ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁୟାରୀ ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ବିଭିନ୍ନ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କରିବେ ମତବିନିମୟ


ଯେପରି ଦେଶର କୌଣସି ଭାଗ ବିକାଶ ପ୍ରକ୍ରିୟାରୁ ବାଦ ନ ପଡେ ତାହାକୁ ସୁନିଶ୍ଚିତ କରିବା ହେଉଛି ବାର୍ତ୍ତାଳାପର ଲକ୍ଷ୍ୟ

ଏହି ମତବିନିମୟ ଜିଲ୍ଲାସ୍ତରରେ ବିଭିନ୍ନ ଯୋଜନାରେ ପୂର୍ଣ୍ଣତା ଆଣିବା ପାଇଁ ମିଶନ ମୋଡରେ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ

Posted On: 21 JAN 2022 6:49PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୨୨.୦୧.୨୦୨୨ଦିନ ପୂର୍ବାହ୍ନ ୧୧ଟାବେଳେ ବିଭିନ୍ନ ଜିଲ୍ଳାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମତ ବିନିମୟ କରିବେ ।

ପ୍ରଧାନମନ୍ତ୍ରୀ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ସେମାନଙ୍କଠାରୁ ସିଧାସଳଖ ତଥ୍ୟ ସଂଗ୍ରହ କରିବେ । ଏହି ମତବିନିମୟ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାରେ ଆସୁଥିବା ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ଅବଗତ ହେବେ ।

ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାର ପରିପୂର୍ଣ୍ଣତା ହାସଲ କରିବା ତଥା ଏହାର ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଦେଶବ୍ୟାପୀ ଅଭିବୃଦ୍ଧି କ୍ଷେତ୍ରରେ ବୈଷମ୍ୟ ଦୂର କରିବା ନେଇ ନିରବଚ୍ଛିନ୍ନ ପ୍ରୟାସ କରିଆସୁଛନ୍ତି । ସାମଗ୍ରୀକ ଅଭିବୃଦ୍ଧି ଓ ସମସ୍ତ ନାଗରିକଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତାର ଅଂଶସ୍ୱରୂପ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।    

*****

SM



(Release ID: 1791665) Visitor Counter : 173