ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ୍ ଜନସନଙ୍କ ମଧ୍ୟରେ ଟେଲିଫୋନ୍ ବାର୍ତ୍ତାଳାପ
Posted On:
22 MAR 2022 9:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରିଟେନର ପ୍ରଧାନମନ୍ତ୍ରୀ ମାନ୍ୟବର ବୋରିସ ଜନସନଙ୍କ ସହ ଫୋନରେ କଥା ହୋଇଛନ୍ତି ।
ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଶତ୍ରୁତା ବନ୍ଦ କରିବା ଏବଂ ଆଲୋଚନା ଓ କୂଟନୈତିକ ପଥକୁ ଫେରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି । ଆନ୍ତର୍ଜାତୀୟ ଆଇନ ତଥା ସମସ୍ତ ଦେଶର ଆଞ୍ଚଳିକ ଅଖଣ୍ଡତା ତଥା ସାର୍ବଭୌମତ୍ୱ ଉପରେ ସେ ଭାରତର ବିଶ୍ୱାସକୁ ସମସାମୟିକ ବିଶ୍ୱ ବ୍ୟବସ୍ଥାର ଆଧାର ଭାବରେ ଗୁରୁତ୍ୱାରୋପ କରିଛନ୍ତି ।
ଦୁଇ ନେତା ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ମଧ୍ୟ ଆଲୋଚନା କରିଥିଲେ ଏବଂ ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା ସହିତ ଲୋକଙ୍କ ମଧ୍ୟରେ ସମ୍ପର୍କ ଓ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାର ସମ୍ଭାବନା ଉପରେ ସହମତ ହୋଇଥିଲେ । ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଚାଲିଥିବା ବୁଝାମଣାରେ ପ୍ରଧାନମନ୍ତ୍ରୀ ମୋଦୀ ସକାରାତ୍ମକ ଗତି ଉପରେ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଗତ ବର୍ଷ ଉଭୟ ନେତାଙ୍କ ମଧ୍ୟରେ ଭର୍ଚୁଆଲ୍ ସମ୍ମିଳନୀରେ ଗ୍ରହଣ କରାଯାଇଥିବା ‘ଇଣ୍ଡିଆ-ୟୁକେ ରୋଡମ୍ୟାପ୍ ୨୦୩୦' କାର୍ଯ୍ୟକାରୀ ହେବାର ଅଗ୍ରଗତିକୁ ସେ ପ୍ରଶଂସା କରିଥିଲେ ।
ପାରସ୍ପରିକ ସୁବିଧା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଜନସନଙ୍କୁ ଶୀଘ୍ର ଭାରତରେ ସ୍ୱାଗତ କରିବାକୁ ପ୍ରଧାନମନ୍ତ୍ରୀ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ ।
HS
(Release ID: 1808942)
Visitor Counter : 173
Read this release in:
Malayalam
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada