ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ)ବୈଠକ ଅନୁଷ୍ଠିତ


ବୈଠକରେ ଭାରତର ସୁରକ୍ଷା ପ୍ରସ୍ତୁତି ଏବଂ ବିଶ୍ବ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନର ସମୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 13 MAR 2022 2:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଏସ) ବୈଠକ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ବିଶ୍ବ ପରିଦୃଶ୍ୟରେ ଦେଖାଦେଇଥିବା ପରିବର୍ତ୍ତନ ଏବଂ ଭାରତର ସୁରକ୍ଷା ପ୍ରସ୍ତୁତି ସମୀକ୍ଷା କରାଯାଇଥିଲା।

ଭାରତର ସ୍ଥଳ ସୀମା, ସାମୁଦ୍ରିକ ସୀମା ଏବଂ ବାୟୁସୀମାରେ ସୁରକ୍ଷା ପ୍ରସ୍ତୁତିର ବିଭିନ୍ନ ଦିଗ ଏବଂ ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବୈଠକରେ ଅବଗତ କରାଯାଇଥିଲା।  

ୟୁକ୍ରେନରେ ସାମ୍ପ୍ରତିକ ପରିସ୍ଥିତି, ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକ ଏବଂ ଭାରତର ପଡ଼ୋଶୀ ରାଷ୍ଟ୍ରର ନାଗରିକମାନଙ୍କୁ ଉଦ୍ଧାର କରିବା ଲାଗି ଅପରେସନ ଗଙ୍ଗା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦିଆଯାଇଥିଲା। 

ଖାରକିଭ୍‌ରେ ପ୍ରାଣ ହରାଇଥିବା ଭାରତୀୟ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର ସ୍ବଦେଶ ଫେରାଇ ଆଣିବା ଲାଗି ଯଥାସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିର୍ଦ୍ଦେଶ ଦେଇଛନ୍ତି । 

 

********

P.S.


(ରିଲିଜ ଆଡି: 1805568) ପରିଦର୍ଶକ କାଉଣ୍ଟର : 283