ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିଷ୍ଠା ଦିବସ ଅବସରରେ ଏନଡିଆରଏଫ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 19 JAN 2022 10:08AM by PIB Bhubaneshwar

ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ) ଟିମର ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ ଶୃଙ୍ଖଳରେ କହିଛନ୍ତି;

ପରିଶ୍ରମୀ @NDRFHQ ଟିମକୁ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଉଛି । ସାଧାରଣତଃ ଆହ୍ୱାନମୂଳକ ପରିସ୍ଥିତିରେ ଉଦ୍ଧାର ଓ ରିଲିଫ ଅଭିଯାନଗୁଡିକରେ ସେମାନେ ଅଗ୍ରଣୀ ଭୂମିକା ତୁଲାନ୍ତି । ଏନଡିଆରଏଫର ସାହସ ଓ କର୍ତ୍ତବ୍ୟପରାୟଣତା ବେଶ ପ୍ରେରଣାଦାୟୀ । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ଜଣାଉଛି ।

ସରକାର ଓ ନୀତି ନିର୍ଦ୍ଧାରକଙ୍କ ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ବେଶ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ବିପର୍ଯ୍ୟୟ ପ୍ରଶମନ ପାଇଁ ବିପର୍ଯ୍ୟୟ ପ୍ରବନ୍ଧନ ଦଳର ତ୍ୱରିତ ପ୍ରତିକ୍ରିୟା ସହିତ ଆମକୁ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ସମ୍ପର୍କରେ ଚିନ୍ତା କରିବାକୁ ପଡିବ ଓ ଏହି ପ୍ରସଙ୍ଗରେ ଗବେଷଣା ସମ୍ପର୍କରେ ଧ୍ୟାନ ଦେବାକୁ ହେବ ।

ଭାରତ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ମଞ୍ଚ ଗଠନ କରି ପ୍ରୟାସ ଆରମ୍ଭ କରିଛି । ଯେକୌଣସି ଆହ୍ୱାନମୂଳକ ପରିସ୍ଥିତିରେ ଅଧିକରୁ ଅଧିକ ଜୀବନ ଓ ସମ୍ପତ୍ତି ରକ୍ଷା କରିବା ପାଇଁ ଆମେ ଆମ ଏନଡିଆରଏଫ ଦଳଗୁଡିକର ଦକ୍ଷତା ବୃଦ୍ଧି କରିବାକୁ ଉଦ୍ୟମ କରୁଛୁ ।

 

SR



(Release ID: 1790917) Visitor Counter : 181