ଯୋଗାଯୋଗ ମନ୍ତ୍ରଣାଳୟ

‘ଅଡିଓ କନ୍‌ଫରେନ୍ସିଂ/ ଅଡିଓ ଟେକ୍ସ/ ଭଏସ୍ ମେଲ ସର୍ଭିସ’ ଏକୀକୃତ ଲାଇସେନ୍ସିଂ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବ


ଟେଲିକମ୍ ବିଭାଗର ନିଷ୍ପତ୍ତି, ୨୦୨୨ ଜାନୁୟାରୀ ପହିଲାରୁ ଲାଗୁ ହେବ ନୂଆ ବ୍ୟବସ୍ଥା

Posted On: 30 DEC 2021 4:01PM by PIB Bhubaneshwar

କେନ୍ଦ୍ର ସରକାର ଟେଲିକମ୍ କ୍ଷେତ୍ରରେ ପର୍ଯ୍ୟାୟକ୍ରମିକ ଭାବେ ଅନେକ ସଂସ୍କାର ପ୍ର୍ରକ୍ରିୟା ଆରମ୍ଭ କରିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ସରକାର ଅଡିଓ କନ୍‌ଫରେନ୍ସି/ ଅଡିଓ ଟେକ୍ସ/ଭଏସ୍ ମେଲ ସର୍ଭିସ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏହାଛଡା ଏହି ତିନି ସେବା ପାଇଁ ପ୍ରଚଳିତ ଅଲଗା ଅଲଗା ଲାଇସେନ୍ସ ବ୍ୟବସ୍ଥାର ଅବସାନ ଘଟାଇ ସରକାର ପୁରୁଣା ନିୟମର ସଂଶୋଧନ ଆଣିଛନ୍ତି । ୟୁନିଫାଏଡ ମେଜେସିଂ ସର୍ଭିସ ପାଇଁ ମଧ୍ୟ ସ୍ୱତନ୍ତ୍ର ଲାଇସେନ୍ସ ବ୍ୟବସ୍ଥା ରହିବନାହିଁ ଓ ଏହା ମଧ୍ୟ ଏକୀକୃତ ନୀତିର ଅନ୍ତର୍ଭୁକ୍ତ ହୋଇଛି ।  ଏହି ନୂଆ ବ୍ୟବସ୍ଥା ୨୦୨୨ ଜାନୁୟାରୀ ପହିଲାରୁ ଲାଗୁ ହେବ । ୨୦୦୧ ଜୁଲାଇ ୧୬ର ନିର୍ଦ୍ଦେଶନାମା ଅନୁସାରେ ଟେଲିକମ୍ ବିଭାଗ ଉପର ଲିଖିତ ସମସ୍ତ ସେବା ପାଇଁ ସ୍ୱତନ୍ତ୍ର ଲାଇସେନ୍ସ ଅଲଗା ଅଲଗା ଭାବେ ପ୍ରଦାନ କରୁଥିଲେ ।

ଟେଲିକମ୍ ନିୟାମକ ପ୍ରାଧିକରଣ(ଟିଆର୍‌ଏଆଇ)ର ସୁପାରିସ  ଅନୁସାରେ ଏ କ୍ଷେତ୍ରରେ ସଂସ୍କାର ଅଣାଯାଇଛି । ଟେଲିକମ୍ ବିଭାଗ ଟିଆରଏଆଇର ସୁପାରିସ ଲାଗୁକୁ ପରୀକ୍ଷା ନିରୀକ୍ଷା କରିବା ପରେ ଏହି ସଂଶୋଧନ ବ୍ୟବସ୍ଥା ଆଣିଛି । ଫଳରେ ଅଡିଓ କନ୍‌ଫରେନ୍ସିଂ/ ଅଡିଓ ଟେକ୍ସ/ଭଏସ ମେଲ ସର୍ଭିସ ଆଦିକୁ ଏକୀକୃତ ବା ୟୁନିଫାଏଡ୍ ଲାଇସେନ୍ସ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଛି । ଏସବୁ ସେବା ପାଇଁ ଆଉ ଅଲଗା ଅଲଗା ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ଫଳରେଏହି ଅଥରାଇଜେସନ ବା ଅଧିକାର ପ୍ରଦାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି ।

ତେବେ ବର୍ତ୍ତମାନର ଅଲଗା ଅଲଗା ଲାଇସେନ୍ସଧାରୀଙ୍କ ପାଇଁ ଏକୀକୃତ ବ୍ୟବସ୍ଥାକୁ ଯିବା ଏବେ ଏକ ବାଧ୍ୟତାମୂଳକ ନାହିଁ । ସେମାନଙ୍କ ପାଇଁ ଏକ ମାଇଗ୍ରେସନ  ବା ଲାଇସେନ୍ସ ବ୍ୟବସ୍ଥା ପରିବର୍ତ୍ତନକୁ ଇଚ୍ଛାଧୀନ ରଖାଯାଇଛି । ବର୍ତ୍ତମାନର ଭିଏମ୍‌ଏସ୍‌/ଅଡିଓ ଟେକ୍ସ/ ୟୁଏମ୍‌ଏ୍ ଲାଇସେନ୍ସଧାରୀ ପୂର୍ବଭଳି  ସେ ସୁବିଧା ଲାଭ କରିପାରିବେ । ତେବେ ଏସବୁ ସେବା ପାଇଁ ଆଗକୁ ଆଉ ସ୍ୱତନ୍ତ୍ର /ଅଲଗା ଅଲଗା ଲାଇସେନ୍ସ ଦିଆଯିବ ନାହିଁ କିମ୍ବା ସେସବୁର ନବୀକରଣ କରାଯିବ ନାହିଁ ।

ସଂଶୋଧିତ ନୀତିର ବିଶେଷତ୍ୱଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି ।

କ) ଅଡିଓ କନ୍‌ଫରେନ୍ସିଂ/ ଅଡିଓ ଟେକ୍ସ/ ଭଏସ ମେଲ ସର୍ଭିସ ଆଦି ଏକୀକୃତ ଲାଇସେନ୍ସର ଅଂଶବିଶେଷ କରାଯାଇଛି ।

ଖ) ଅଡିଓ କନ୍‌ଫରେନ୍ସିଂ ୟୁନିଟ୍ ଉଭୟ ପିଏସ୍‌ଟିଏନ୍ / ମୋବାଇଲ ଏବଂ ଆଇପି ନେଟ୍‌ୱାର୍କ ସହ ଟିଇସି ଷ୍ଟାଣ୍ଡାର୍ଡ ଅନୁସାରେ ସମ୍ପୃକ୍ତ ହୋଇପାରିବ ।

ଗ) ଲାଇସେନ୍ସର ସର୍ତ୍ତ ଅନୁସାରେ ଏକାଧିକ ସେବାପ୍ରଦାନକାରୀଙ୍କ ସମ୍ବଳ ବ୍ୟବହାର କରୁଥିଲେ ଡାଏଲ ଆଉଟ ଫ୍ୟାସିଲିଟି ଯୋଗାଇ ଦିଆଯିବ ।

ଘ) ଭାରତରେ ପଞ୍ଜୀକୃତ ଉଦ୍ୟୋଗଗୁଡିକୁ ସେବା ପ୍ରଦାନ ପାଇଁ ପଏଣ୍ଟ-ଟୁ -ପଏଣ୍ଟ କନ୍‌ଫରେନ୍ସିଂ ନିମନ୍ତେ ଅନୁମତି ମିଳିବ ।

ଙ) ୟୁଏଲ୍ ଅଧୀନସ୍ଥ ଲାଇସେନ୍ସ କ୍ଷେତ୍ରରେ ସର୍ଭିସ ଏରିଆ “ଏସ୍‌ଡିସିଏ”ରୁ ନେଶନାଲ ଲେଭଲ(ଜାତୀୟସ୍ତର)କୁ ପରିବର୍ତ୍ତିନ ହୋଇଛି । ଏହାର ଅର୍ଥ ନୂଆ ସର୍ଭିସ ଏରିଆ ସର୍ବଭାରତୀୟସ୍ତରକୁ ବଦଳିଛି । ତେବେ ଯେଉଁ ମାନେ ଭିଏମ୍‌ଏସ୍ / ଅଡିଟେକ୍ସ /ୟୁଏମ୍‌ଏସ୍ ଆଜି ପାଇଁ  ସ୍ୱତନ୍ତ୍ର ଅଲଗା ଅଲଗା  ଲାଇସେନ୍ସ ନେଇଛନ୍ତି ସେମାନଙ୍କ ସର୍ଭିସ ଏରିଆ ଏସ୍‌ଡିସିଏରେ ରହିବ ।

ଚ) ନୂଆ ଲାଇସେନ୍ସଧାରୀ ଓ ବର୍ତ୍ତମାନର ଲାଇସେନ୍ସଧାରୀଙ୍କ ଦେୟ (ଫି) ଏଜିଆରର ୮ଶତାଂଶ ହେବ । ଏହି ଫି ୟୁଏଲ ବ୍ୟବସ୍ଥାର ଅନ୍ୟ ଲାଇସେନ୍ସଧାରୀଙ୍କ ସହ ସମାନ ହେବ ।

ନୂଆ ବ୍ୟବସ୍ଥା ୨୦୨୨ ଜାନୁୟାରୀ ପହିଲାରୁ କାର୍ଯ୍ୟକାରୀ ହେବ ।

 

****

TM / SLP



(Release ID: 1786445) Visitor Counter : 133