କ୍ୟାବିନେଟ

ସୀମା ଶୁଳ୍କ କ୍ଷେତ୍ରରେ ପାରସ୍ପରିକ ସହଯୋଗ ସଂକ୍ରାନ୍ତ ଭାରତ-ସ୍ପେନ ରାଜିନାମାକୁ କ୍ୟାବିନେଟ ମଞ୍ଜୁରୀ

Posted On: 06 JAN 2022 4:29PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଭାରତ -ସ୍ପେନ ସୀମା ଶୁଳ୍କ ସହଯୋଗ ରାଜିନାମାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଦୁଇଦେଶ  ମଧ୍ୟରେ ଏ ନେଇ ସ୍ୱାକ୍ଷରିତ ହେବାକୁ ଥିବା ରାଜିନାମାରେ ଉଭୟ ଦେଶ ସୀମାଶୁଳ୍କ କ୍ଷେତ୍ରରେ ଥିବା ବିଭିନ୍ନ ବିଷୟରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ ।

ଚୁକ୍ତିନାମାର ଲାଭ : ଏହି ଚୁକ୍ତିନାମା ଫଳରେ ସୀମା ଶୁଳ୍କ ସଂକାନ୍ତ ଅପରାଧ ଓ ଠକେଇ ମାମଲାରେ ବିଶ୍ୱସ୍ତ ପ୍ରାମାଣିକ ତଥ୍ୟାବଳୀ ଓ ଗୁଇନ୍ଦା ସୂଚନା ଶସ୍ତାରେ ଦୁଇ ଦେଶ ପାଇଁ ଉପଲବ୍ଧ ହେବ । ଏହାଫଳରେ ସୀମାଶୁଳ୍କ ଅପରାଧର ଦୂରୀକରଣ, ନିୟନ୍ତ୍ରଣ, ତଦନ୍ତ ପ୍ରକ୍ରିୟା ସହଜ ହେବା ସହିତ ଅପରାଧୀଙ୍କୁ ଅନାୟସାରେ ଧରି ହେବ।

ଚୁକ୍ତି ଫଳରେ ଉଭୟ ଦେଶର ସୀମା ଶୁଳ୍ପ ସଂକ୍ରାନ୍ତ ତଥ୍ୟାବଳୀ ଓ ଏ ସଂକ୍ରାନ୍ତ ଅପରାଧ ସମ୍ପର୍କରେ ସୂଚନା ଆଦାନପ୍ରଦାନ ପାଇଁ ଉଭୟ ଦେଶ ମଧ୍ୟରେ ଆଇନଗତ ବ୍ୟବସ୍ଥା ସୃଷ୍ଟି ହେବ । ଏହା ଫଳରେ ଏ ସଂକ୍ରାନ୍ତ ଅପରାଧର ତଦନ୍ତ  ସହଜ ହେବା ସହିତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର  ବ୍ୟବସ୍ଥା ସୁନିଶ୍ଚିତ ହୋଇପାରିବ ।

ରାଜିନାମାର ନିମ୍ନଲିଖିତ ବ୍ୟବସ୍ଥାମାନ ରହିବ :-

୧) ଉଭୟ ଦେଶ ମଧ୍ୟରେ ସୀମାଶୁଳ୍କର ନିର୍ଭୁଲ ଆକଳନ କରାଯିବ । ସୀମା ଶୁଳ୍କର ମୂଲ୍ୟ ଟାରିଫର ଶ୍ରେଣୀ ବିଭାଗ ତଥା ଦୁଇ ଦେଶଙ୍କ ମଧ୍ୟରେ ବେପାର ବଣିଜ ହେଉଥିବା ସାମଗ୍ରୀର ଉତ୍ସ ନିର୍ଦ୍ଧରିତ ହେବ ।

୨) ଉପସ୍ଥାପିତ ହେଉଥିବା କାଗଜପତ୍ର ପ୍ରମାଣନ ସଂକ୍ରାନ୍ତ ଘୋଷଣା ନାମାକୁ ଉଭୟପକ୍ଷ ତନଖି କରିବା ପରେ ସ୍ୱୀକୃତି ପ୍ରଦାନକ କରିବେ ଏହାର ସଂସ୍ଥା ବା ଉତ୍ସ ଏବଂ ଇନ୍‌ଭଏସ ଆଦି ଏଥିରେ ଅନ୍ତର୍ଭୁକ୍ତ ।

୩) ନିମ୍ନଲିଖିତ ସୀମାଶୁଳ୍କ ଅପରାଧ ଓ ବେଆଇନ କାରବାର ସମ୍ପର୍କରେ ଉଭୟ ପକ୍ଷ ତଦାରଖ କରିବେ ।

ସେଗୁଡିକ ହେଲା -

ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ, କଳାକୃତି, ପ୍ରାଚୀନ କଳାକୃତି ଓ ସାମଗ୍ରୀ, ଐତିହାସିକ ସାଂସ୍କୃତିକ ଓ ପ୍ରତ୍ନତାତ୍ୱିକ ମୂଲ୍ୟ ଥିବା ସାମଗ୍ରୀ, ବିଷାକ୍ତ ପଦାର୍ଥ, ପରିବେଶ ଓ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ/ କ୍ଷତିକାରକ ଦ୍ରବ୍ୟ, ଅଧିକ ସୀମାଶୁଳ୍କ ଲାଗୁଥିବା ସାମଗ୍ରୀ ।

ଏହା  ବ୍ୟତୀତ ସୀମା ଶୁଳ୍କ ଫାଙ୍କିବା ବା ଠକେଇ ଭଳି ଅପରାଧ ନିମନ୍ତେ ପ୍ରୟୋଗ କରାଯାଉଥିବା  ପ୍ରଣାଳୀ  ବା କୌଶଳ  ତଥା ଏ ସଂକ୍ରାନ୍ତ ନିୟମକୁ ଏଡାଇବାକୁ ଉଦ୍ଦିଷ୍ଟ ନୂତନ କୌଶଳକୁ ଠାବ କରି ତାହା ବିରୋଧରେ ଉଭୟ ଦେଶ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

****

TM /SLP



(Release ID: 1788217) Visitor Counter : 223