ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ଅହମ୍ମଦାବାଦ ଏସଜିଭିପି ଗୁରୁକୂଳରେ ଭାବବନ୍ଧନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା


“ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ଆତ୍ମଜୀବନୀ ଏକ ନିଃସ୍ୱାର୍ଥପର ବ୍ୟକ୍ତିତ୍ୱର ଜୀବନ ଯାହା ସମାଜ ସେବା ଓ ଜ୍ଞାନ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ଥିଲା”

“ସମୟର ଆବଶ୍ୟକତା ଅନୁସାରେ ଶୀଥିଳତା ପରିତ୍ୟାଗ କରି ପ୍ରାଚୀନ ଗୁଣବତ୍ତାକୁ ଗ୍ରହଣ କରିବା ଉପରେ ଶାସ୍ତ୍ରୀଜୀ ଗୁରୁତ୍ୱଆରୋପ କରୁଥିଲେ”

“ସନ୍ଥ ଓ ଭକ୍ତି ଆନ୍ଦୋଳନ ସ୍ୱାଧୀନତା ଆନ୍ଦୋଳନର ମୂଳଦୁଆ ସ୍ଥାପନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା”

Posted On: 20 MAR 2022 10:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅହମ୍ମଦାବାଦସ୍ଥିତ ଏସଜିଭିପି ଗୁରୁକୁକଳଠାରେ ଭାବବନ୍ଦନ ପର୍ବ ଅବସରରେ ନିଜ ବକ୍ତବ୍ୟ ପ୍ରଦାନ କରିଛନ୍ତି । ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ଆତ୍ମଜୀବନୀ ‘ଶ୍ରୀ ଧର୍ମଜୀବନ ଗାଥା’ ଉନ୍ମୋଚନ ଅବସରରେ ଏହି ଉତ୍ସବ ଆୟୋଜିତ ହୋଇଥିଲା । 

ଏହି ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମହାନ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟ ଓ କାହାଣୀ ଅନେକ ସମୟରେ ଲିଖିତ ଆକାରରେ ଲିପିବଦ୍ଧ ନହୋଇ କେବଳ ସ୍ମୃତି ଓ ଲୋକକଥା ମାଧ୍ୟମରେ ରହିଯାଏ । ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ଆତ୍ମ୍‌ଜୀବନୀ ଏକ ନିଃସ୍ୱାର୍ଥପର ବ୍ୟକ୍ତିତ୍ୱର କାହାଣୀ ଯାହା ସମାଜସେବା ଓ ଜ୍ଞାନ ଅନ୍ୱେଷଣ ନିମନ୍ତେ ଉଦ୍ଦିଷ୍ଟ ଥିବା କଥା କହିଥାଏ । ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ସର୍ବଜନ ହିତାୟ ନୀତି ବାକ୍ୟରେ ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବକା ପ୍ରୟାସ ଦୂରଦୃଷ୍ଟି ନିହିତ ଓ ଏହା ସର୍ବଜନ ହିତାୟ ଓ ସର୍ବଜନ ସୁଖାୟ ଦର୍ଶନ ଉପରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ପ୍ରାଚୀନ ଭାରତର ଗୁରୁକୂଳ ପରମ୍ପରା ସର୍ବଜନ ହିତାୟର ଏକ ଦୃଷ୍ଟାନ୍ତ, କାରଣ ବିଭିନ୍ନ ଶ୍ରେଣୀରୁ ଆସିଥିବା ପିଲାମାନେ ଏକାଠି ଶିକ୍ଷାଲାଭ କରୁଥିଲେ । ଏହି ପରମ୍ପରା ମହାନ୍ ଅତୀତ ଓ ଗୌରବମୟ ଭବିଷ୍ୟତକୁ ସଂଯୋଗ କରୁଥିଲା । ଏହି ପରମ୍ପରା ଦେଶର ସାଧାରଣ ଜନତାଙ୍କୁ ଧାର୍ମିକ, ସାଂସ୍କୃତିକ ଓ ସାମାଜିକ ଉତ୍ସାହ ପ୍ରଦାନ କରୁଥିଲା । 

ଶାସ୍ତ୍ରୀଜୀ ସମଗ୍ର ବିଶ୍ୱରେ ତାଙ୍କର ଗୁରୁକୂଳ ମାଧ୍ୟମରେ ଅନେକଙ୍କ ଜୀବନରେ ଉନ୍ନତି ଘଟାଇଛନ୍ତି । “ତାଙ୍କ ଜୀବନ କେବଳ ଶିକ୍ଷାଦାନ ଓ ଶୃଙ୍ଖଳା ମଧ୍ୟରେ ସୀମିତ ନ ଥିଲା । ବରଂ ଏକ ନିରବଚ୍ଛିନ୍ନ ଶୃଙ୍ଖଳା ଓ ତପସ୍ୟା ଥିଲା ଓ ସେ ଆମ ସମସ୍ତଙ୍କୁ କର୍ତ୍ତବ୍ୟ ପଥରେ ପଥ ପ୍ରଦର୍ଶନ କରୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଏସଜିଭିପି ଗୁରୁକଳ ସହ ନିଜର ସମ୍ପୃକ୍ତି ଅବତାରଣା କରି ପ୍ରଧାନମନ୍ତ୍ରୀ ଏହି ମହାନ୍ ଅନୁଷ୍ଠାନରେ ପ୍ରାଚୀନ ଜ୍ଞାନ ମଧ୍ୟରେ କିପରି ଆଧୁନିକତାର ଛାପ ରହିଛି ତାହାର ବର୍ଣ୍ଣନା କରିଥିଲେ । ଶାସ୍ତ୍ରୀଜୀ ସମୟର ଆବଶ୍ୟକତା ଅନୁସାରେ ଶୀଥିଳତା ପରିହାର କରି ପ୍ରାଚୀନ ଗୁଣବତାକୁ ଗ୍ରହଣ କରିବା ଉପରେ ଗୁରୁତ୍ୱଆରୋପ କରୁଥିଲେ ବୋଲି ସେ କହିଥିଲେ । 

ସାଧୁସନ୍ଥ ଓ ଭକ୍ତି ଆନ୍ଦୋଳନ ସ୍ୱାଧୀନତା ଆନ୍ଦୋଳନର ମୂଳଦୂଆ ସ୍ଥାପନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତାର ଅମୃତ ମହୋତ୍ସବ ଓ ଅମୃତ କାଳ ପାଇଁ ଗୁରୁକୂଳ ଆଗେଇ ଆସି ସେମାନଙ୍କ ଅବଦାନ ଦେଇପାରିବେ ବୋଲି ସେ କହିଥିଲେ । ବୈଶ୍ୱିକ ମହାମାରୀ ଓ ୟୁକ୍ରେନ ଭଳି ଜଟିଳ ପରିସ୍ଥିତି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଉପରେ ଜୋର ଦେଇଥିଲେ । ସେ ଗୁରୁକୂଳ ପରିବାରକୁ ଭୋକାଲ ଫର ଲୋକାଲ ହେବାକୁ ନିବେଦନ କରିଥିଲେ । ସେ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁର ଏକ ତାଲିକା ତିଆରି କରି ଆମଦାନୀ ହୋଇ ଆସୁଥିବା ବସ୍ତୁ କେତେ ଅଛି ତା’ର କଳନା କରିବାକୁ ପରାମର୍ଶ ଦେଇଥିଲେ । ଭାରତବାସୀଙ୍କ ପରିଶ୍ରମରେ ତିଆରି ସାମଗ୍ରୀକୁ ସବୁବେଳେ ପ୍ରାଧାନ୍ୟ ଦେବାକୁ ସେ କହିଥିଲେ । ତାହାଛଡା ଗୁରୁକୂଳ ପରିବାର ସ୍ୱଚ୍ଛ ଭାରତ ଅଭିଯାନ ଓ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବର୍ଜନ ଉପରେ କାର୍ଯ୍ୟ କରିପାରିବେ ବୋଲି କହିଥିଲେ । ପରିମଳ ସୁଧାର ପାଇଁ ଏକତା ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିମୂର୍ତ୍ତି ପରିଦର୍ଶନ କରିବାକୁ କହିଥିଲେ । ଧରିତ୍ରୀମାତାକୁ ରାସାୟନିକ ଓ ଅନ୍ୟାନ୍ୟ ବିଲୟରୁ ରକ୍ଷା କରିବା ପାଇଁ ସେ ପ୍ରାକୃତିକ ଚାଷ ଆପଣାଇବାକୁ ପରାମର୍ଶ ଦେଇଥିଲେ । ଏ ଦିଗରେ ଗୁରୁକୂଳ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ସେ କହିଥିଲେ ।

ପୂଜ୍ୟ ଶାସ୍ତ୍ରୀଜୀ ମହାରାଜଙ୍କ ବାଣୀରେ ଉଦ୍‌ବୃଦ୍ଧ ହୋଇ ଗୁରୁକୂଳ ପରିବାର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାକୁ ସେ ଅନୁରୋଧ କରିଥିଲେ ।

 

****

SM /SLP



(Release ID: 1807953) Visitor Counter : 178