ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅବସର ଗ୍ରହଣ କରୁଥିବା ରାଜ୍ୟସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିଦାୟ ସମ୍ବର୍ଦ୍ଧନା


“ଯେତେବେଳେ ଅଭିଜ୍ଞ ସଦସ୍ୟଗଣ ବିଦାୟ ନିଅନ୍ତି, ଗୃହ ସେମାନଙ୍କ ଅନୁପସ୍ଥିତି ଅନୁଭବ କରେ”

“ଗୃହରେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ପ୍ରତିଫଳିତ ହୋଇଥାଏ”

Posted On: 31 MAR 2022 1:12PM by PIB Bhubaneshwar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ସମସ୍ତ ଅବସର ଗ୍ରହଣ କରୁଥିବା ସଦସ୍ୟଙ୍କ ଅବଦାନର ପ୍ରଶଂସା କରିବା ସହ ସେମାନଙ୍କ ସୁଖଦ ଭବିଷ୍ୟତ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ଅବସର ଗ୍ରହଣକାରୀ ସଦସ୍ୟମାନଙ୍କ ଅଭିଜ୍ଞତାର ମହତ୍ୱ ଉପରେ ଆଲୋକପାତ କରି ସେମାନଙ୍କ ଅନୁପସ୍ଥିତିରେ ଅବସର ନନେଇଥିବା ସଦସ୍ୟ ମାନଙ୍କ ଦାୟୀତ୍ୱ ବୃଦ୍ଧି ପାଇଛି ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶର ଭାବନା, ଉତ୍ସାହ, ଯନ୍ତ୍ରଣା ଓ ଆନନ୍ଦ ଗୃହର ପ୍ରତିଫଳିତ ହୋଇଥାଏ । ମୋଦୀ କହିଥିଲେ ଏକଥା ସତ୍ୟ ଯେ ସଦସ୍ୟମାନେ ସଦନକୁ ବହୁକିଛି ଦେଇଥାନ୍ତି । ହେଲେ ଏକଥା ମଧ୍ୟ ସତ୍ୟ ଯେ ସଦନ ମଧ୍ୟ ଆମକୁ ଦେଶରେ ପ୍ରତିଦିନ ଘଟୁଥିବା ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦେଇଥାଏ ।

କେତେକ ସଦସ୍ୟ ଅବସର ଗ୍ରହଣ କରୁଥିଲେ ମଧ୍ୟ ସେମାନେ ସେମାନଙ୍କ ସମୃଦ୍ଧ ଅଭିଜ୍ଞତା ଦେଶର କୋଣ ଅନୁକୋଣରେ କାର୍ଯ୍ୟରେ ଲଗାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସଦସ୍ୟମାନେ ସେମାନଙ୍କ ସ୍ମୃତିକୁ ପାଥେୟ କରି ଭବିଷ୍ୟତ ପୀଢ଼ି ନିମନ୍ତେ ଲେଖନୀ ଚାଳନା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ । ଦେଶକୁ ସଠିକ ଦିଗଦର୍ଶନ ଦେବାପାଇଁ ତଥା ଏହାର ବିକାଶ ନିମନ୍ତେ ନିଜର ଅଭିଜ୍ଞତା କାମରେ ଲଗାଇପାରିବେ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଅବସର ଗ୍ରହଣ କରୁଥିବା ସଦସ୍ୟମାନଙ୍କ ଆଜାଦୀ କା ଅମ୍ରିତ ମହୋତ୍ସବ ପାଳନ ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଥିଲେ ।

SM/DD



(Release ID: 1811952) Visitor Counter : 179