ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗଣମାଧ୍ୟମରେ ପ୍ରକାଶିତ ଖବର ୫୦ଲକ୍ଷ ଅବ୍ୟବହୃତ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହେବା କଥା ଭିତ୍ତିହୀନ ଓ ଭୂଲ ତଥ୍ୟ ଉପରେ ପର୍ଯ୍ୟବେସିତ


କେନ୍ଦ୍ର ପ୍ରତ୍ୟେକ ରାଜ୍ୟକୁ ପ୍ରଥମ ଅବଧି ପୂରଣ ହେଉଥିବା ଟିକାର ବ୍ୟବହାର ପ୍ରଥମେ କୋଭିଡ-୧୯ ଟିକାକରଣ ଅଭିଯାନରେ କରିବାକୁ ପରାମର୍ଶ ଦେଇଛନ୍ତି

କୋ-ୱିନ୍‌ରେ ଉପଲବ୍‌ଧ ଟିକା ବିନିମୟ ବ୍ୟବସ୍ଥାରେ କୌଣସି ମାତ୍ରା ନଷ୍ଟ ହୋଇ ନ ଥିବା ସୂଚନା

Posted On: 03 FEB 2022 3:02PM by PIB Bhubaneshwar

ଅବ୍ୟବହୃତ ୫୦ଲକ୍ଷ କୋଭିସିଲ୍ଡ ମାତ୍ରା ଫେବୃୟାରୀ ମାସ ଶେଷ ସୁଦ୍ଧା ନଷ୍ଟ ହୋଇଯିବ ବୋଲି ଏକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏଭଳି ଖବର ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଆଧାରିତ ନୁହଁ ଯେ ରାଜ୍ୟୱାରୀ ଟିକାର ମାତ୍ରା ଏହାର ମିଆଦ ପୂରଣ କରିବାର ନିକଟବର୍ତ୍ତୀ ହୋଇଛି ।

କେନ୍ଦ୍ର ସରକାର ଆଗତୁରା  ପ୍ରତ୍ୟେକ ରାଜ୍ୟକୁ କୋଭିଡ-୧୯ ଟିକାକରଣ ଅଭିଯାନ ଆରମ୍ଭରେ ମାତ୍ରା ଯେପରି ଯଥା ସମ୍ଭବ କମ୍ ନଷ୍ଟ ହୁଏ ତାହା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ଏଥିରେ ପ୍ରଥମ ମିଆଦ ସମ୍ପୂର୍ଣ୍ଣ ହେବାକୁ ଥିବା ଟିକାର ବ୍ୟବହାର ପ୍ରଥମେ କରିବାକୁ କୁହାଯାଇଛି ।

ନଭେମ୍ବର ୨୦୨୧ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିୟମିତ ଭାବେ କୋଭିଡ ଟିକାର ମିଆଦ ପୂରଣ ତିଥି ନେଇ ମାସିକ ସମୀକ୍ଷା କରିବାକୁ କୁହାଯାଇଛି । ରାଜ୍ୟର ଘରୋଇ ଡାକ୍ତରଖାନାରେ ଥିବା ଷ୍ଟକ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।

ଯେପରି କୌଣସି ଟିକାକୁ ଏହାର ମିଆଦ ପୂରଣ ପର୍ଯ୍ୟନ୍ତ ଅବ୍ୟବହୃତ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ରଖା ନଯିବ ସେଥିପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଅତିରିକ୍ତ ଓ ପ୍ରଧାନ ସ୍ୱାସ୍ଥ୍ୟ ସଚିବମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଘରୋଇ ହସ୍‌ପିଟାଲ ଗୁଡିକରେ ଟିକା ମାତ୍ରା ବିନିଯୋଗ ଅବଗତ ହେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଘରୋଇ ହସ୍‌ପିଟାଲଗୁଡିକରେ ମଧ୍ୟ ରିହାତି ଦରରେ ଟିକାକରଣ ସଂକ୍ରାନ୍ତରେ ରାଜ୍ୟ ସରକାରମାନେ ହସ୍ତକ୍ଷେପ କରିପାରିବେ ବୋଲି ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି ।

 ଏହାଛଡା କେତେକ ରାଜ୍ୟଙ୍କ ଅନୁରୋଧ କ୍ରମେ ଘରୋଇ କ୍ଷେତ୍ର ସ୍ୱାସ୍ଥ୍ୟ ଅନୁଷ୍ଠାନରୁ ସରକାରୀ କ୍ଷେତ୍ରକୁ ଆବଶ୍ୟକ ସ୍ଥଳେ ଟିକା ସ୍ଥାନାନ୍ତର ନେଇ ମଧ୍ୟ କୌଣସି ଆପତ୍ତି ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାଫଳରେ ଟିକା ନଷ୍ଟ ହେବାରୁ ରୋକି ହେବ । ଏହି ବିନିମୟକ୍ଷମ ଟିକାର ସବିଶେଷ କୋୱିନ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ହେବ ।

ଏହାଛଡା ପଶ୍ଚିମବଙ୍ଗ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲଙ୍ଗାନା, ଗୁଜରାଟ ଏବଂ ଦିଲ୍ଲୀ ଭଳି ରାଜ୍ୟଙ୍କ ସହ ଆଲୋଚନା ହୋଇ ଘରୋଇ କୋଭିଡ ଟିକାକରଣ କେନ୍ଦ୍ରରେ ଯେପରି ଟିକା ବ୍ୟବହୃତ ହୁଏ ତାହା ସୁନିଶ୍ଚିତ କରିବାକୁ  କୁହାଯାଇଛି । 

 

****

SM / SLP



(Release ID: 1795200) Visitor Counter : 166