ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ୧୧୫ ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମରେ ତାଙ୍କ ଜୀବନୀ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା
ଶ୍ରୀ ପ୍ରହଲାଦଜୀ ପଟେଲଙ୍କ କାର୍ଯ୍ୟ ବର୍ତ୍ତମାନର ପୀଢି ପାଇଁ ଉପଯୋଗୀ ହେବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି ।
प्रविष्टि तिथि:
04 APR 2022 8:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ବେଚାର୍ଜି ଠାରେ ସ୍ୱାଧୀନନତା ସଂଗ୍ରାମୀ ପ୍ରହଲାଦଜୀ ପଟେଲଙ୍କ ୧୧୫ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଜୀବନୀ ଉନ୍ମୋଚନ କରିବା ସହିତ ସମ୍ବୋଧିତ କରିଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ବେର୍ଚାଜୀଙ୍କ ଗୌରବମୟ ଭୂମିକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱାଧୀନତା ସଂଗ୍ରାମୀ, ସାମାଜିକ କର୍ମୀ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ସ୍ମୃତିରେ ପ୍ରଣାମ କରିଥିଲେ । ସାମାଜିକ ସେବାରେ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ଉଦାରତା ଏବଂ ତାଙ୍କ ବଳିଦାନ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଏହି ସ୍ୱାଧୀନତା ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ସାବରମତି ଏବଂ ୟେରୱାଡା ଜେଲରେ ଥିଲେ ।
ପ୍ରଧାନମନ୍ତ୍ରୀ ଏହି ଘଟଣା ବିଷୟରେ ବର୍ଣ୍ଣନା କରିଛନ୍ତି ଯାହାକି ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ‘ଦେଶ ଆଗେ’ ଆବେଗର ପ୍ରତୀକ ଅଟେ । ଶ୍ରୀ ପଟେଲ କାରାଗାରରେ ଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା କିନ୍ତୁ ଶ୍ରୀ ପ୍ରହଲାଦଜୀ ପଟେଲ କ୍ଷମା ମାଗିବାର ସର୍ତ୍ତ ଗ୍ରହଣ କରିନଥିଲେ ଯାହା ସାମ୍ରାଜ୍ୟବାଦୀ ଶାସକମାନେ ତାଙ୍କୁ ପିତାଙ୍କର ଶେଷ ରୀତିନୀତି କରିବାକୁ ଅନୁମତି ଦେଇଥାନ୍ତେ । ଲୁଚିଛପି ରହି ଲଢେଇ କରୁଥିବା ଅନେକ ସ୍ୱାଧୀନତା ସଂଗ୍ରାମୀଙ୍କୁ ମଧ୍ୟ ସେ ସମର୍ଥନ କରିଥିଲେ । ସ୍ୱାଧୀନତା ପରେ ରାଜା ରାଜୁଡା ଶାସିତ ରାଜ୍ୟଗୁଡ଼ିକର ମିଶ୍ରଣରେ ସର୍ଦ୍ଦାର ପଟେଲଙ୍କୁ ସାହାଯ୍ୟ କରିବାରେ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ଭୂମିକା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ଯେ ଅନେକ ମହାନ ସ୍ୱାଧୀନତା ସଂଗ୍ରାମୀ ଇତିହାସ ପୁସ୍ତକରେ କୌଣସି କାରଣରୁ ସ୍ଥାନ ପାଇନାହାନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ପତ୍ନୀ କାଶୀ ବାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୁବ ପୀଢ଼ିଙ୍କୁ ପ୍ରେରଣା ଦେଉଥିବାରୁ ମହାନ ବ୍ୟକ୍ତିତ୍ୱର ଜୀବନ ଏବଂ କାର୍ଯ୍ୟ ଶୈଳୀର ଡକ୍ୟୁମେଣ୍ଟେସନ୍ ପ୍ରସ୍ତୁତ ଅତ୍ୟନ୍ତ ଜରୁରୀ ।
ଲୋକଙ୍କ ନଜର ଆଢୁଆଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନ ଉପରେ ଗବେଷଣା ଏବଂ ପ୍ରକାଶନ ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିବେଦନ କରିଥିଲେ । ନୂତନ ଭାରତ ର୍ନିମାଣରେ ଶ୍ରୀ ପ୍ରହଲାଦଜୀ ପଟେଲଙ୍କ ପରି ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
HS
(रिलीज़ आईडी: 1813518)
आगंतुक पटल : 252
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam