ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ - ଜାପାନ ଚତୁର୍ଦ୍ଦଶ ବାର୍ଷିକ ଶିଖର ସମ୍ମିଳନୀ (୧୯ ମାର୍ଚ୍ଚ ୨୦୨୨ : ନୂଆଦିଲ୍ଲୀ)

Posted On: 17 MAR 2022 8:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜାପାନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ କିସିଦା ଫୁମିୟୋ ଚତୁର୍ଦ୍ଦଶ ଭାରତ - ଜାପାନ ଶିଖର ସମ୍ମିଳନୀ ନିମନ୍ତେ ନୂଆଦିଲ୍ଲୀକୁ ୧୯ ତାରିଖରୁ ୨୦ ମାର୍ଚ୍ଚ, ୨୦୨୨ ପର୍ଯ୍ୟନ୍ତ ଏକ ଅଧିକାରିକ ଯାତ୍ରାରେ ଆସିବେ । ଏହି ଶିଖର ସମ୍ମିଳନୀ ଦୁଇ ନେତାଙ୍କ ପାଇଁ ପ୍ରଥମ ସାକ୍ଷାତ ହେବ । ପୂର୍ବ ଥର ଭାରତ - ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅକ୍ଟୋବର ୨୦୧୮ରେ ଟୋକିଓରେ ଅନୁଷ୍ଠିତ ହୋଇଥିଲା । 

ଭାରତ ଏବଂ ଜାପାନ ମଧ୍ୟରେ ‘ବିଶେଷ ସାମରିକ ଏବଂ ବୈଶ୍ୱିକ ଭାଗିଦାରୀତା'ର ପରିସରରେ ଏକାଧିକ-ଦିଗ ବିଶିଷ୍ଟ ସହଯୋଗିତା ରହିଛି । ଶିଖର ସମ୍ମିଳନୀ ଉଭୟ ପକ୍ଷଙ୍କୁ ବିବିଧ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ନିମନ୍ତେ ତଥା ସମ୍ପର୍କକୁ ସୁଦୃଢ଼ କରିବା ସହିତ ପାରସ୍ପରିକ ହିତ ପାଇଁ ଆଂଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାରର ଆଦାନ ପ୍ରଦାନ କରିବା ନିମନ୍ତେ ଅବସର ପ୍ରଦାନ କରିବ, ଯଦ୍ଦ୍ୱାରା ଭାରତ - ପ୍ରଶାନ୍ତ ମହାସାଗରୀୟ ଅଂଚଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ନିମନ୍ତେ ସେମାନଙ୍କର ଭାଗିଦାରୀତାକୁ ଆଗକୁ ବଢ଼ାଇ ହେବ । 

***

SSP



(Release ID: 1807352) Visitor Counter : 143