ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
ସ୍ୱୟଂକ୍ରିୟ ବ୍ୟବସ୍ଥାରେ ମୋଟରଯାନ ଫିଟନେସ ପ୍ରମାଣପତ୍ର ପାଇଁ ବିଜ୍ଞପ୍ତି ଜାରି
Posted On:
07 APR 2022 11:21AM by PIB Bhubaneshwar
ଏଣିକି ଓଜନଦାର ଦ୍ରବ୍ୟ ପରିବହନ ଯାନ ଏବଂ ଯାତ୍ରୀବାହୀ ସମେତ ବିଭିନ୍ନ ଯାନର ଫିଟନେସ ପ୍ରମାଣପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ହେବ । ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଗତ ୨୦୨୨ ଏପ୍ରିଲ ୫ ତାରିଖ ଦିନ କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଧାରା ୧୭୫ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ବିଜ୍ଞପ୍ତି ଅନୁଯାୟୀ ଓଜନଦାର ଦ୍ରବ୍ୟ ପରିବହନକାରୀ ଏବଂ ଯାତ୍ରୀ ପରିବହନକାରୀ ଯାନଗୁଡିକର ଫିଟନେସ ପ୍ରମାଣ ପତ୍ର ସ୍ୱୟଂକ୍ରିୟ ବ୍ୟବସ୍ଥାରେ ୨୦୨୩ ଏପ୍ରିଲ ପହିଲାରୁ କରାଇବା ବାଧ୍ୟତାମୂଳକ ହେବ ।
ଅନ୍ୟ ମଧ୍ୟମ ଦ୍ରବ୍ୟ ପରିବହନକାରୀ, ଯାତ୍ରୀ ପରିବହନକାରୀ ଏବଂ ହାଲୁକା ପରିବହନକାରୀ ମୋଟର ଯାନ ପାଇଁ ୨୦୨୪ ମସିହା ଜୁନ ପହିଲାରୁ ଏହା ବାଧ୍ୟତାମୂଳକ ହେବ ।
https://static.pib.gov.in/WriteReadData/specificdocs/documents/2022/apr/doc20224736801.pdf
SSD/DD
(Release ID: 1814436)
Visitor Counter : 233