ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ -୧୯ ସମ୍ପର୍କରେ ସଦ୍ୟତମ ସୂଚନା


ମାର୍ଚ୍ଚ ୧୬, ୨୦୨୨ ଠାରୁ ୧୨-୧୩ ବର୍ଷ ଏବଂ ୧୩-୧୪ ବର୍ଷ ପିଲାଙ୍କୁ କୋଭିଡ ୧୯ ଟିକା ଦେବାକୁ ସରକାରଙ୍କ ନିଷ୍ପତ୍ତି

୬୦ରୁ ଊର୍ଦ୍ଧ୍ବ ବୟସ୍କ ଲୋକଙ୍କ ପାଇଁ ପୂର୍ବବ୍ୟାଧି ସର୍ତ୍ତାବଳୀ ଉଚ୍ଛେଦ; ୧୬ ମାର୍ଚ୍ଚ, ୨୦୨୨ ଠାରୁ ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ଟିକାର ବୁଷ୍ଟର ଡୋଜ୍ ନେବା ପାଇଁ ଯୋଗ୍ୟ ହେବେ

Posted On: 14 MAR 2022 1:55PM by PIB Bhubaneshwar

୧୨ରୁ ୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ପିଲାମାନଙ୍କର କୋଭିଡ ୧୯ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବୈଜ୍ଞାନିକ ସଂସ୍ଥାମାନଙ୍କ ସହିତ ଆବଶ୍ୟକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୬ ମାର୍ଚ୍ଚ ୨୦୨୨ ଠାରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ । ୧୨ ବର୍ଷ ବୟସ ଟପି ସାରିଥିବା ଅର୍ଥାତ୍ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଥିବା ପିଲାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ ୧୯ ଟିକା ପିଲାମାନଙ୍କୁ ଦିଆଯିବ ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜାରି ରହିଥିବା କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କୋଭିଡ ୧୯ ଟିକା ଦିଆଯାଉଛି ।

୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟାଙ୍କ ପାଇଁ କୋଭିଡ ୧୯ ବୁଷ୍ଟର ଡୋଜ୍ ଦିଆଯିବା ଲାଗି ପୂର୍ବବ୍ୟାଧି (କୋ-ମୋର୍ବଡିଟୀ) ସର୍ତ୍ତାବଳୀକୁ ଉଚ୍ଛେଦ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେଣୁ ୧୬ ମାର୍ଚ୍ଚ, ୨୦୨୨ ପରଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ୧୯ର ବୁଷ୍ଟର ଡୋଜ୍ ଟିକା ନେଇପାରିବେ ।

 

******

P.S.



(Release ID: 1805767) Visitor Counter : 255