ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶବ୍ୟାପୀ କରୋନାର କ୍ରମବର୍ଦ୍ଧିଷ୍ଣୁ ସ୍ଥିତି


ବର୍ତ୍ତମାନ କରୋନା ଗ୍ରାଫ ନିମ୍ନ ମୁହାଁ ହେବାରେ ଲାଗିଛି । ସତ୍ୟତମ ସ୍ଥିତି ଅନୁଯାୟୀ ନିମ୍ନରେ କିଛି ମୁଖ୍ୟାଂଶ ଦିଆଗଲା ।

କୋଭିଡ-୧୯ ଟିକା ଦାନର ସଂଖ୍ୟା ୧୭୭କୋଟି ୭୦ଲକ୍ଷ ଅତିକ୍ରମ କରିଲାଣି ।

ଗତ ୨୪ଘଣ୍ଟା ମଧ୍ୟରେ ୧୮ଲକ୍ଷ ଡୋଜ ଟିକା ଦିଆଯାଇପାରିଛି ।

ବର୍ତ୍ତମାନ କରୋନାରୁ ଆରୋଗ୍ୟ ହାର ୯୮.୫୯ ଶତାଂଶ ରହିଛି ।

ଗତ ୨୪ଘଣ୍ଟା ମଧ୍ୟରେ ୬, ୯୧୫ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଦେଶରେ ବର୍ତ୍ତମାନ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୯୨, ୪୭୨ ରହିଛି ।

ବର୍ତ୍ତମାନ ସାପ୍ତାହିକ ସଂକ୍ରମଣ ହାର ୧.୧୧ ଶତାଂଶ ରହିଛି ।

Posted On: 01 MAR 2022 9:36AM by PIB Bhubaneshwar

କୋଭିଡ ଟିକାକରଣ କ୍ଷେତ୍ରରେ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ଉଲ୍ଲେଖନୀୟ ପ୍ରଗତି ଘଟିଛି । ଏହି ସମୟ ମଧ୍ୟରେ ୧୮ଲକ୍ଷ ୨୨ହଜାର ୫୧୩ ଡୋଜ ଟିକା ଦିଆଯାଇପାରିଛି । ଏହାଫଳରେ ଆଜି ସକାଳ ୭ଟା ସୁଦ୍ଧା ୧୭୭କୋଟି ୭୦ଲକ୍ଷ ୨୫ହଜାର ୯୧୪ ଡୋଜ ଟିକା ଦିଆସାରିଲାଣି । ଏହି ସଫଳତା ପାଇଁ ୨କୋଟି ୦୪ଲକ୍ଷ ୬୧ହଜାର ୨୩୯ଥର ଚେଷ୍ଟା କରାଯାଇଛି । ଗତ ସାତଦିନ ମଧ୍ୟରେ ଟିକାକରଣ ସଫଳତା ହାର ଏହିପରି ଅଛି:-

ସ୍ୱାସ୍ଥ୍ୟ ଯତ୍ନକର୍ମୀମାନଙ୍କ ଦ୍ୱାରା ୧, ୦୪,୦୧, ୬୦୯ ଡୋଜ ପ୍ରଥମ ଡୋଜ ଆକାରରେ ଲୋକଙ୍କୁ ଦିଆଯାଇଛି। 

୯୯, ୬୭, ୮୫୭ ଦ୍ୱିତୀୟ ଡୋଜ ଏବଂ ପ୍ରତିଷେଧକ ଟିକା ୪୧,୮୧, ୭୬୬ ଡୋଜ ଦିଆଯାଇଛି ।

କ୍ଷେତ୍ରସ୍ତରୀୟ କର୍ମୀମାନେ ୧, ୮୪, ୦୯, ୫୮୫ ଡୋଜ ଟିକା ପ୍ରଥମ ଥର ନେଉଥିବା ଲୋକଙ୍କୁ ଦେଇଛନ୍ତି । ୧, ୭୪, ୪୩, ୫୧୪ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ପ୍ରତିଷେଧକମୂଳକ ଟିକା ୬୨, ୩୭, ୦୬୮ଜଣଙ୍କୁ ଦେଇଛନ୍ତି । ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୫, ୪୮, ୯୧, ୩୭୦ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି । ୨, ୭୯,୭୬,୦୬୨ଜଣଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି । ୧୮ରୁ ୪୪ବର୍ଷ ବୟସ ମଧ୍ୟରେ ୨୦,୨୨, ୮୨, ୩୫୮୬ ଜଣଙ୍କୁ ପ୍ରଥମଡୋଜ, ୧୮,୦୨, ୬୪, ୩୬୬ଜଣଙ୍କୁ ଦ୍ୱିତୀୟ ଡୋଜ ୬୦ବର୍ଷ ଏବଂ ଅଧିକ ବୟସର ଲୋକଙ୍କୁ ୧୨, ୬୪, ୧୯, ୫୨୪ ଜଣଙ୍କୁ ପ୍ରଥମ ଡୋଜ, ୧୧, ୨୨, ୮୦, ୪୩୪ ଜଣଙ୍କୁ ଦ୍ୱିତୀୟ ଡୋଜ ଏବଂ ପ୍ରତିଷେଧକ ଭାବେ ୯୬, ୭୬, ୩୧୭ ଜଣଙ୍କୁ ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ମୋଟ ୨,୦୦,୯୫,୧୫୧ ଜଣଙ୍କୁ ପ୍ରତିଷେଧକମୂଳକ ଟିକା ଦିଆଯାଇ ମୋଟ ୩୧, ୭୭, ୭୦, ୨୫, ୯୧୪ଡୋଜ ଟିକା ଦିଆଯାଇ ସାରିଲାଣି । 

ଗତ ୨୪ଘଣ୍ଟାରେ ମଧ୍ୟରେ ୧୬, ୮୬୪ଜଣ କରୋନାରୁ ଆରୋଗ୍ୟ ଲାଭ କରିବା ପରେ କରୋନା ଆରମ୍ଭଠାରୁ ଏପର୍ଯ୍ୟନ୍ତ ମୋଟ ୪, ୨୩, ୨୪, ୫୫୦ ଜଣ ଆରୋଗ୍ୟଲାଭ କରିସାରିଲେଣି । ବର୍ତ୍ତମାନ ଭାରତରେ ଆରୋଗ୍ୟଲାଭ ହାର ୯୮.୫୯ ଶତାଂଶ ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ୬,୯୧୫ଜଣ ନୂତନ ସଂକ୍ରମିତ ହୋଇଥିବା ଜଣାପଡିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୯୨, ୪୭୨ ଥିବା ସ୍ଥଳେ ମୋଟ ସଂକ୍ରିୟ ହାର ୦.୨୨ ଶତାଂଶ ଅଛି । ସମଗ୍ର ଦେଶରେ ନମୁନା ପରୀକ୍ଷା କାର୍ଯକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଗତ ୨୪ଘଣ୍ଟା ମଧ୍ୟରେ ୯,୦୧, ୬୪୭ ଜଣଙ୍କର ନମୁନା ପରୀକ୍ଷା କରାଯାଇ ଏପର୍ଯ୍ୟନ୍ତ ମୋଟ ୭୬, ୮୩, ୮୨, ୯୯୩ଟି ନମୁନା ପରୀକ୍ଷା କରାଯାଇ ସାରିଲାଣି । ସାପ୍ତାହିକ ସଂକ୍ରମଣର ହାର ବର୍ତ୍ତମାନ ସମଗ୍ର ଦେଶ କ୍ଷେତ୍ରରେ ୧.୧୧ ଶତାଂଶ ଏବଂ ଦୈନିକ ସଂକ୍ରମଣ ହାର ୦.୭୭ଶତାଂଶ ରହିଛି ।

****

SSD /SLP



(Release ID: 1802172) Visitor Counter : 165