ପାଳନ କରାଯାଇଛି। ସ୍ଥାୟୀ ବିକାଶ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ମନ୍ତ୍ରଣାଳୟ/ ସଂପୃକ୍ତ ମନ୍ତ୍ରଣାଳୟ ଏବଂ ଅନ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ପଦକ୍ଷେପ/ କାର୍ଯ୍ୟକ୍ରମ/ ପ୍ରସ୍ତୁତି ଆଦିକୁ ନିର୍ଦ୍ଧାରିତ କରାଯାଇଛି ଏବଂ ଗ୍ରାମ ପଞ୍ଚାୟତ ପାଇଁ ନିର୍ଦ୍ଧାରିତ କରାଯାଇଥିବା ନଅଟି ବିଷୟ – (1) ଦାରିଦ୍ର୍ୟମୁକ୍ତ ଏବଂ ବଢ଼ିଥିବା ଆଜିବୀକା ବାଳ ଗ୍ରାମ (ଥିମ -1), (2) ସୁସ୍ଥ ଗ୍ରାମ (ଥିମ୍ 2), (3) ପିଲାମାନଙ୍କ ପାଇଁ ଅନୁକୂଳ ଗ୍ରାମ (ଥିମ 3), (4) ପାଣିର ପର୍ଯ୍ୟାପ୍ତତା ଯୁକ୍ତ ଗ୍ରାମ (ଥିମ୍ 4), (5) ସ୍ବଚ୍ଛ ଏବଂ ସବୁଜ ଗ୍ରାମ (ଥିମ୍ 5), (6) ଗ୍ରାମରେ ଆତ୍ମନିର୍ଭର ମୌଳିକ ଢାଞ୍ଚା (ଥିମ୍ 6), (7) ସାମାଜିକ ଭାବରେ ସୁରକ୍ଷିତ ଗ୍ରାମ (ଥିମ୍ -7) (8) ସୁଶାସନଯୁକ୍ତ ଗ୍ରାମ (ଥିମ୍ 8) ଏବଂ (9) ଗ୍ରାମରେ ବିକାଶର ଆରମ୍ଭ (ଥିମ୍ 9) ରେ ଗୁରୁତ୍ବ ଦେବା ବିଷୟରେ ବିଚାର ବିମର୍ଷ କରାଯିବ।

ଭବିଷ୍ୟତର ରୋଡମ୍ୟାପ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ହିତାଧିକାରୀଙ୍କ ବିଚାର ଏବଂ ଦୃଷ୍ଟିକୋଣର ଆଦାନ-ପ୍ରଦାନ ଏବଂ ଡକୁମେଣ୍ଟେସନ କରାଯିବ। ଏହି ସମ୍ମିଳନୀ ଏକ ମହତ୍ତ୍ବପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିବ କାରଣ କେନ୍ଦ୍ର ମନ୍ତ୍ରୀ, ପଞ୍ଚାୟତରାଜ ମନ୍ତ୍ରୀ ଏବଂ ଅନ୍ୟ ହିତାଧିକାରୀ ଏହି ପ୍ରୟାସ ପାଇଁ ମନ୍ତ୍ରଣାଳୟ/ ରାଜ୍ୟର ବିଚାର, ଦୃଷ୍ଟିକୋଣ ଏବଂ ପ୍ରସ୍ତୁତି ଆଦିକୁ ଆଦାନ ପ୍ରଦାନ କରିବେ। ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ 2030 ଏଜେଣ୍ଡାକୁ ପ୍ରାପ୍ତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଏହି ଅବସରରେ ସମସ୍ତ ପ୍ରମୁଖ ହିତାଧିକାରୀ ମଧ୍ୟ ଉପସ୍ଥିତ ରହିବେ। କାର୍ଯ୍ୟକ୍ରମରେ ଜନସାଧାରଣ ଏବଂ ପଞ୍ଚାୟତିରାଜ ସଂସ୍ଥାର ସକ୍ରିୟ ସହଭାଗୀତା ସହିତ ଗ୍ରାମୀଣ କ୍ଷେତ୍ରରେ ସେବାର ପ୍ରଦାନ ଏବଂ ଉଚିତ୍ ଭାବରେ ନିର୍ଦ୍ଧାରିତ ଲକ୍ଷ୍ୟର ପ୍ରାପ୍ତି ଉପରେ ଧ୍ୟାନ ଦେବା ସହିତ ମନ୍ତ୍ରଣାଳୟର ସମଗ୍ର ଏବଂ ସମ୍ମିଳିତ ଦୃଷ୍ଟିକୋଣ ଉପରେ ଗଭୀର ବିଚାର ବିମର୍ଷ ଉପରେ ମୁଖ୍ୟ ଭାବରେ ଗୁରୁତ୍ବ ପ୍ରଦାନ କରାଯିବ।

ଜାତୀୟ ସ୍ତରରେ ସମାରୋହ ବ୍ୟତୀତ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ଗ୍ରାମ ପଞ୍ଚାୟତକୁ ଆଇକନିକ୍ ସପ୍ତାହ (11 ରୁ 17 ଏପ୍ରିଲ୍, 2022) ସମୟରେ, ପଞ୍ଚାୟତ ବୈଠକ ଆୟୋଜିତ କରିବା ପାଇଁ ପରାମର୍ଶ ଦେବାର ଅନୁରୋଧ କରିଛନ୍ତି, ଯେଉଁଥିରେ ସ୍ଥାୟୀ ବିକାଶ ଲକ୍ଷ୍ୟକୁ ଉପରୋକ୍ତ ନଅଟି ବିଷୟରେ ବିଚାର ବିମର୍ଷ ଏବଂ 2022-23 ରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ଏଥିରେ କୌଣସି ଗୋଟିଏ ବା  ଏକାଧିକ ବିଷୟକୁ ଗ୍ରହଣ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ। ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନୁରୋଧ କରାଯାଇଛି ଯେ ସେମାନେ ଆଜାଦିର ଅମୃତ ମହୋତ୍ସବକୁ ଉଚିତ୍ ଭାବରେ ପାଳନ କରିବା ପାଇଁ ଆଇକୋନିକ୍ ସପ୍ତାହ (11 ରୁ 17 ଏପ୍ରିଲ୍ 2022) ସମୟରେ ରାଜ୍ୟ, ଜିଲ୍ଲା ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ସମାରୋହ ଆଦି ଆୟୋଜିତ କରନ୍ତୁ।

ପୃଷ୍ଠଭୂମି

ଆଜାଦିର ଅମୃତ ମହୋତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ 12 ମାର୍ଚ୍ଚ 2021 ରୁ ହୋଇଛି ଯେଉଁଥିରେ ଭାରତର ସ୍ବାଧୀନତାର 75ତମ ବାର୍ଷିକୋତ୍ସବ ପାଇଁ 75 ସପ୍ତାହର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ପଞ୍ଚାୟତି ରାଜ ମନ୍ତ୍ରଣାଳୟର ପଞ୍ଚାୟତି ରାଜ ସଂସ୍ଥାର ସକ୍ରିୟ ଭାଗିଦାରୀ ସୁନିଶ୍ଚିତ କରିବା ପାଇଁ, ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳର ପଞ୍ଚାୟତି ରାଜ ବିଭାଗକୁ ସାମିଲ୍ କରିବା ପାଇଁ ଆଜାଦିର ଅମୃତ ମହୋତ୍ସବ ବିଷୟରେ ଗ୍ରାମୀଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ୟାପକ ପ୍ରଚେଷ୍ଟା କରାଯାଉଛି।

ଏକ ସମର୍ପିତ ଡାସବୋର୍ଡ଼ (https://IndiaAt75.nic.in/) ଆଜାଦି ର ଅମୃତ ମହୋତ୍ସବର ଅଂଶସ୍ବରୂପ ପଞ୍ଚାୟତ ସ୍ତରରେ କରା ଯାଇଥିବା କାର୍ଯ୍ୟକ୍ରମ/ ଆକ୍ଟିଭିଟି ସମ୍ବନ୍ଧରେ ପ୍ରଗତିକୁ ଦର୍ଶାଇବା ପାଇଁ ଏବଂ ପ୍ରାସଙ୍ଗିକ ବିଷୟ (ଫଟୋ, ଭିଡିଓ, ନ୍ୟୁଜ କ୍ଲିପିଂ ଆଦି) କୁ ଉକ୍ତ India@75  ଡାସବୋର୍ଡ଼ରେ  ଅପଲୋଡ୍ କରିବା ପାଇଁ ପ୍ରସ୍ତୁତ କରାଯାଛି ଯଦ୍ବାରା ଆଜାଦିର ଅମୃତ ମହୋତ୍ସବର ଅଂଶସ୍ବରୂପ ବିଭିନ୍ନ ଗତିବିଧିରେ ପଞ୍ଚାୟତିରାଜ ସଂସ୍ଥାର ସକ୍ରିୟ ଭାଗିଦାରୀ ସହିତ, ଗ୍ରାମୀଣ ଜନତା ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ତାହାକୁ ଆଜାଦିର ଅମୃତ ମହୋତ୍ସବର ମହତ୍ତ୍ବ ଏବଂ ଉଦ୍ଦେଶ୍ୟ ବିଷୟରେ ସଚେତନତା କରିବା ସମ୍ଭବ ହୋଇପାରିଛି।

BS



(Release ID: 1815385) Visitor Counter : 200