ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍) ଏବଂ ଜର୍ମାନୀର ଡୋଏଚ୍ ଫୋର୍ସଚୁଗ୍ଗେମାଇନ୍ଷାଫ୍ଟ ଇ. ବି. (ଡିଏଫ୍ଜି) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

Posted On: 09 MAR 2022 1:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର୍‌) ଏବଂ ଜର୍ମାନୀର ଡୋଏଚ୍ ଫୋର୍ସଚୁଗ୍ଗେମାଇନ୍ଷାଫ୍ଟ ଇ. ବି. (ଡିଏଫ୍ଜି) ମଧ୍ୟରେ  ଡିସେମ୍ବର ୨୦୨୧ରେ ସ୍ୱାକ୍ଷରିତ ବୁଝାମଣାକୁ ଭାରତ ସରକାର (ବ୍ୟବସାୟ ଦେଣନେଣ) ନିୟମ ୧୯୬୧ର ଦ୍ୱିତୀୟ ଅନୁସୂଚୀ ନିୟମ ୭ () ଅନୁସାରେ ମଞ୍ଜୁରି ପ୍ରଦାନ କରିଛନ୍ତି

ବୁଝାମଣା କରିବାର ଉଦ୍ଦେଶ୍ୟ

ଏହା ଅନ୍ତର୍ଗତ ବିଷ ବିଜ୍ଞାନ, ଅବହେଳିତ (ଟ୍ରପିକାଲ) ରୋଗ, ବିରଳ ରୋଗ ଏବଂ ପାରସ୍ପରିକ ସ୍ୱାର୍ଥର ଅନ୍ୟାନ୍ୟ କ୍ଷେତ୍ର ସହିତ ଡାକ୍ତରୀ ବିଜ୍ଞାନ/ ସ୍ୱାସ୍ଥ୍ୟ ଅନୁସନ୍ଧାନ କ୍ଷେତ୍ରରେ ସହଯୋଗ ସାମିଲ୍ ଅଟେ ବୈଜ୍ଞାନିକ ଅନୁସନ୍ଧାନ ଏବଂ ବୈଷୟିକ ବିକାଶ କ୍ଷେତ୍ରରେ ସହଯୋଗରେ  ବୈଜ୍ଞାନିକ ଅନୁସନ୍ଧାନ ପ୍ରକଳ୍ପର  ମିଳିତ ପାଣ୍ଠି ଅନ୍ତର୍ଭୁକ୍ତ ହେବା ସହିତ ଅନୁସନ୍ଧାନକାରୀଙ୍କ ଆଦାନପ୍ରଦାନ, ମିଳିତ ସେମିନାର, ସିମ୍ପୋଜିୟମ୍  ଏବଂ କର୍ମଶାଳା ନିମନ୍ତେ ପାଣ୍ଠି ପ୍ରଦାନ ସାମିଲ୍ ଅଟେ ଯାହା ମଧ୍ୟ ଉଚ୍ଚ ବୈଜ୍ଞାନିକ ମାନକ ହେବ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ବିଜ୍ଞାନର ପ୍ରଗତି ନିମନ୍ତେ ଲାଭଦାୟକ ହେବ

ଆର୍ଥିକ ପ୍ରଭାବ:

ବୈଜ୍ଞାନିକ ଅନୁସନ୍ଧାନ ଏବଂ ବୈଷୟିକ ବିକାଶର ସହଯୋଗରେ ବୈଜ୍ଞାନିକ ଅନିସନ୍ଧାନ ପ୍ରକଳ୍ପର ମିଳିତ ପାଣ୍ଠି ଅନ୍ତର୍ଭୁକ୍ତ ହେବା ସହିତ ଅନୁସନ୍ଧାନକାରୀଙ୍କ ଆଦାନପ୍ରଦାନ, ମିଳିତ ସେମିନାର, ସିମ୍ପୋଜିୟମ୍‌, କର୍ମଶାଳାର ନିମନ୍ତେ ପାଣ୍ଠି ପ୍ରଦାନ ସାମିଲ୍ ଅଟେ ଯାହା ମଧ୍ୟ ଉଚ୍ଚ ବୈଜ୍ଞାନିକ ମାନକ ହେବ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ ବିଜ୍ଞାନର ପ୍ରଗତି ନିମନ୍ତେ ଲାଭଦାୟକ ହେବ

SSP

 

 

 



(Release ID: 1804437) Visitor Counter : 133