ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ରରେ ସମ୍ଭାବ୍ୟ ବ୍ୟାଘାତକୁ ଏଡାଇବା ପାଇଁ ହେଲ୍ପ ଡେସ୍କ ଏବଂ କଣ୍ଟ୍ରୋଲ୍ ରୁମ୍ ପ୍ରତିଷ୍ଠା କଲା କେନ୍ଦ୍ର
କୋଭିଡ୍ ସମୟରେ ବିନା ପ୍ରତିବନ୍ଧକରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସୁନିଶ୍ଚିତ କରିବ ଡିପିଆଇଆଇଟି ହେଲ୍ପ ଡେସ୍କ
ମହାମାରୀ ସମୟରେ ଅନ୍ତର୍ଜାତୀୟ ବାଣିଜ୍ୟରେ ସହାୟକ ହେବ ଡିଜିଏଫଟି କୋଭିଡ୍ 19 ହେଲ୍ପ ଡେସ୍କ
Posted On:
07 JAN 2022 1:41PM by PIB Bhubaneshwar
ସମଗ୍ର ଦେଶରେ କୋଭିଡ୍ ସଂକ୍ରମଣରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅନୁଧ୍ୟାନ କରାଯାଇଛି। ତେଣୁ ଆମର ବ୍ୟବସାୟ ପରିସଂସ୍ଥାନକୁ ସହଯୋଗ କରିବା ପାଇଁ ଏକ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ, ଡିପିଆଇଆଇଟି ବିଭିନ୍ନ ରାଜ୍ୟ ସରକାର / କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା ଲଗାଯାଇଥିବା ପ୍ରତିବନ୍ଧକ (ଯଦି ଥାଏ) ତଥା ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ଏବଂ ବିତରଣ ସମୟରେ ଉତ୍ପନ୍ନ ହେଉଥିବା ସ୍ଥିତି ଏବଂ ସମସ୍ୟା ଉପରେ ଧ୍ୟାନ ଦେବ।
ଯଦି କୌଣସି ଉତ୍ପାଦନ, ପରିବହନ, ଆବଣ୍ଟନ, ହୋଲସେଲ କିମ୍ବା ଇ-ବାଣିଜ୍ୟ କମ୍ପାନୀଗୁଡିକ ପରିବହନ ଏବଂ ବଣ୍ଟନ କିମ୍ବା ସମ୍ବଳ ସଂଗ୍ରହରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ନିମ୍ନଲିଖିତ ଟେଲିଫୋନ୍ ନମ୍ବର / ଇମେଲରେ ଏହି ବିଭାଗକୁ ସୂଚନା ଦିଆ ଯାଇପାରେ: -
ଟେଲିଫୋନ୍ : + 91 11 23063554, 23060625
ଇମେଲ୍ : dpiit-controlroom[at]gov[dot]in
ଉପରୋକ୍ତ ଟେଲିଫୋନ୍ ନମ୍ବରଗୁଡିକ 05.01.2022 ଠାରୁ ସକାଳ 9 ଘ. ରୁ ରାତି 9 ଘ. ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ। ଏହି ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ବିଭିନ୍ନ ହିତାଧିକାରୀଙ୍କ ଦ୍ବାରା ରିପୋର୍ଟ କରାଯାଇଥିବା ବିଷୟଗୁଡିକ ସମ୍ପର୍କରେ ସଂପୃକ୍ତ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କ ସହ ଆଲୋଚନା କରାଯିବ। ତେଣୁ, ଯଦି କିଛି ସମସ୍ୟା ରହିଥାଏ ତେବେ ହିତାଧିକାରୀମାନଙ୍କୁ ଉପରୋକ୍ତ ନିୟନ୍ତ୍ରଣ କକ୍ଷକୁ ସୂଚୀତ କରିବାକୁ ଅନୁରୋଧ କରାଯାଇଛି।
ବାଣିଜ୍ୟ ବିଭାଗ ଏବଂ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ (ଡିଜିଏଫଟି) ମଧ୍ୟ ରପ୍ତାନି ତଥା ଆମଦାନୀ ସ୍ଥିତି ତଥା କୋଭିଡ-19 ମାମଲାର ବୃଦ୍ଧି ଦୃଷ୍ଟିରୁ ବାଣିଜ୍ୟ ହିତାଧିକାରୀ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ନଜର ରଖିବାକୁ ଦାୟୀତ୍ବ ଗ୍ରହଣ କରିଛି। ଆନ୍ତର୍ଜାତୀୟ ବାଣିଜ୍ୟ ସମ୍ବନ୍ଧରେ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ଡିଜିଏଫଟି ଏକ କୋଭିଡ୍- 19 ହେଲ୍ପଡେସ୍କ କାର୍ଯ୍ୟକ୍ଷମ କରିଛି।
'କୋଭିଡ-19 ହେଲ୍ପ ଡେସ୍କ' ବାଣିଜ୍ୟ ବିଭାଗ / ଡିଜିଏଫଟି, ଆମଦାନୀ ଏବଂ ରପ୍ତାନି ଲାଇସେନ୍ସ ଜାରି, କଷ୍ଟମ୍ସ କ୍ଲିୟରାନ୍ସ ବିଳମ୍ବ ଏବଂ ସେଥିରେ ଜଟିଳତା, ଆମଦାନୀ / ରପ୍ତାନି ଡକ୍ୟୁମେଣ୍ଟେସନ୍ ଜାରି, ବ୍ୟାଙ୍କିଙ୍ଗ୍ ଇତ୍ୟାଦି ସମ୍ବନ୍ଧୀୟ ପ୍ରସଙ୍ଗଗୁଡିକ ଉପରେ ଦୃଷ୍ଟି ଦେବ। ହେଲ୍ପଡେସ୍କ ମଧ୍ୟ ଅନ୍ୟାନ୍ୟ ମନ୍ତ୍ରଣାଳୟ / ବିଭାଗ / କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଏଜେନ୍ସି ସହିତ ବାଣିଜ୍ୟ ସମ୍ବନ୍ଧୀୟ ବିଷୟରେ ସମନ୍ବୟ ରକ୍ଷା କରିବ ଏବଂ ସମ୍ଭାବ୍ୟ ସମାଧାନ ପ୍ରଦାନ କରିବ।
ରପ୍ତାନି-ଆମଦାନୀ କମ୍ୟୁନିଟି ଡିଜିଏଫଟି ୱେବସାଇଟ୍ ରେ ସୂଚନା ଦାଖଲ କରିପାରନ୍ତି ଏବଂ ନିମ୍ନଲିଖିତ ସୋପାନ ଗୁଡିକ ବ୍ୟବହାର କରି ସହାୟତା ଆବଶ୍ୟକ କରୁଥିବା ବିଷୟଗୁଡିକ ସମ୍ବନ୍ଧୀୟ ସୂଚନା ଦାଖଲ କରିପାରିବେ –
i. ଡିଜିଏଫଟି ୱେବସାଇଟ୍ କୁ ଯାଆନ୍ତୁ (https://dgft.gov.in) -> ସର୍ଭିସେସ -> ଡିଜିଏଫଟି ହେଲ୍ପଡେସ୍କ ସର୍ଭିସ
ii. ‘ନୂତନ ଅନୁରୋଧ ସୃଷ୍ଟି କରନ୍ତୁ’ ଏବଂ ବର୍ଗକୁ ‘କୋଭିଡ୍ -19’ ଭାବରେ ଚୟନ କରନ୍ତୁ।
iii. ଉପଯୁକ୍ତ ଉପ-ବର୍ଗ ଚୟନ କରନ୍ତୁ, ଅନ୍ୟାନ୍ୟ ପ୍ରଯୁଜ୍ୟ ବିବରଣୀ ଏଣ୍ଟର କରନ୍ତୁ ଏବଂ ଦାଖଲ କରନ୍ତୁ।
ବିକଳ୍ପ ଭାବରେ, ବିଷୟ ହେଡର୍: କୋଭିଡ୍ -19 ହେଲ୍ପଡେସ୍କ ସହିତ ଇମେଲ୍ ଆଇଡି: dgftedi[at]nic[dot]in କୁ ସମସ୍ୟା ଗୁଡ଼ିକୁ ଉଲ୍ଲେଖ କରି ପଠାଯାଇପାରେ କିମ୍ବା 1800-111-550 ଟୋଲ୍ ଫ୍ରି ନମ୍ବରକୁ କଲ କରନ୍ତୁ।
ଡିଜିଏଫଟି ହେଲ୍ପଡେସ୍କ ସର୍ଭିସେସ୍ ଅଧୀନରେ ଥିବା ଷ୍ଟାଟସ୍ ଟ୍ରାକର୍ ବ୍ୟବହାର କରି ସମଧାନ ଏବଂ ମତାମତର ର ସ୍ଥିତି ଟ୍ରାକ୍ କରାଯାଇ ପାରିବ। ଏହି ଟିକେଟ୍ ଗୁଡିକର ସ୍ଥିତି ଅପଡେଟ୍ ହେବା ପରେ ଏହାକୁ ଇମେଲ୍ ଏବଂ ଏସଏମଏସ୍ ମାଧ୍ୟମରେ ପଠାଯିବ। ଟ୍ରେଡ କମ୍ୟୁନିଟିକୁ ଏହି ସୁବିଧାଗୁଡ଼ିକର ଉପଯୁକ୍ତ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
BS
(Release ID: 1788399)
Visitor Counter : 224