ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କରୋନା ସମ୍ପର୍କୀତ ସଦ୍ୟତମ ସ୍ଥିତି

Posted On: 09 FEB 2022 9:13AM by PIB Bhubaneshwar

ସମଗ୍ର ଦେଶରେ କରୋନା ଟିକାଦାନ କାର୍ଯ୍ୟକ୍ରମ ଚାଲିଛି ।  ଏହି କାର୍ଯ୍ୟକ୍ରମ ଅଧୀନରେ ଏପର୍ଯ୍ୟନ୍ତ ୧୭୦କୋଟି ୮୭ ଲକ୍ଷ  ଡୋଜ ଟିକା ଦିଆଯାଇସାରିଲାଣି । ସର୍ବଶେଷ ରିପୋର୍ଟ ଅନୁଯାୟୀ ଭାରତରେ ୮ଲକ୍ଷ ୯୨ହଜାର ୮୨୮ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି । ସକ୍ର୍ରିୟ ରୋଗୀଙ୍କ ହାର ୨ଦଶମିକ ୧୧ଶତାଂଶ ଅଛି। କରୋନାରୁ  ସୁସ୍ଥ ହେଉଥିବା ହାର ୯୬ ଦଶମିକ ୭୦ ଶତାଂଶ ଅଛି । ଗତ ୨୪ଘଣ୍ଟା ମଧ୍ୟରେ ୧ଲକ୍ଷ ୭୨ହଜାର୨୧୧ଜଣ କରୋନାରୁ  ଆରୋଗ୍ୟଲାଭ କରିଛନ୍ତି । ଏହି ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ଆରୋଗ୍ୟ ସଂଖ୍ୟା ୪କୋଟି ୧୦ଲକ୍ଷ ୧୨ହଜାର ୮୬୯ରେ ପହଞ୍ଚିଛି । ଗତ ୨୪ଘଣ୍ଟା ମଧ୍ୟରେ ୭୧ହଜାର ୩୬୫ଜଣ ସଂକ୍ରମିତ ହୋଇଥିବା ରୋଗୀ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ୪ଦଶମିକ ୫୪ ଶତାଂଶ ରହିଛି । ସେହିପରି  ସପ୍ତାହିକ ସଂକ୍ରମଣ ହାର ୭ଦଶମିକ ୫୭ଶତାଂଶ ରହିଛି । ଏପର୍ଯ୍ୟନ୍ତ ସମଗ୍ର ଦେଶରେ ୭୪କୋଟି ୪୬ଲକ୍ଷ ନମୁନା ପରୀକ୍ଷା ହୋଇସାରିଲାଣି । ଗତ ୨୪ଘଣ୍ଟା ମଧ୍ୟରେ ୧୫ଲକ୍ଷ୭୧ହଜାର ୭୨୬ ନମୁନା ପରୀକ୍ଷା କରାଯାଇଛି ।

*****

SSD / SLP



(Release ID: 1796902) Visitor Counter : 156