ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ

Posted On: 01 APR 2022 7:01PM by PIB Bhubaneshwar

ରୁଷ ମହାସଂଘ ବୈଦେଶିକ ମନ୍ତ୍ରୀ ମହାମହିମ ସର୍ଜେଇ ଲାଭରୋଭ ଆଜି (୦୧.୦୪.୨୦୨୨) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ଲାଭରୋଭ ଚାଲିଥିବା ଶାନ୍ତି କଥାବାର୍ତ୍ତା ସମେତ ୟୁକ୍ରେନ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ତୁରନ୍ତ ହିଂସାର ସମାପ୍ତି ନେଇ ନିଜର ଅଭିମୁଖ୍ୟ ଦୋହରାଇବା ସହ  ଯେକୌଣସି ପ୍ରକାର ଶାନ୍ତି କଥାବାର୍ତ୍ତା ନେଇ ଭାରତ ପ୍ରସ୍ତୁତ ବୋଲି କହିଥିଲେ ।

ଭାରତ-ରୁଷ ମଧ୍ୟରେ ୨୦୨୧ ଡିସେମ୍ବରରେ ହୋଇଥିବା ଶିଖର ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ଅଗ୍ରଗତି ନେଇ ସବିଶେଷ ସ୍ଥିତି ଉପରେ ରୁଷ ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

****

SM/ SLP



(Release ID: 1812607) Visitor Counter : 128