ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନେପାଳ ପ୍ରଧାନମନ୍ତ୍ରୀଙ୍କ ସହ ଯୁଗ୍ମ ପ୍ରେସ ମିଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟର ମର୍ମାନୁବାଦ
ପୋଷ୍ଟ କରାଯିବା ଦିନାଙ୍କ:
02 APR 2022 1:34PM by PIB Bhubaneshwar
ମହାମହିମ
ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଓବା ଜୀ
ଲବ୍ଧ ପ୍ରତିଷ୍ଠ ପ୍ରତିନିଧିଗଣ
ଗଣମାଧ୍ୟମ ବନ୍ଧୁଗଣ
ନମସ୍କାର
ପ୍ରଧାନମନ୍ତ୍ରୀ ଦେଓବା ଜୀଙ୍କୁ ଭାରତ ସ୍ୱାଗତ ଜଣାଇ ମୁଁ ଖୁବ୍ ଖୁସୀ ଅନୁଭବ କରୁଛି । ଭାରତୀୟ ନବବର୍ଷ ଓ ନବରାତ୍ରୀର ପବିତ୍ର ଅବସରରେ ଆଜି ଦେଓବା ଜୀ ପହଞ୍ôଚଛନ୍ତି । ମୁଁ ଭାରତ ଓ ନେପାଳର ସମସ୍ତ ନାଗରିକଙ୍କୁ ଶୁଭ ନବରାତ୍ରୀ ଜଣାଉଛି ।
ଦେଓବା ଜୀ ଭାରତର ଜଣେ ପୁରୁଣା ବନ୍ଧୁ । ପ୍ରଧାନମନ୍ତ୍ରୀ ହିସାବରେ ଏହା ତାଙ୍କର ପଂଚମ ପରିଦର୍ଶନ । ଭାରତ-ନେପାଳ ସମ୍ପର୍କର ବିକାଶରେ ଦେଓବା ଜୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ବନ୍ଧୁଗଣ,
ଭାରତ ଓ ନେପାଳର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏପରି ଦୃଷ୍ଟାନ୍ତମୂଳକ ଯେ ଏହା ଆଉ ବିଶ୍ୱରେ କେଉଁଠାରେ ଦେଖିବାକୁ ମିଳେ ନାହିଁ ।ଆମର ସଭ୍ୟତା, ଆମର ସଂସ୍କୃତି ଆମର ପରସ୍ପର ଆଦାନପ୍ରଦାନ ରଜ୍ଜୁ ପ୍ରାଚୀନ କାଳରୁ ରହି ଆସିଛି । ଅନାଦି କାଳରୁ ଆମେ ପରସ୍ପର ଦୁଃଖସୁଖରେ ବନ୍ଧୁ ହୋଇ ରହିଆସିଛୁ । ଆମ ବନ୍ଧୁତ୍ୱର ଭିତ୍ତି ହେଉଚି ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ମଧ୍ୟରେ ଭାବ ବିନିମୟ । ଆମକୁ ଏହା ରକ୍ଷା କରିବାରେ ଶକ୍ତି ପ୍ରଦାନ କରିଥାଏ ।
ନେପାଳ ପରିପ୍ରେକ୍ଷୀରେ ଭାରତର ନୀତି ଓ ଉଦ୍ୟମ ଦ୍ୱାରା ଏହା ଉତ୍ସାହିତ । ଭାରତ ଶାନ୍ତି, ପ୍ରଗତି ଓ ନେପାଳର ବିକାଶରେ ଏକ ସୁଦୃଢ ଭାଗିଦାର ହୋଇ ରହିଆସିଛି ଓ ରହିବ ମଧ୍ୟ ।
ବନ୍ଧୁଗଣ,
ଆଜି ମୁଁ ଓ ଦେଓବାଜୀ ଏକ ଫଳପ୍ରଦ ଆଲୋଚନା ବିଭିନ୍ନ ଗୁୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କରିଛୁ । ଆମେ ଆମ ସହଯୋଗର ବିଭିନ୍ନ ଦିଗ, ପ୍ରଗତିର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପ ତଥା ଭବିଷ୍ୟତ ରଣନୀତି ନେଇ ମଧ୍ୟ ଆଲୋଚନା କରିଛୁ ।
ଶକ୍ତିକ୍ଷେତ୍ରରେ ସହଯୋଗ ନେଇ ଯେଉଁ ସୁଯୋଗ ରହିଛି ତାହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ନେଇ ଆମେ ସହମତ ହୋଇଛୁ । ଶକ୍ତି ନିଗମ ନେଇ ଆମର ଯୁଗ୍ମ ଦୃଶ୍ୟପତ୍ର ଭବିଷ୍ୟତ ବୁଝାମଣାର ଏକ ନକ୍ସା ଭାବେ କାର୍ଯ୍ୟ କରିବ । ପଞ୍ଚେଶ୍ୱର ପ୍ରକଳ୍ପ ନେଇ ତ୍ୱରିତ ଅଗ୍ରଗତି ଉପରେ ଆମେ ଗୁରୁତ୍ୱଆରୋପ କରିଛୁ । ଏହି ପ୍ରକଳ୍ପ ଅଞ୍ଚଳର ବିକାଶ ନେଇ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ନେପାଳର ଜଳବିଦ୍ୟୁତ ପ୍ରକଳ୍ପରେ ଭାରତୀୟ କମ୍ପାନୀମାନଙ୍କ ସହଯୋଗ ନେଇ ଆମେ ସହମତ ହୋଇଛୁ । ଖୁସିର ବିଷୟ ଯେ ନେପାଳ ତାହା ବଳକା ବିଦ୍ୟୁତ ଶକ୍ତି ଭାରତକୁ ରପ୍ତାନୀ କରୁଛି । ଏହା ନେପାଳର ଆର୍ଥିକ ପ୍ରଗତିରେ ବେଶ୍ ସହାୟକ ହେବ । ମୁଁ ଖୁସିର ସହ କହିବାକୁ ଚାହେଁ ଯେ ନେପାଳରୁ ବିଦ୍ୟୁତ ଆମଦାନୀ କରିବା ପାଇଁ ଆମର ଅନେକ ପ୍ରସ୍ତାବ ଅନୁମୋଦିତ ହୋଇଛି ।
ମୁଁ ଖୁସି ଯେ ନେପାଳ ଆନ୍ତର୍ଜାତିକ ସୌରମେଂଟରେ ଏକ ସଦସ୍ୟ ହୋଇପାରିଛି । ଏହା ଆମ ଅଞ୍ଚଳରେ ନିରନ୍ତର ,କମ୍ ବ୍ୟୟ ସାପେକ୍ଷ ଓ ସ୍ୱଚ୍ଛ ଶକ୍ତି ଉପଲବ୍ଧରେ ସହାୟକ ହେବ ।
ବନ୍ଧୁଗଣ,
ପ୍ରଧାନମନ୍ତ୍ରୀ ଦେଓବା ଜୀ ଓ ମୁଁ ବାଣିଜ୍ୟ ସୀମାପାରି ସଂଯୋଗ ନେଇ ପଦକ୍ଷେପ ନେବାକୁ ରାଜି ହୋଇଛୁ । ଜୟନଗର-କୁର୍ଥା ରେଳଲାଇନ ଏହାର ଅଂଶବିଶେଷ । ଏହିଭଳି ଯୋଜନା ସୁସ୍ଥ ଓ ବିନା ହଇରାଣ ହରକତ ଦୁଇ ଦେଶ ଜନସାଧାରଣଙ୍କ ସହଯୋଗରେ ବିଶେଷ ସହାୟତା ହେବ ।
ନେପାଳରେ ରୂପେ କାର୍ଡର ପ୍ରଚଳନ ଆମର ଆର୍ଥିକ ସହଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡିବ । ନେପାଳ ପୁଲିସ ଏକାଡେମୀ, ନେପାଳଗଞ୍ଜ ଓ ରାମାୟଣ ମଣ୍ଡଳରେ ସମନ୍ୱିତ ତନଖି ଫାଟକ ଭଳି ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ ଦୁଇଦେଶ ସମ୍ପର୍କକୁ ଅଧିକ ନିବିଡ କରିବ ।
ବନ୍ଧୁଗଣ,
ଭାରତ ନେପାଳ ଉନ୍ମୁକ୍ତ ସୀମାରେଖା କ୍ଷେତ୍ର କିପରି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଦ୍ୱାରା ଅପବ୍ୟବହାର କରାଯାଉଛି, ତାହା ନେଇ ମଧ୍ୟ ଆମେ ଆଲୋଚନା କରିଛୁ । ଆମେ ମଧ୍ୟ ଆମର ପ୍ରତିରକ୍ଷା ଓ ସୁରକ୍ଷା ପରିସ୍ଥିତି ନେଇ ସହଯୋଗ ରକ୍ଷା କରିବା ଉପରେ ଗୁରୁତ୍ୱଆରୋପ କରିଛୁ । ମୋ ଆଶା ଆଜି ଆମର ଏହି ଆଲୋଚନା ଭାରତ-ନେପାଳ ସମ୍ପର୍କରେ ଏକ ଆକାଂକ୍ଷିତ ଲକ୍ଷ୍ୟ ହାସଲର ସହାୟକ ହେବ ।
ଦେଓବା ଜୀ
ଆପଣ ଆସନ୍ତାକାଲି କାଶୀ ଯିବେ । ନେପାଳ ଏବଂ ବନାରସ ମଧ୍ୟରେ ଶହ ଶହ ବର୍ଷର ପ୍ରାଚୀନ ସମ୍ପର୍କ ରହିଛି। ମୁଁ ନିଶ୍ଚିତ ଯେ ଆପଣ କାଶୀର ନବକଳେବର ଦେଖି ଖୁବ୍ ପ୍ରଭାବିତ ହେବେ । ପୁଣି ଥରେ ମୁଁ ଆପଣ ଓ ଆପଣଙ୍କ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରୁଛି ।
****
SM/SLP
(ରିଲିଜ ଆଡି: 1813415)
ପରିଦର୍ଶକ କାଉଣ୍ଟର : 129
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam