ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ପାରମ୍ପରିକ ଔଷଧ ପାଇଁ ହୁର ବୈଶ୍ୱିକ କେନ୍ଦ୍ରକୁ କଲେ ସ୍ୱାଗତ


ପ୍ରବର୍ତ୍ତନକାରୀ ଦେଶ ଭାବେ ଆୟୁଷ ମନ୍ତ୍ରଣାଳୟ ସହ ହୁର ରାଜିନାମା ସ୍ୱାକ୍ଷରିତ

Posted On: 26 MAR 2022 9:14AM by PIB Bhubaneshwar

ପାରମ୍ପରିକ ଔଷଧପତ୍ରର ଭାରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଶ୍ୱିକ କେନ୍ଦ୍ର ହୋଇପାରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏଥିରେ ଖୁସି ପ୍ରକଟ କରିଛନ୍ତି । ଏହି କେନ୍ଦ୍ର ଧରିତ୍ରୀମାତାକୁ ସୁସ୍ଥ ରଖିବା ସହ ବୈଶ୍ୱିକ ଆବଶ୍ୟକତା ପୂରଣ ଦିଗରେ ଆମର ସମୃଦ୍ଧ ପାରମ୍ପରିକ ପଦ୍ଧତି ସହାୟକ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି ।

ଆୟୁଷ ମନ୍ତ୍ରଣାଳୟ ଓ ହୁ ସହ ପବର୍ତ୍ତନକାରୀ ଦେଶ ଭାବେ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତିଷ୍ଠା ପାଇଁ ରାଜିନାମା ସ୍ୱାକ୍ଷର କରିଛି ।

ଆୟୁଷ ମନ୍ତ୍ରଣାଳୟ ଓ ହୁର ଟ୍ୱିଟ ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପାରମ୍ପରିକ ଔଷଧ ପାଇଁ @ who ବୈଶ୍ୱିକ କେନ୍ଦ୍ର ପାଇଁ ଭାରତ ଗର୍ବିତ । ଏହି କେନ୍ଦ୍ର ଧରିତ୍ରୀମାତାକୁ ସୁସ୍ଥ ରଖିବା ସହ ବୈଶ୍ୱିକ ଆବଶ୍ୟକତା ପୂରଣ ଦିଗରେ ଆମର ସମୃଦ୍ଧ ପାରମ୍ପରିକ ପଦ୍ଧତି ସହାୟକ ହେବ ।

ଭାରତର ପାରମ୍ପରିକ ଔଷଧପତ୍ର ଓ ସୁଧାର ଅଭ୍ୟାସ ବିଶ୍ୱସ୍ତରରେ ବେଶ ଲୋକପ୍ରିୟ । ଏହି @who କେନ୍ଦ୍ର ଅଚିରେ ଆମ ସମାଜର ହିତସାଧନ କରିବ ।

SM/DD



(Release ID: 1810033) Visitor Counter : 157