ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସ୍ୱାସ୍ଥ୍ୟଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ ଓ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରାର୍ଥନା

Posted On: 07 APR 2022 9:18AM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି ଆୟୁଷ୍ମାନ ଭାରତ ପିଏମ ଜନଔଷଧୀ ଯୋଜନା ଆମ ନାଗରିକମାନଙ୍କ ନିମନ୍ତେ କମ ବ୍ୟୟ ସାପେକ୍ଷ ଗୁଣାତ୍ମକ  ସ୍ୱାସ୍ଥ୍ୟସେବା ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସେ କହିଛନ୍ତି ସେ ଆହୁରି କହିଛନ୍ତି ଯେ ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବିରାଟ ଅବସ୍ଥାନ୍ତର ଦେଖାଦେଇଛି ଅନେକ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି ସରକାର ସ୍ଥାନୀୟ ଭାଷାରେ ଭେଷଜତତ୍ତ୍ୱ ପଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି ଏହା ଦ୍ୱାରା ଅନେକ ଯୁବକଯୁବତୀ ସେମାନଙ୍କ ଉଚ୍ଚାଭିଳାଷ ପୂରଣ କରିପାରିବେ

 

କେତେଟ ଟୁଇଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ -

ଆରୋଗ୍ୟଂ ପରମ ଭାଗ୍ୟଂ ସ୍ୱାସ୍ଥ୍ୟଂ ସର୍ବାର୍ଥସାଧନମ୍ 

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଶୁଭେଚ୍ଛା

ପ୍ରତ୍ୟେକ ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ନିରୋଗ ଜୀବନଯାପନ କରନ୍ତୁ ସ୍ୱାସ୍ଥ୍ୟକ୍ଷେତ୍ର ସହ ସଂଶ୍ଳିଷ୍ଟ ପ୍ରତ୍ୟେକଙ୍କୁ ଆଜି କୃତଜ୍ଞତା ଜ୍ଞାପନ କରିବାର ଦିନ ସେମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଆମର ପୃଥିବୀ ସୁରକ୍ଷିତ ରହିଛି

 

ଭାରତ ସରକାର ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତ କରିବା ନିମନ୍ତେ ଆକ୍ଳାନ୍ତ ଉଦ୍ୟମ କରୁଛନ୍ତି ଆମର ନାଗରିକମାନଙ୍କୁ ଉନ୍ନତମାନ କମ ବ୍ୟୟ ସାପେକ୍ଷ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି ବିଶ୍ୱର ବୃହତ୍ତମ ସ୍ୱାସ୍ଥ୍ୟଯତ୍ନ ଯୋଜନା ଆୟୁଷ୍ମାନ ଭାରତ ଆମ ଦେଶରେ ଅଛି ଏଥିପାଇଁ ପ୍ରତ୍ୟେକ ଭାରତୀୟ ଗର୍ବିତ

 

 

ପିଏମ ଜନଔଷଧୀ ଯୋଜନାର ହିତାଧିକାରୀମାନଙ୍କ ସହ ଯେତେବେଳେ ମୁଁ ଭାବର ଆଦାନପ୍ରଦାନ କରେ ତାହା ମତେ ବେଶ ଖୁସୀ ଦେଇଥାଏ କମ ବ୍ୟୟସାପେକ୍ଷ ସ୍ୱାସ୍ଥ୍ୟ ସେବା ପାଇଁ ଆମର ଗରୀବ ମଧ୍ୟବିତ୍ତ ଶ୍ରେଣୀ ବେଶ ଉପକୃତ ହେଉଛନ୍ତି ଏହାଛଡା ସାମଗ୍ରୀକ ସୁଧାର ନିମନ୍ତେ ଆମେ ଆମର ଆୟୁଷ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରୁଛୁ

 

ଗତ ଆଠ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଦୃତ ପରିବର୍ତ୍ତନ ଘଟିଛି ଅନେକ ନୂତନ ମେଡିକାଲ କଲେଜ ସ୍ଥାପିତ ହୋଇଛି ସ୍ଥାନୀୟ ଭାଷାରେ ଡାକ୍ତରୀ ଶିକ୍ଷା ପ୍ରଦାନ ପାଇଁ ଆମର ଉଦ୍ୟମ ଯୋଗୁଁ ଏହା ଅଗଣିତ ଯୁବକ ଯୁବତୀଙ୍କ ଆକାଂକ୍ଷା ପୂରଣରେ ସହାୟକ ହେବ


SM/DD


(Release ID: 1814435) Visitor Counter : 220