ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

'ପ୍ରଯୁକ୍ତି ଆଧାରିତ ବିକାଶ' ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ଦେଶର ଜନ ସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ପ୍ରଯୁକ୍ତି ହିଁ ଆମ ପାଇଁ ଏକ ମାଧ୍ୟମ । ଆମ ପାଇଁ ପ୍ରଯୁକ୍ତି ହିଁ ଦେଶକୁ ଆତ୍ମନିର୍ଭର କରିବା ପାଇଁ ମୁଖ୍ୟ ଆୟୁଧ । ଏହି ଦୂରଦୃଷ୍ଟି ଚଳିତବର୍ଷର ବଜେଟରେ ପ୍ରତିଫଳିତ”

“ବଜେଟ୍‌ରେ ୫ଜି ସ୍ପେକ୍ଟ୍ରମ ନିଲାମ, ୫ଜି ଇକୋସିଷ୍ଟମ ଓ ନିର୍ମାଣ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ବିଷୟରେ ପ୍ରସ୍ତାବ ରହିଛି”

“ଆରାମଦାୟକ ଜୀବନ ନିମନ୍ତେ ଆମକୁ ଅଧିକରୁ ଅଧିକ ବୈଷୟିକ ଜ୍ଞାନ ଉପରେ ଜୋର ଦେବାକୁ ପଡିବ”

“ଆମର ନିଜ ଦେଶରେ ତିଆରି ଟିକାର ବିଶ୍ୱସନୀୟତା କୋଭିଡ କାଳରେ ପ୍ରମାଣିତ ହୋଇଛି । ଆମକୁ ଏହି ସଫଳତାର କାହାଣୀ ସବୁ କ୍ଷେତ୍ରରେ ପ୍ରମାଣ କରିବାକୁ ହେବ”

Posted On: 02 MAR 2022 11:13AM by PIB Bhubaneshwar

ବଜେଟ ପର ସପ୍ତମ ୱେବିନାରକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି । ସମୟାନୁସାରେ ବଜେଟର ବ୍ୟବସ୍ଥାଗୁଡିକୁ ଅଂଶୀଦାରମାନେ ଯେପରି ସଠିକ୍ ଓ ସମ୍ପୂର୍ଣ୍ଣଭାବେ ତ୍ୱରାନ୍ୱିତ କରିବେ ପ୍ରଧାନମନ୍ତ୍ରୀ ତା’ଉପରେ ଗୁରୁତ୍ବାରୋପ କରିଛନ୍ତି । “ମିଳିମିଶି ବଜେଟ୍‌ରେ ଥିବା ବ୍ୟବସ୍ଥାଗୁଡିକୁ ଆମେ ତ୍ୱରାନ୍ୱିତ କଲେ  ଏହାର ଅନୁକୂଳ ଲାଭ ଆମକୁ ମିଳିବ” ବୋଲି  ୱେବିନାରରେ ସେ କହିଥିଲେ ।

ଏହି ସରକାର ନିମନ୍ତେ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଏକ ଅଭିନ୍ନ କ୍ଷେତ୍ର ନୁହଁ ବୋଲି ପ୍ରଧାନମନ୍ତ୍ରୀ ଜୋରଦେଇ କହିଥିଲେ ।  ଆର୍ଥିକ ଦୃଷ୍ଟିରୁ ଏହା ଡିଜିଟାଲ ଅର୍ଥନୀତି ଓ ଫିନ୍‌ଟେକ ସହ ସଂଶ୍ଳିଷ୍ଟ । ସେହିପରି ଆଗୁଆ ବୈଷୟିକ ଜ୍ଞାନର ଭିତ୍ତିଭୂମି ଓ ଜନ ସାଧାରଣ ସେବା ପାଇଁ ଅନେକ ଭୂମିକା ରହିଛି । “ପ୍ରଯୁକ୍ତି ବିଦ୍ୟା  ଆମ ଦେଶର ଜନସାଧାରଣଙ୍କୁ ସଶକ୍ତ କରିବା ନିମନ୍ତେ ଏକ ମାଧ୍ୟମ । ଦେଶକୁ ଆତ୍ମନିର୍ଭର କରିବାରେ ପ୍ରଯୁକ୍ତିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସେଭଳି ଦୃଷ୍ଟିକୋଣ ଚଳିତ ବର୍ଷର ବଜେଟ୍‌ରେ ମଧ୍ୟ ପ୍ରତିଫଳିତ ହୋଇଛି” ବୋଲି  ସେ କହିଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ନିକଟରେ ଦେଇଥିôବା ଉଦ୍‌ବୋଧନର ସ୍ମରଣ କରି ବିକଶିତ ରାଷ୍ଟ୍ରମାନେ ଆତ୍ମନିର୍ଭରତାର ଗୁରୁତ୍ୱ କିପରି ଗ୍ରହଣ କରିଛନ୍ତି ସେ କହିଥିଲେ । “ନୂତନ ବୈଶ୍ୱିକ ପଦ୍ଧତି ବିକଶିତ ହେଉଥିବା ବେଳେ, ଆମେ ମଧ୍ୟ ଆତ୍ମନିର୍ଭରତା ଦିଗରେ ଆଲୋକପାତ କରିବା ଦରକାର” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ବଜେଟରେ ଗୁରୁତ୍ୱ ଦିଆଯାଇଥିବା ଉଦୀୟମାନ କ୍ଷେତ୍ର ଯଥା କୃତ୍ରିମ ମେଧା, ଜିଓ-ସ୍ପାଟିଆଲ ସିଷ୍ଟମ, ଡ୍ରୋନ, ସେମି କଣ୍ଡକ୍ଟର, ମହାକାଶ ବୈଷୟିକ ଜ୍ଞାନ, ଜିନୋମିକ୍ସ, ଫାମାସ୍ୟୁଟିକାଲ୍ସ ଓ କ୍ଲିବ ଟେକ୍ନୋଲୋଜିରୁ ୫ଜି ପର୍ଯ୍ୟନ୍ତ ଶ୍ରୀ ମୋଦୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ବଜେଟରେ  ୫ଜି ସ୍ପେକ୍ଟ୍ରମର ନିଲାମୀ ସହ ମଜବୁତ ୫ଜି ବାତାବରଣ ସୃଷ୍ଟି ପାଇଁ ପିଏଲଆଇ ଯୋଜନା ପ୍ରସ୍ତାବ ରହିଛି । ଏହି କ୍ଷେତ୍ରରେ ନିଜର ଅଂଶୀଦାରିତା ତ୍ୱରାନ୍ୱିତ କରିବାକୁ  ସେ ଘରୋଇ କ୍ଷେତ୍ରରେ ପରାମର୍ଶ ଦେଇଥିଲେ ।

ଗେମିଂ କ୍ଷେତ୍ରରେ ବୈଶ୍ୱିକ ବଜାରର ସମ୍ପ୍ରସାରଣ ଉପରେ ଉଲ୍ଲେଖ କରି ସେ କହିଥିଲେ ଯେ ବଜେଟରେ ଆନିମେସନ ଭିଜ୍ୟୁଆଲ ଇଫେକ୍ଟସ ଗେମିଂ କମିକ(ଏଭିଜିସି) ଉପରେ ମଧ୍ୟ ଆଲୋକପାତ କରାଯାଇଛି । ସେଥିପାଇଁ ଭାରତୀୟ ବାତାବରଣକୁ ଦୃଷ୍ଟିରେ ରଖି ସେ ଖେଳନା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ସଂଯୋଗ କେନ୍ଦ୍ର ଓ ଫିନଟେକକୁ ଐକକେନ୍ଦ୍ରିକ କରିବା ପାଇଁ ବିଦେଶ ଉପରେ ଅଧିକ ନିର୍ଭର ନ କରି ଭାରତୀୟ ପାଣିପାଗ ଅନୁକୂଳ ପଦ୍ଧତି ଆପଣାଇବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସଂସ୍କାର ଯୋଗୁଁ ପରିବର୍ତ୍ତନ ନିୟମ ପାଇଁ ଜିଓ-ସ୍ପାଷ୍ଟିକାଲ ଡାଟା ବ୍ୟାପାରରେ ସର୍ବାଧିକ ସୁବିଧା ଉଠାଇବାକୁ ସେ ଘରୋଇ କ୍ଷେତ୍ରକୁ ନିବେଦନ କରିଥିଲେ ।” ଆମ ନିଜ ଦେଶରେ କୋଭିଡ କାଳରେ ତିଆରି ଟିକାର ବିଶ୍ୱସନୀୟତା ପ୍ରମାଣିତ ହୋଇଛି । ଆମକୁ ଏହି ସଫଳ କାହାଣୀ ପ୍ରତ୍ୟେକ କ୍ଷେତ୍ରରେ ପ୍ରମାଣ କରିବାକୁ ହେବ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀ ତଥ୍ୟର ନିରପତ୍ତା ଦେଶ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତା’ ଉପରେ ଗୁରୁତ୍ୱଆରୋପ କରି ଏହାର ସୁରକ୍ଷା ଦିଗରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବା ଉପରେ ଆଲୋକପାତ କରିଥିଲେ ।

ଭାରତୀୟ ଷ୍ଟାର୍ଟଅପ ଇକୋ ସିଷ୍ଟମକୁ ସମସ୍ତ ସରକାରୀ ସାହାଯ୍ୟ ମିଳିବ ବୋଲି ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । କୌଶଳ, ଅତି କୌଶଳ ଓ ଉନ୍ନତ କୌଶଳ ବିକାଶ ନିମନ୍ତେ  ଏକ ପୋର୍ଟାଲ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି । ଏଥିରେ ଯୁବ ସମାଜ ସମସ୍ତ ନିଯୁକ୍ତି ସୁଯୋଗ ପାଇବା ନେଇ ସବିଶେଷ ରହିଛି ବୋଲି ସେ କହିଥିଲେ ।
ଦେଶରେ ନିର୍ମାଣ କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ୧୪ଟି କ୍ଷେତ୍ରରେ ଦୁଇ ଲକ୍ଷ କୋଟି ଟଙ୍କାର ପିଏଲଆଇ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ । ଅପଟିକାଲ ଫାଇବର, ଇ-ଆବର୍ଜନା ପରିଚାଳନା, ଚକ୍ରୀୟ ଅର୍ଥନୀତି ଓ ଇଲେଟ୍ରିକ୍ ମୋବିଲିଟି ଉପରେ ଯଥାର୍ଥ ପ୍ରସ୍ତାବମାନ ଦେବାକୁ ଶ୍ରୀ ମୋଦୀ ତୃତୀୟପକ୍ଷ ଅଂଶୀଦାରମାନଙ୍କୁ ନିବେଦନ କରିଥିଲେ ।

****

SM / SLP



(Release ID: 1802433) Visitor Counter : 424