କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ୍ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ତୁର୍କମେନିସ୍ତାନ ମଧ୍ୟରେ ବୁଝାମଣା ସ୍ୱାକ୍ଷର (ଏମ୍‌ଓୟୁ) କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି

Posted On: 06 JAN 2022 4:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ନିମନ୍ତେ ଭାରତ ଏବଂ ତୁର୍କମେନିସ୍ତାନ ମଧ୍ୟରେ ବୁଝାମଣା ସ୍ୱାକ୍ଷର (ଏମ୍‌ଓୟୁ) କରିବା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି । 

ଏହି ବୁଝାମଣାରେ ଏଭଳି ଏକ ବ୍ୟବସ୍ଥା ସ୍ଥାପିତ କରିବା ନିମନ୍ତେ ପ୍ରୟାସ କରାଯାଇଛି, ଯେଉଁଥିରେ ଭାରତ ଏବଂ ତୁର୍କମେନିସ୍ତାନ ଦୁଇ ଦେଶ ପରସ୍ପରର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାଗୁଡ଼ିକ ଯୋଗୁଁ ଲାଭାନ୍ୱିତ ହେବେ ଏବଂ ଏହା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପ୍ରସ୍ତୁତି, ପ୍ରତିକ୍ରିୟା ଏବଂ ସାମର୍ଥ୍ୟ ନିର୍ମାଣ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ସାହାଯ୍ୟ କରିବ ।

ଏହି ବୁଝାମଣାରେ ନିମ୍ନଲିଖିତ କ୍ଷେତ୍ର ଗୁଡିକରେ ପାରସ୍ପରିକ ଲାଭବାନ୍ ହେବା ଆଧାରରେ ସହଯୋଗର ପରିକଳ୍ପନା କରାଯାଇଛି -

୧. ଜରୁରୀକାଳୀନ ସ୍ଥିତିର ତଦାରଖ ଏବଂ ପୂର୍ବାନୁମାନ କରିବା ଏବଂ ତାହାର ପରିଣାମକୁ ଆକଳନ କରିବା;

୨. ବିପର୍ଯ୍ୟୟ ପରିଚାଳନାରେ ସାମିଲ୍ ଉପଯୁକ୍ତ ସଙ୍ଗଠନଗୁଡିକଙ୍କ ସହିତ ସକ୍ଷମ ଅଧିକାରୀମାନଙ୍କ ମାଧ୍ୟମରେ ଭାବ ବିନିମୟ କରିବା:

୩. ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସନ୍ଧାନ ପ୍ରକଳ୍ପ ଗୁଡିକର ସଂଯୁକ୍ତ ଯୋଜନା, ବିକାଶ ଏବଂ କାର୍ଯ୍ୟାନ୍ୱୟନ କରିବା, ବୈଜ୍ଞାନିକ ଏବଂ ପ୍ରଯୁକ୍ତି ବୈଷୟିକ ଜ୍ଞାନ କୌଶଳ ପ୍ରକାଶନ ଗୁଡିକରେ ତଥା ଅନୁସନ୍ଧାନ କାର୍ଯ୍ୟ ଗୁଡିକର ପରିଣାମର ବିନିମୟ କରିବା;

୪. ଏହି ବୁଝାମଣା ଭିତରେ ପରସ୍ପରଙ୍କ ସହମତିରେ ସୂଚନା, ପତ୍ରିକା କିମ୍ବା ଅନ୍ୟ ପ୍ରକାଶନ ଗୁଡିକର, ଭିଡିଓ ଏବଂ ଫଟୋ ସାମଗ୍ରୀଗୁଡିକ ସହିତ ପ୍ରଯୁକ୍ତିର ଆଦାନ - ପ୍ରଦାନ କରିବା;

୫. ସମ୍ବନ୍ଧିତ କ୍ଷେତ୍ର ଗୁଡିକରେ ଏକାଠି ହୋଇ ସମ୍ମିଳନୀ, ସେମିନାର୍‌, କର୍ମଶାଳା ଆୟୋଜନ କରିବା ସହିତ ଅଭ୍ୟାସ ଏବଂ ପ୍ରଶିକ୍ଷଣର ଆୟୋଜନ କରିବା:

୬. ବିପର୍ଯ୍ୟୟ ପରିଚାଳନାରେ ଦକ୍ଷ ଥିବା ବିଶେଷଜ୍ଞ ମାନଙ୍କର ତଥା ଅନୁଭବର ଆଦାନ - ପ୍ରଦାନ କରିବା

୭. ଅନ୍ୱେଷଣ ଏବଂ ଉଦ୍ଧାର କାର୍ଯ୍ୟ ସହିତ ସମ୍ବନ୍ଧିତ ଅଭିଯାନ ଗୁଡିକରେ ସର୍ବପ୍ରଥମେ ଉଦ୍ଧାର କାର୍ଯ୍ୟ କରିବାକୁ ଯାଉଥିବା ବ୍ୟକ୍ତି ମାନଙ୍କର ପ୍ରଶିକ୍ଷଣ ଏବଂ ସାମର୍ଥ୍ୟ ନିର୍ମାଣ; ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାମର୍ଥ୍ୟ ନିର୍ମାଣରେ ସାହାଯ୍ୟ କରିବା ନିମନ୍ତେ ପ୍ରଶିକ୍ଷକ ଏବଂ ବିଶେଷଜ୍ଞ ମାନଙ୍କର ଆଦାନ ପ୍ରଦାନ 

୮. ବିପର୍ଯ୍ୟୟ ପରିଚାଳନାରେ ପ୍ରଯୁକ୍ତି ସୁବିଧା ଏବଂ ଉପକରଣ ଉପଲବ୍ଧ କରିବା, ପୂର୍ବ ଚେତାବନୀ ବ୍ୟବସ୍ଥା ଗୁଡିକରେ ବୃଦ୍ଧି କରିବା ଏବଂ ଉଭୟ ପକ୍ଷର ସାମର୍ଥ୍ୟ ନିର୍ମାଣ ନିମନ୍ତେ ପରସ୍ପର ସହମତି ଉପରେ ସହାୟତା ପ୍ରଦାନ କରିବା:

୯. ପାରସ୍ପରିକ ସହମତି ଅନୁସାରେ ଆପାତକାଳୀନ ପ୍ରତିକ୍ରିୟାରେ ସହାୟତା ପ୍ରଦାନ କରିବା;

୧୦. ବିପର୍ଯ୍ୟୟ ପ୍ରତିରୋଧୀ ଭିତିଭୂମି ସୃଷ୍ଟି ନିମନ୍ତେ ଜ୍ଞାନ ଏବଂ ବିଶେଷଜ୍ଞତା ସହାୟତାକୁ ପରସ୍ପର ମଧ୍ୟରେ ଆବଂଟିତ କରିବା;

୧୧. ପାରସ୍ପରିକ ସହମତି ଅନୁସାରେ ଆନ୍ତର୍ଜାତିକ ସ୍ତରର ମାନ୍ୟତାପ୍ରାପ୍ତ ମାନକ ଗୁଡିକ ଅନୁସାରେ ଗୁଣବତା ପରିଚାଳନା ବ୍ୟବସ୍ଥାଗୁଡିକ ପ୍ରଦାନ କରିବା;

୧୨. ବିପର୍ଯ୍ୟୟ ପରିଚାଳନା ସହିତ ସମ୍ବନ୍ଧିତ ଅନ୍ୟାନ୍ୟ କାର୍ଯ୍ୟକଳାପ, ଯାହା ବିଷୟରେ ଦୁଇ ପକ୍ଷର ସକ୍ଷମ ଅଧିକାରୀମାନଙ୍କ ମଧ୍ୟରେ ପରସ୍ପର ସହମତି ହୋଇପାରେ ।

ବର୍ତମାନ ସୁଦ୍ଧା ଭାରତ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ନିମନ୍ତେ ସ୍ୱିଜରଲ୍ୟାଣ୍ଡ, ରୁଷିଆ, ସାର୍କ ଦେଶ, ଜର୍ମାନୀ, ଜାପାନ, ତାଜିକିସ୍ତାନ, ମଙ୍ଗୋଲିଆ, ବାଂଲାଦେଶ ଏବଂ ଇଟାଲୀ ସହିତ ଦ୍ୱିପାକ୍ଷିକ/ ବହୁପାକ୍ଷିକ ବୁଝାମଣା/ ପାରସ୍ପରିକ ରାଜିନାମା/ ଉଦ୍ଦେଶ୍ୟର ସଂଯୁକ୍ତ ଘୋଷଣା/ ସହଯୋଗ ରାଜିନାମାରେ ସ୍ୱାକ୍ଷର କରିଛି ।

*****

SSP

 

 

 



(Release ID: 1788154) Visitor Counter : 223