ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav g20-india-2023

କରୋନା ସଂକ୍ରମଣ ପ୍ରତିହତ ଦିଗରେ ପଦକ୍ଷେପ

Posted On: 27 MAR 2022 9:30AM by PIB Bhubaneshwar

ଦେଶରୁ କରୋନା ଦୂର କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ଏଥିପାଇଁ ସମଗ୍ର ଦେଶରେ ବିନା ମୂଲ୍ୟରେ ଟିକାଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧,୮୩,୨୦,୧୦,୦୩୦ ଡୋଜ ଟିକା ଦିଆଯାଇ ସାରିଲାଣି । ଏଥିପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ରରେ ମୋଟ ୨,୧୭,୭୩,୮୦୩ ଥର ଉଦ୍ୟମ ହୋଇଛି । ଚଳିତ ମାର୍ଚ୍ଚ ମାସ ୧୬ ତାରିଖଠାରୁ ୧୨ରୁ ୧୪ ବର୍ଷ ବୟସର ବର୍ଗର ପିଲାଙ୍କୁ ଟିକାଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଆଜି ସକାଳ ୭ଟା ସୁଦ୍ଧା ୧,୨୨,୦୧,୦୬୫ ଜଣଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇସାରିଲାଣି ।

ସ୍ୱାସ୍ଥ୍ୟକେନ୍ଦ୍ର କର୍ମୀମାନଙ୍କ ଦ୍ୱାରା ୧୦,୪୦,୩୪,୪୭୨ ଜଣଙ୍କୁ ପ୍ରଥମ ଡୋଜ, ୯,୯୯,୬୨୬୧ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୪୪୨୧୮୭୨ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଯାଇ ସାରିଲାଣି । କ୍ଷେତ୍ରସ୍ତରୀୟ କର୍ମୀମାନଙ୍କ ଦ୍ୱାରା ୧୮,୪୧,୨୭୯୭ ଜଣଙ୍କୁ ପ୍ରଥମ ଡୋଜ, ୧୭,୫୦,୧୦୮୬ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୬୭୯୩୪୭୬ ଜଣଙ୍କୁ ପ୍ରତିଷେଧାତ୍ମକ ଡୋଜ୍ ଦିଆଯାଇ ସାରିଲାଣି ।

୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ମଧ୍ୟ ଟିକା ଦିଆଯାଇଛି । ୧୫ରୁ ୧୮ ବର୍ଷ ବର୍ଗରେ ୫୬,୮୧୧୪୨୨ ଜଣଙ୍କୁ ପ୍ରଥମ ଡୋଜ, ୩୭୧୭୪୧୧୩ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି ।

୧୮ରୁ ୪୪ ବର୍ଷ ବର୍ଗରେ ୫୫୪୨୭୮୦୨୨ ଜଣଙ୍କୁ ପ୍ରଥମ ଡୋଜ୍, ୪୬୩୪୫୭୫୩୦ ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଗଲାଣି ।

୪୫ରୁ ୫୯ ବୟସ ବର୍ଗରେ ୨୦୨୬୯୦୯୬୯ ଜଣଙ୍କୁ ପ୍ରଥମ ଡୋଜ, ୧୮୪୭୪୮୯୫୦ ଜଣଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି ।

୬୦ ବର୍ଷ ବୟସରୁ ଅଧିକ ବର୍ଗରେ ୧୨୬୬୯୭୫୯୮ ଜଣଙ୍କୁ ପ୍ରଥମ ଡୋଜ, ୧୧୫୦୭୭୯୩୦ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ୧୧୩୪୦୪୬୭ ଜଣଙ୍କୁ ପ୍ରତିଷେଧାତ୍ମକ ଟିକା ଦିଆଯାଇସାରିଲାଣି ।

ଦେଶରେ କରୋନା ବର୍ତ୍ତମାନ ନିମ୍ନମୁଖୀ ସଂକ୍ରମଣରେ ରହିଛି । ଆଜି ସକାଳ ୭ଟା ସୁଦ୍ଧା ୧୬୧୮୭ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ଏହା ୦.୦୪ ଶତାଂଶ ହାରରେ କମୁଛି । ସେହିପରି ଆରୋଗ୍ୟ ହାର ମଧ୍ୟ ବଢ଼ୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୮୨୬ ଜଣ ଆରୋଗ୍ୟ ଲାଭ କରି ମୋଟ ୪୨୪୮୨୨୬୨ ଜଣ ସୁସ୍ଥ ହେଲେଣି । ଏହାର ହାର ବର୍ତ୍ତମାନ ୯୮.୭୫ ଶତାଂଶ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୨୧ ଜଣ ନୂଆ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬,୨୦,୨୫୧ଟି ନମୁନା ପରୀକ୍ଷା ହୋଇଛି । ଏ ପର୍ଯ୍ୟନ୍ତ ମୋଟ ୭୮,୬୯,୨୨,୯୬୫ଟି ନମୁନା ପରୀକ୍ଷା କରାଗଲାଣି । ବର୍ତ୍ତମାନ ଦୈନିକ ସଂକ୍ରମଣ ହ।ର ୦.୨୩ ଶତାଂଶ ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୨୭ ଶତାଂଶ ରହିଛି ।

SSD/DD



(Release ID: 1810257) Visitor Counter : 192