ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଷ୍ଟାର୍ଟଅପଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀଙ୍କ ନିକଟରେ ଛଅଟି ବିଷୟବସ୍ତୁ ଉପରେ ଷ୍ଟାର୍ଟଅପ୍ସଙ୍କ ଉପସ୍ଥାପନା
“ଦେଶର କୋଣ ଅନୁକୋଣକୁ ଷ୍ଟାର୍ଟର୍ଅପ୍ ସଂସ୍କତିକୁ ନେଇଯିବାପାଇଁ ଜାନୁୟାରୀ ୧୬ତାରିଖକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି”

“ସରକାରଙ୍କ କାର୍ଯ୍ୟର ତିନିଟି ଉଦ୍ଦେଶ୍ୟ: ପ୍ରଥମତଃ ଔଦ୍ୟୋଗିକତା ଓ ସରକାରୀ ନବୀକରଣରକୁ ସରକାରୀ ପଦ୍ଧତି ଓ ଅମଲାତାନ୍ତ୍ରିକ ଆବର୍ତ୍ତରୁ ମୁକ୍ତ କରିବା, ଦ୍ୱିତୀୟତଃ ଏକ ଅନୁଷ୍ଠାନିକ ପ୍ରକ୍ରିୟା ଦ୍ୱାର ନୂତନତ୍ୱକୁ ପ୍ରବର୍ତ୍ତନ କରିବ ଓ ତୃତୀୟରେ ତରୁଣ ଜନପ୍ରବର୍ତ୍ତକ ଓ ନୂତନ ସଂସ୍ଥା ସହ ସହଯୋଗ”

“ଆମର ଷ୍ଟାର୍ଟଅପମାନେ କାର୍ଯ୍ୟକ୍ରମର ନିୟମ ପରିବର୍ତ୍ତନ କରୁଛନ୍ତି ସେଥିପାଇଁ ମୁଁ ଭାବୁଛି ଯେ ଷ୍ଟାର୍ଟଅପଗୁଡିକ ନବ ଭାରତର ମେରୁଦଣ୍ଡ ହେବାକୁ ଯାଉଛନ୍ତି”
“ଗତବର୍ଷ ଦେଶରେ ୪୨ଟି ୟୁନିକର୍ଣ୍ଣ ସୃଷ୍ଟି ହୋଇଛନ୍ତି । ହଜାର ହଜାର କୋଟି ଟଙ୍କାର ଏହି କମ୍ପାନୀଗୁଡିକ ଆତ୍ମନିର୍ଭର ଓ ଆତ୍ମବିଶ୍ୱାସ ଭାରତର ପ୍ରମାଣ ଚିହ୍ନ”
“ଆଜି ଭାରତ ୟୁନିକର୍ଣ୍ଣର ଶତକରେ ପହଞ୍ଚିବାକୁ ଯାଉଛି । ମୋର ବିଶ୍ୱାସ ଯେ ଭାରତୀୟ ଷ୍ଟାର୍ଟଅପ୍‌ସର ସୁବର୍ଣ୍ଣ ଯୁଗ ଏବେ ଆରମ୍ଭ ହୋଇଛି”

“କେବଳ ସ୍ୱପ୍ନକୁ ସ୍ଥାନୀୟ ସ୍ତରରେ ରଖନ୍ତୁ ନାହଁ, ସେଗୁଡିକୁ ବୈଶ୍ୱିକ କରନ୍ତୁ ଏହି ମନ୍ତ୍ର ମନେ ରଖନ୍ତୁ”

Posted On: 15 JAN 2022 1:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୫.୦୧.୨୦୨୨) ଷ୍ଟାର୍ଟଅପ୍‌ସମାନଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ମତ ବିନିମୟ କରିଛନ୍ତି । ଷ୍ଟାର୍ଟଅପସ୍‌ଗୁଡିକ ଛଅଟି ବିଷୟବସ୍ତୁ ଉପରେ ଆଧାରିତ ପ୍ରସ୍ତାବନା ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ । ସେଗୁଡିକ ହେଲା ତୃଣମୂଳସ୍ତରରୁ ଅଭିବୃଦ୍ଧି, ଡିଏନଏ ଠାବ, ସ୍ଥାନୀୟରୁ ବୈଶ୍ୱିକ, ପ୍ରଯୁକ୍ତିରୁ ଭବିଷ୍ୟତ ନିର୍ମାଣ, ନିର୍ମାଣରେ ଶୀର୍ଷରେ ଅବସ୍ଥାନ ଏବଂସ୍ଥାୟୀ ଓ ନିରନ୍ତର ବିକାଶ । ଏହି ପ୍ରସ୍ତାବନା ନିମନ୍ତେ ୧୫୦ଟିରୁ ଅଧିକ ଷ୍ଟାର୍ଟଅପ୍‌ସ ଛଅଟି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି । ପ୍ରତ୍ୟେକ ବିଷୟବସ୍ତୁ ଉପରେ ପ୍ରସ୍ତାବନା ଦୁଇଟି ଷ୍ଟାର୍ଟଅପ ପ୍ରତିନିଧିଙ୍କ ଦ୍ୱାରା  ସେହି ବିଷୟବସ୍ତୁ ଉପରେ  ପ୍ରତ୍ୟେକ ଷ୍ଟାର୍ଟଅପଙ୍କ ଉପରେ ସୂଚନା ଦେଉଛନ୍ତି ।

ସେମାନଙ୍କ ପ୍ରସ୍ତାବନା କାଳରେ ଷ୍ଟାର୍ଟଅପ ପ୍ରତିନିଧିମାନେ ସେମାନଙ୍କୁ ଏଭଳି ଏକ ମଞ୍ଚରେ ନିଜ ମତାମତ ଉପସ୍ଥାପନା ପାଇଁ ସୁଯୋଗ ଦେବା ତଥା ଷ୍ଟାର୍ଟଅପ ବାତାବରଣକୁ ଅନୁକୂଳ କରିବା ଉଦ୍ୟମ ପ୍ରତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେମାନେ ବିଭିନ୍ନ କ୍ଷେତ୍ରର ଚିନ୍ତାଧାରା ଓ ତଥ୍ୟ ଉପରେ ମତର ଆଦାନପ୍ରଦାନ କରିଥିଲେ । ଏଥି ମଧ୍ୟରେ କୃଷି କ୍ଷେତ୍ରରେ ମଜବୁତ ତଥ୍ୟ ସଂଗ୍ରହ ଯାହାକି ଭାରତକୁ କୃଷିର ପେଣ୍ଠ କରି ଗଢିତୋଳିବ, ପ୍ରଯୁକ୍ତିବିଦ୍ୟା ବଳରେ ସ୍ୱାସ୍ଥ୍ୟ ଯତ୍ନକୁ ଉନ୍ନୀତ କରିବା, ମାନସିକ ସ୍ୱାସ୍ଥ୍ୟ ସମସ୍ୟା ମୁକାବିଲା, ଭର୍ଚୁଆଲ ପର୍ଯ୍ୟଟନ ଜରିଆରେ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରରେ ନବୀନତ୍ୱ, ଶିକ୍ଷା,ପ୍ରୁଯୁକ୍ତି ଓ କର୍ମ ନିଯୁକ୍ତି ଚିହ୍ନଟୀକରଣ, ମହାକାଶ କ୍ଷେତ୍ର, ଅଫଲାଇନ ଖୁଚୁରା ବଜାରକୁ ଡିଜିଟାଲ  ବାଣିଜ୍ୟ ସହ ଯୋଡିବା, ନିର୍ମାଣ କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି, ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ, ସ୍ଥାୟୀଓ ନିରନ୍ତର ସବୁଜ ପନିପରିବା,  ଉତ୍ପାଦନ, ନିରନ୍ତର ଓ ସ୍ଥାୟୀ ପରିବହନ ବ୍ୟବସ୍ଥା ଇତ୍ୟାଦି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ, ଡକ୍ଟର ମନସୁଖ ମାଣ୍ଡବ୍ୟ, ଶ୍ରୀ ଅଶ୍ୱିନ ବୈଷ୍ଣବ, ଶ୍ରୀ ସର୍ବାନନ୍ଦ ସେନାୱାଲ, ଶ୍ରୀ ପୁରୁଷୋତ୍ତମ ରୂପାଲା, ଶ୍ରୀ ଜି. କିଶନ ରେଡ୍ଡୀ, ଶ୍ରୀ ପଶୁପତି କୁମାର ପାରସ, ଡକ୍ଟର ଜିତେନ୍ଦ୍ର ସିଂ, ଶ୍ରୀ ସୋମପ୍ରକାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରସ୍ତାବନା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ ଇଣ୍ଡିଆର ସଂଗଠନ ନବୀକରଣ ସପ୍ତାହ ଆଜାଦୀ କା ଅମ୍ରିତ ମହୋତ୍ସବ ବର୍ଷ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତ ଯେତେବେଳେ ଏହାର ସ୍ୱାଧୀନତାର ଶତବାର୍ଷିକୀରେ ପାଦ ଦେବ ଷ୍ଟାର୍ଟଅପ୍‌ମାନଙ୍କ ଭୂମିକା ଖୁବ୍ ମହତ୍ୱପୂର୍ଣ୍ଣ ହୋଇଉଠିବ । “ମୁଁ ଦେଶର ସମସ୍ତ ଷ୍ଟାର୍ଟଅପ, ସମସ୍ତ ନବୀନତ୍ୱରେ ବିଶ୍ୱାସୀ ତରୁଣଗୋଷ୍ଠୀ, ଯେଉଁମାନେ ବିଶ୍ୱରେ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତୀୟ ପତାକା ଊର୍ଦ୍ଧ୍ୱରେ ରଖିଛନ୍ତି ସେମାନଙ୍କୁ ଅଭିନନ୍ଦନ ଜଣାଉଛି ।” ଦେଶର କୋଣ ଅନୁକୋଣରେ ଷ୍ଟାର୍ଟଅପ୍ ସଂସ୍କୃତି ପହଞ୍ଚାଇବା ପାଇଁ ଜାନୁୟାରୀ ୧୬ତାରିଖକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ” ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ।

ଚଳିତଯୁଗକୁ ଭାରତରେ ପ୍ରଯୁକ୍ତି ଯୁଗ ଭାବ ଅଭିହିତ କରି ପ୍ରଧାନମନ୍ତ୍ରୀ ବିରାଟ ପରିବର୍ତ୍ତନ ପାଇଁ ସରକାର ନୃତନତ୍ୱ, ଔଦ୍ୟୋଗିକତା ଓ ଷ୍ଟାର୍ଟଅପ ବାତାବରଣ ଭଳି ତିନିଟି ବିଷୟକୁ ପ୍ରାଥମିକତା ଦେଇଛନ୍ତି ବୋଲି କହିଥିଲେ ।

ପ୍ରଥମ ଔଦ୍ୟୋଗିକତା ଓ ନବୀକରଣକୁ ସରକାରୀ ପଦ୍ଧତି ଓ ଅମଲାତାନ୍ତ୍ରିକ ଆବର୍ତ୍ତରୁ  ମୁକ୍ତ କରିବା, ଦ୍ୱିତୀୟ ଏକ ଆନୁଷ୍ଠାନିକ ପ୍ରକ୍ରିୟା ଦ୍ୱାରା ନୂତନତାକୁ ପ୍ରବର୍ତ୍ତନ କରିବା, ତୃତୀୟ ହେଲା ଯୁବ ନବୀକରଣ ଓ ଅତ୍ୟାଧୁନିକ ଉଦ୍ୟୋଗଗୁଡିକୁ  ସହ ଚାଲିବା ।  ଷ୍ଟାର୍ଟଅପ ଇଣ୍ଡିଆ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ଏହା ଅଂଶବିଶେଷ ଭାବେ ବିବେଚନା କରିବା । ଆଞ୍ଜେଲ ଟାକ୍ସ ଭଳି ସମସ୍ୟାରୁ ମୁକ୍ତି ପାଇଁ ପଦକ୍ଷେପ, ଟିକସ ପଦ୍ଧତିର  ସରଳୀକରଣ, ନଅଟି ଶ୍ରମ ଓ ତିନିଟି ପରିବେଶ ଆଇନର ଆତ୍ମ ପ୍ରମାଣପତ୍ର ଓ ୨୫ହଜାରରୁ ଅଧିକ ଅନୁପାଳନୀୟ ବିଷୟକୁ ବାଦଦେବା ଇତ୍ୟାଦି ଅନ୍ତର୍ଭୁକ୍ତ । ଷ୍ଟାର୍ଟଅପ୍ ରନ୍‌ୱେର   ସରକାରୀ ଇ-ମାର୍କେଟ ପ୍ଲେସ ପ୍ଲାଟଫର୍ମ ଯୋଗୁଁ ଷ୍ଟାର୍ଟଅପ୍ ସେବାରେ ଅନେକ ସୁବିଧା ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବୀକରଣର ଆନୁଷ୍ଠାନିକ ସ୍ୱୀକୃତି ଯୋଗୁଁ ଏହା ଦେଶରେ ଛାତ୍ରଛାତ୍ରୀଙ୍କୁ ପିଲାବେଳରୁ ଏଥିପ୍ରତି ଆକୃଷ୍ଟ କରିବ । ନଅହଜାରରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ ପିଲାମାନଙ୍କୁ  ବିଦ୍ୟାଳୟସ୍ତରରୁ ନୂତନ କିଛି କରିବା ପାଇଁ ପ୍ରୋତ୍ସାହିତ କରିବ । ନୂତନ ଡ୍ରୋନ ନିୟମ ହେଉ ବା ନୂତନ ମହାକାଶ ନୀତି ଏ କ୍ଷେତ୍ରରେ ତରୁଣଗୋଷ୍ଠୀଙ୍କୁ ନୂଆ କିଛି କରିବା ପାଇଁ ସରକାର ପ୍ରାଥମିକତା ଦେବେ । ଆମ ସରକାର ଆଇପିଆର ପଞ୍ଜୀକରଣ କ୍ଷେତ୍ରରେ ମଧ୍ୟ ନିୟମକୁ ସରଳ କରିଛନ୍ତି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାବନାର ପ୍ରବର୍ତନ କ୍ଷେତ୍ରରେ ଦେଶରେ ଯଥେଷ୍ଟ ଅଭିବୃଦ୍ଧି ଘଟିଛି । ୨୦୧୩-୧୪ରେ ୪ହଜାର ପେଟେଣ୍ଟଅନୁମୋଦିତ ହୋଇଥିବାବେଳେ, ଗତବର୍ଷ ୨୮ହଜାର ପେଟେଂଟ ମଞ୍ଜୁର ହୋଇଛି । ୨୦୧୩-୧୪ରେ ୭୦ହଜାର ବ୍ୟାବସାୟିକ ସତ୍ତ୍ଵ ଚିହ୍ନ ପଞ୍ଜୀକୃତ ହୋଇଥିବାବେଳେ ୨୦୨୦-୨୧  ଏହା ଦୁଇଲକ୍ଷ ୫୦ହଜାରକୁ ବୃଦ୍ଧି ପାଇଛି । ୨୦୧୩-୧୪ରେ  ୪ହଜାର ପ୍ରକାଶନ ସତ୍ତ୍ଵ ମଞ୍ଜୁରୀ ପାଇଥିବାବେଳେ ଗତବର୍ଷ ସୁଦ୍ଧା ଏହା ୧୬ହଜାରକୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାବନା ପ୍ରବର୍ତ୍ତନ ଅଭିଯାନ ଯୋଗୁଁ ଭାରତ ବୈଶିକ ତାଲିକାରେ ଏହା ୮୧ରେ ଆଗରୁ ଥିବାବେଳେ ଏହା ଏବେ ୪୬ରେ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ୫୫ଟି ଭିନ୍ନ ଭିନ୍ନ ଶିଳ୍ପରେ ସାମିଲ ରହିଛି । ପାଂଚବର୍ଷ ପୂର୍ବେ ଏହା ମାତ୍ର ପାଂଚଶହ ଥିବାବେଳେ ଏବେ ଏହା ୬୦ହଜାରରୁ ଅଧିକ ହୋଇଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ ଆମର ଷ୍ଟାର୍ଟଅପ୍‌ଗୁଡିକ କାର୍ଯ୍ୟଧାରା ନିୟମରେ ପରିବର୍ତ୍ତନ ଆଣିଛନ୍ତି । ସେଥିପାଇଁ ମୁଁ ବିଶ୍ୱାସ କରେ ଯେ ଷ୍ଟାର୍ଟଅପସ୍ ନୂତନ ଭାରତର ମେରୁଦଣ୍ଡ ହେବାକୁ ଯାଉଛି ।” ପ୍ରଧାନମନ୍ତ୍ରୀ ଗତବର୍ଷ ଦେଶର ୪୨ଟି ୟୁନିକର୍ଣ୍ଣ ସୃଷ୍ଟି ହୋଇଥିବା ପ୍ରକାଶ କରିଥିଲେ । ଏହି କମ୍ପାନୀଗୁଡିକ ହଜାର ହଜାର କୋଟି ଟଙ୍କା ମୂଲ୍ୟର ହୋଇଥିବାରୁ ଏହା ଆତ୍ମନିର୍ଭର ଭାରତର ପ୍ରମାଣଚିହ୍ନ ବୋଲି କୁହାଯାଇପାରେ ।  “ଆଜି ଭାରତ ୟୁନିକର୍ଣ୍ଣ ସଂଖ୍ୟାରେ ଶହେ ଟପିବାକୁ ଦୃଢ ଗତିରେ ଆଗେଇଛି । ମୋର ବିଶ୍ୱାସ ଷ୍ଟାର୍ଟଅପସ୍‌ରେ ଭାରତରେ ସୁବର୍ଣ୍ଣଯୁଗ ବର୍ତ୍ତମାନ ଆରମ୍ଭ ହେଉଛି” ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଔଦ୍ୟୋଗିକତାର ସଶକ୍ତିକରଣ ଯୋଗୁଁ ବିକାଶ ଓ ଆଞ୍ଚଳିକ ବୈଷମ୍ୟ ସମସ୍ୟା ଦୂରୀଭୂତ ହେବ ବୋଲି ଉଲ୍ଲେଖ କରିଥିଲେ । ଆଜି ଦେଶର ୬୨୫ଟି ଜିଲ୍ଳାରେ ଅନୂନ୍ୟ ଗୋଟିଏ କରି ଷ୍ଟାର୍ଟଅପ୍ ରହିଥିବାବେଳେ ଅଧିକାଂଶ ଦ୍ୱିତୀୟ ବା ତୃତୀୟସ୍ତର ସହରରେ ରହିଛନ୍ତି । ସେମାନେ ସାଧାରଣ ଗରିବ ପରିବାରଗୁଡିକୁ ବ୍ୟବସାୟିକ କ୍ଷେତ୍ରରେ ପରିଣତ କରିବା ଯୋଗୁଁ ଲକ୍ଷ ଲକ୍ଷ ଯୁବ ଭାରତୀୟ କର୍ମନିଯୁକ୍ତି ପାଇପାରୁଛନ୍ତି ।

ଭାରତୀୟ ବିବିଧତା ଭାରତର ବୈଶ୍ୱିକ ପରିଚିତିର ଏକ ମୁଖ୍ୟ ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଭାରତୀୟ ୟୁନିକର୍ଣ୍ଣ ଓ ଷ୍ଟାର୍ଟଅପସ ବିବିଧତାର ବାର୍ତ୍ତାବହ । ଭାରତର ଷ୍ଟାର୍ଟଅପ୍ ସହଜରେ ବିଶ୍ୱର ଅନ୍ୟାନ୍ୟ ଦେଶରେ ପହଞ୍ଚିପାରିବେ । ସେ ଦୃଷ୍ଟିରୁ “ନିଜର ସ୍ୱପ୍ନ କେବଳ ଦେଶ ପାଇଁ ନୁହେଁ, ବିଶ୍ୱ ପାଇଁ ଦେଖିବା ହେଉ । ଏହିମନ୍ତ୍ରକୁ ମନେ ରଖି ଆମେ ଚାଲନ୍ତୁ ନୂତନ ଭାବନାର ପ୍ରବର୍ତ୍ତନ କରିବା, ଭାରତରୁ ହିଁ କରିବା” ବୋଲି ସେ ପ୍ରବର୍ତ୍ତନକାରୀଙ୍କୁ ଆହ୍ୱାନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍‌ସ ବାତାବରଣ ଯେଉଁସବୁ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ  ଭୂମିକା ଗ୍ରହଣ କରିପାରିବ ତା’ର ଅନେକ ପ୍ରସ୍ତାବ ଦେଇଥିଲେ । ସେ କହିଥିଲେ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟରପ୍ଲାନ ଇଭି ପରିବର୍ତ୍ତନ  ଭୂତ୍ତିଭୂମି କ୍ଷେତ୍ରରେ ପ୍ରୟୋଗ ହୋଇପାରିବ । ସେହିପରି ପ୍ରତିରକ୍ଷା ନିର୍ମାଣ, ଚିଫ୍ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ଅନେକ ସମ୍ଭାବନା ରହିଛି । ନୂତନ ଡ୍ରୋନ ନୀତି ପରେ ଅନେକ ନିବେଶକ ଡ୍ରୋନ ଷ୍ଟାର୍ଟଅପସ୍ କ୍ଷେତ୍ରରେ ନିବେଶ କରୁଛନ୍ତି । ଡ୍ରୋନ ଷ୍ଟାର୍ଟଅପ୍‌ସଗୁଡିକୁ ସ୍ଥଳସେନା, ନୌସେନା ଓ ବାୟୁସେନା ପାଞ୍ଚଶହ କୋଟି ଟଙ୍କାର ବରାଦ ଦେଇଛନ୍ତି । ସହରୀ ଯୋଜନା  କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ‘ୱାକ ଟୁ ୱାର୍କ’ ଭାବନା, ସମନ୍ୱିତ ଶିଳ୍ପାଂଚଳ ଓ ସ୍ମାର୍ଟ ମୋବିଲିଟିକୁ ଅଗ୍ରାଧିକାର କ୍ଷେତ୍ରଭାବେ ଚିହ୍ନଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସତ୍ୟଯୁଗର ପରିକଳ୍ପନା ଭଳି ଆଜି ପରିବାରଗୁଡିକର ସମୃଦ୍ଧି ଓ ଦେଶର ଆତ୍ମନିର୍ଭରଶୀଳତା ଉଭୟ ଗୁରୁତ୍ୱପୂର୍ଣ୍ଣ। “ଗ୍ରାମ୍ୟ ଅର୍ଥନୀତି ଠାରୁ ଶିଳ୍ପ ୪.୦ଉଭୟର ଆବଶ୍ୟକତା ଓ ସାମର୍ଥ୍ୟ ଅସୀମ । ଗବେଷଣା ଓ ବିକାଶ କ୍ଷେତ୍ରରେ ଭବିଷ୍ୟତ ଓ ବୈଷୟିକ ଜ୍ଞାନ ପାଇଁ ପୁଞ୍ଜି ବିନିଯୋଗ ଆଜି ସରକାରଙ୍କ ପ୍ରାଥମିକତା ବୋଲ ିସେ କହିଥିଲେ ।

ଭବିଷ୍ୟତ ସମ୍ଭାବନା ନେଇ ସେ କହିଥିଲେ ଯେ ଏପର୍ଯ୍ୟନ୍ତ ଆମର ଜନସଂଖ୍ୟାର ଅର୍ଦ୍ଧେକ ଅନଲାଇନରେ, ତେଣୁ ସେ ଷ୍ଟାର୍ଟଅପସ୍ ଗୁଡିକୁ ଗ୍ରାମାଂଚଳ ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଥିଲେ । “ସେ ବ୍ରଡବ୍ୟାଣ୍ଡ ହେଉ ବା ମୋବାଇଲ ଇଣ୍ଟରନେଟ ଗ୍ରାମୀଣ ଜନସାଧାରଣଙ୍କ ଆକାଂକ୍ଷା  ବୃଦ୍ଧି ପାଉଛି ଓ ଅର୍ଦ୍ଧ ସହର ଲୋକେ ଆହୁରି ପ୍ରସାରଣ ପାଇଁ ଅପେକ୍ଷାରତ ଅଛନ୍ତି ।

ପ୍ରଧାନମନ୍ତ୍ରୀ ଷ୍ଟାର୍ଟଅପ୍‌ସ ମାନଙ୍କୁ କହିଥିଲେ ଯେ ଏହା ହେଉଛି ନୂତନ ସମ୍ଭାବନା ଖୋଜିବାର ଯୁଗ । ଉଦାହରଣ ସ୍ୱରୂପ ଚିନ୍ତାଧାରା, ଶିଳ୍ପ ଏବଂ ପୁଞ୍ଜିବିନିଯୋଗ ଏବଂ ସେମାନଙ୍କ ଶ୍ରମ, ଉଦ୍ୟୋଗ, ଅର୍ଥ ଓ କର୍ମନିଯୁକ୍ତି  ଭାରତ ପାଇଁ ହେବା ଆବଶ୍ୟକ ।” ମୁଁ ଆପଣମାନଙ୍କ  ସହ ରହିଛି, ସରକାର ଆପଣମାନଙ୍କ ସହ ରହିଛନ୍ତି ଓ ସମଗ୍ର ଦେଶ ଆପଣମାନଙ୍କ ସହ ଅଛି ବୋଲି ସେ କହିଛନ୍ତି । 

 

*****

SM / SLP



(Release ID: 1790239) Visitor Counter : 606