ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 06 JAN 2022 11:42AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି କୋଲକତାସ୍ଥିତ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ ପରିସର ଉଦଘାଟନ କରିବେ । ଦେଶର ପୂର୍ବ ଏବଂ ଉତ୍ତର ପୂର୍ବାଞ୍ଚଳର କର୍କଟ ରୋଗୀମାନେ ଏହି ଦ୍ୱିତୀୟ ପରିସରରୁ ବିଶେଷ ଭାବେ ସ୍ୱାସ୍ଥ୍ୟସେବା ପାଇପାରିବେ । ଏହା ପ୍ରଧାନମନ୍ତ୍ରୀଙ୍କ ଦେଶବ୍ୟାପୀ ସ୍ୱାସ୍ଥ୍ୟସେବାର ଉନ୍ନତି ନିମିତ୍ତ ରହିଥିବା ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ । ଜାନୁଆରୀ ୭ ତାରିଖ ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅପରାହ୍ନ ଗୋଟାଏ ସମୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଦେଶବ୍ୟାପୀ ନାଗରିକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ସାକାର କ୍ଷେତ୍ରରେ ଚିତ୍ତରଞ୍ଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଏହି ଦ୍ୱିତୀୟ ପରିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏଠାରୁ ଉନ୍ନତ ଏବଂ ସମ୍ପ୍ରସାରିତ ସ୍ୱାସ୍ଥ୍ୟସେବା ମିଳିପାରିବ । ବର୍ତ୍ତମାନ ଏହି ପ୍ରତିଷ୍ଠାନ ରୋଗୀଙ୍କର ଅସମ୍ଭବ ଭିଡ ଜନିତ ଚାପର ସମ୍ମୁଖୀନ ହୋଇଛି । ତେଣୁ ଏହାର ସମ୍ପ୍ରସାରଣ ଆବଶ୍ୟକ ଥିଲା । ଦ୍ୱିତୀୟ ପରିସର ଏହି ଅଭାବକୁ ପୂରଣ କରିବ । ୫୩୦ କୋଟି ଟଙ୍କା ବିନିଯୋଗରେ ଏହି ଦ୍ୱିତୀୟ ପରିସର ନିର୍ମାଣ କରାଯାଇଛି । ଏଥିରେ କେନ୍ଦ୍ର ସରକାର ଅଂଶ ଭାବରେ ୪୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି । ବଳକା ୧୩୦ କୋଟି ଟଙ୍କା ପଶ୍ଚିମବଙ୍ଗ ସରକାର ବହନ କରିଛନ୍ତି । ୪୬୦ ଶଯ୍ୟା ବିଶିଷ୍ଟ ଏହି ପରିସରରେ ରୋଗ ନିରୂପଣ, ଚିକିତ୍ସା ଯତ୍ନ ଆଦିର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏଥି ସହିତ ଅତ୍ୟାଧୁନିକ ନ୍ୟୁକ୍ଲିୟର ମେଡିସିନ, ଟେସଲା ଏମଆରୱାଇ, ୧୨୮ ସିଟି ସ୍କାନର, ରେଡିଓ ନ୍ୟୁକ୍ଲିଡ ଚିକିତ୍ସା, ଏଣ୍ଡୋସ୍କୋପିକ ୟୁନିଟ ଆଦି ରହିଛି । କର୍କଟ ଗବେଷଣା କ୍ଷେତ୍ରରେ ଏହା ଏକ ଅଗ୍ରଣୀ ପ୍ରତିଷ୍ଠାନ ଭାବେ ଦେଶର ପୂର୍ବ ଏବଂ ଉତ୍ତର ପୂର୍ବ କ୍ଷେତ୍ରରେ ରୋଗୀଙ୍କ ପାଇଁ ଅତ୍ୟାଧୁନିକ ସେବା ଯୋଗାଇବ ।

SSD/DD



(Release ID: 1788001) Visitor Counter : 158