ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପ୍ରଖ୍ୟାତ ଗାୟକ ତଥା ସଙ୍ଗୀତକାର ଶ୍ରୀ ବାପି ଲାହିରିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 16 FEB 2022 9:15AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଗାୟକ ତଥା ସଙ୍ଗୀତକାର ଶ୍ରୀ ବାପି ଲାହିରିଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ବାପି ଲାହିରି ଜୀଙ୍କର ସଂଗୀତ ସମସ୍ତଙ୍କ ମନକୁ ଛୁଉଁଥିଲା, ବିଭିନ୍ନ ଭାବନାକୁ ସୁନ୍ଦର ଭାବରେ ପ୍ରକାଶ କରୁଥିଲା । ସବୁ ପୀଢିର ଲୋକମାନେ ତାଙ୍କ କାର୍ଯ୍ୟ ସହ ଜଡିତ ହୋଇପାରନ୍ତି । ତାଙ୍କର ହସ ହସ ମୁହଁରୁ ସମସ୍ତେ ବଞ୍ଚିତ ହେବେ । ତାଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”

HS


(ରିଲିଜ ଆଡି: 1798681) ପରିଦର୍ଶକ କାଉଣ୍ଟର : 237