ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋମାନିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନିକୋଲା-ଆଇଓନେଲ ସିୟୁକାଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
28 FEB 2022 10:11PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୋମାନିଆର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନିକୋଲା-ଆଇଓନେଲ ସିୟୁକାଙ୍କ ସହିତ ଟେଲିଫୋନ୍ରେ କଥା ହୋଇଥିଲେ ।
ପ୍ରଧାନମନ୍ତ୍ରୀ ଗତ କିଛି ଦିନ ମଧ୍ୟରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବାରେ ରୋମାନିଆ ଦ୍ୱାରା ପ୍ରଦାନ କରାଯାଇଥିବା ସହାୟତା ପାଇଁ ଶ୍ରୀ ନିକୋଲା-ଆଇଓନେଲ ସିୟୁକାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଭାରତୀୟ ନାଗରିକଙ୍କୁ ବିନା ଭିସାରେ ରୋମାନିଆରେ ପ୍ରବେଶ କରିବାକୁ ଅନୁମତି ଦେବା ଏବଂ ଭାରତରୁ ସ୍ୱତନ୍ତ୍ର ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିବାରୁ ସେ ରୋମାନିଆର କାର୍ଯ୍ୟକୁ ବିଶେଷ ପ୍ରଶଂସା କରିଥିଲେ ।
ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର କାର୍ଯ୍ୟକୁ ତଦାରଖ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆଙ୍କ ଦାୟିତ୍ୱ ଦିଆଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ସିୟୁକାଙ୍କୁ ସୂଚନା ଦେଇଛନ୍ତି ।
ୟୁକ୍ରେନରେ ଚାଲିଥିବା ହିଂସା ଏବଂ ମାନବିକ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଶତ୍ରୁତା ବନ୍ଦ କରିବା ଏବଂ ଆଲୋଚନାକୁ ଫେରିବା ପାଇଁ ଭାରତର ନିରନ୍ତର ଆବେଦନକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରଗୁଡିକର ସାର୍ବଭୌମତ୍ୱ ତଥା ଭୌଗଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।
HS
(ରିଲିଜ ଆଡି: 1801989)
ପରିଦର୍ଶକ କାଉଣ୍ଟର : 209
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam