ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଜାନୁୟାରୀ ୧୭ ତାରିଖରେ ଡବ୍ଲ୍ୟୁଇଏଫ୍‍ ର ଡାଭୋସ ଏଜେଣ୍ଡାରେ ସ୍ୱତନ୍ତ୍ର "ଷ୍ଟେଟ ଅଫ୍ ୱାର୍ଲ୍ଡ" ଅଭିଭାଷଣ ପ୍ରଦାନ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 16 JAN 2022 7:07PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜାନୁୟାରୀ, ୨୦୨୨ ଭାରତୀୟ ସମୟ ରାତ୍ର ୮.୩୦ ରେ ଭିଡିଓ କନଫରେନ୍ସିଂ ଜରିଆରେ ବିଶ୍ୱ ଅର୍ଥନୈତିକ ଫୋରମର ଡାଭୋସ୍ ଏଜେଣ୍ଡାରେ ସ୍ୱତନ୍ତ୍ର "ଷ୍ଟେଟ ଅଫ୍ ୱାର୍ଲ୍ଡ" ଅଭିଭାଷଣ ପ୍ରଦାନ କରିବେ ।

ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମ ୧୭ ରୁ ୨୧ ଜାନୁୟାରୀ ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ, ୟୁରୋପୀୟ କମିଶନର ସଭାପତି ଉର୍ସୁଆ ଭନ୍ ଡେର୍ ଲିଏନ୍‌; ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ; ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ; ଇସ୍ରାଏଲର ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ; ଚୀନ୍‍ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ସମେତ ଅନେକ ରାଷ୍ଟ୍ର ମୁଖ୍ୟ ଏହାକୁ ମଧ୍ୟ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିଳ୍ପପତି, ଆନ୍ତର୍ଜାତୀୟ ସଂଗଠନ ଏବଂ ନାଗରିକ ସମାଜ ଅଂଶଗ୍ରହଣ ରହିବେ, ଯେଉଁମାନେ ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ଜଟିଳ ଆହ୍ୱାନ ଉପରେ ବିଚାର କରିବେ ଏବଂ ତାହାର କିପରି ସମାଧାନ କରାଯିବ ସେ ବିଷୟରେ ଆଲୋଚନା କରିବେ ।

HS


(ରିଲିଜ ଆଡି: 1790386) ପରିଦର୍ଶକ କାଉଣ୍ଟର : 258