ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହିମାଚଳ ପ୍ରଦେଶରେ ବିଭିନ୍ନ ବିକାଶ ପରିଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 27 DEC 2021 4:43PM by PIB Bhubaneshwar

ହିମାଚଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ଆର୍ଲେକର ଜୀ, ଲୋକପ୍ରିୟ ତଥା ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଶ୍ରୀ ଜୟରାମ ଠାକୁର ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଧୂମାଲ ଜୀ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହକର୍ମୀ ଅନୁରାଗ ଜୀ, ସଂସଦରେ ମୋର ସାଥୀ ଶ୍ରୀ ସୁରେଶ କଶ୍ୟପ ଜୀ, ଶ୍ରୀ କ୍ରିଷ୍ଣନ କାପୁର ଜୀ, ଭଉଣୀ ଇନ୍ଦୁ ଗୋସ୍ୱାମୀ ଜୀ ଏବଂ ହିମାଚଳ ପ୍ରଦେଶର ପ୍ରତ୍ୟେକ କୋଣରୁ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।

ଏହି ମାସରେ କାଶୀ ବିଶ୍ୱନାଥଙ୍କ ଦର୍ଶନ କରିବା ପରେ... ଆଜି ଏହି ଛୋଟିଆ କାଶୀ ମଞ୍ଚ, ବାବା ଭୁତନାଥରା, ପଞ୍ଚ-ବକ୍ରତାରା, ମହାମୃତୁଞ୍ଜୟରା ଆଶୀର୍ବାଦ ନେବାକୁ ଏକ ସୁଯୋଗ ମିଳିଲା । ଦେବ ଭୂମିରେ, ସମସ୍ତ ଦେବୀ-ଦେବତାମାନଙ୍କୁ ମୋର ପ୍ରଣାମ । ହିମାଚଳ ସହିତ ମୋର ସର୍ବଦା ଏକ ଭାବନାତ୍ମକ ସମ୍ପର୍କ ରହିଛି । ହିମାଚଳ ପ୍ରଦେଶର ମାଟି, ହିମାଳୟର ଉତୁଙ୍ଗ ଶିଖର ମୋ ଜୀବନକୁ ଦିଗଦର୍ଶନ ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି । ଏବଂ ବର୍ତ୍ତମାନ ମୁଁ ଯେତେବେଳେ ଆପଣମାନଙ୍କ ସମ୍ମୁଖକୁ ଆସିଛି ଏବଂ ମୁଁ ଯେବେ ବି ମଣ୍ଡିକୁ ଆସିଛି ମଣ୍ଡିରେ ସେପୁବଡି, କଚୋଡି ଏବଂ ବଦାଣେର ମିଠା ମନେ ପଡ଼ିଯାଇଥାଏ ।

ସାଥୀମାନେ,

ଆଜି ଡବଲ ଇଞ୍ଜିନ ସରକାର ମଧ୍ୟ ଚାରିବର୍ଷ ପୂରଣ କରିଛନ୍ତି । ଏହି ଚାରି ବର୍ଷର ସେବା ଏବଂ ସଫଳତା ପାଇଁ ମୁଁ ହିମାଚଳର ଜନତା ଜନାର୍ଦ୍ଦନଙ୍କୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ଏବଂ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବା ପାଇଁ ଏତେ ସଂଖ୍ୟାରେ ଏବଂ ଏତେ ଟାଣୁଆ ଶୀତରେ ଆସିବା । ଏହାର ଅର୍ଥ ହେଉଛି ଚାରିବର୍ଷ ମଧ୍ୟରେ, ଆପଣ ହିମାଚଳକୁ ଦ୍ରୁତ ଗତିରେ ପ୍ରଗତି କରୁଥିବା ଦେଖୁଛନ୍ତି । ଜୟରାମ ଜୀ ଏବଂ ତାଙ୍କର ପରିଶ୍ରମୀ ଦଳ ହିମାଚଳ ବାସୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କୌଣସି ପ୍ରକାରର ଚେଷ୍ଟା ଛାଡ଼ି ନାହାନ୍ତି । ଏହି ୪ ବର୍ଷରେ, ୨ ବର୍ଷ ଆମେ ଦୃଢ଼ତାର ସହ କରୋନା ବିରୋଧରେ ଯୁଦ୍ଧ କରିଛୁ । ଏବଂ ବିକାଶ କାର୍ଯ୍ୟକୁ ବନ୍ଦ କରିବାକୁ ଦେଇନାହୁଁ । ଗତ ଚାରି ବର୍ଷରେ ହିମାଚଳକୁ ଏହାର ପ୍ରଥମ ଏଆଇଆଇଏମଏସ (ଏମ୍ସ) ମିଳିଲା । ହିମାଚଳର ସଂଯୋଗୀକରଣକୁ ମଜବୁତ କରିବା ପାଇଁ ଅନେକ ପ୍ରୟାସ ମଧ୍ୟ ଜାରି ରହିଛି । ହମିରପୁର, ମଣ୍ଡି, ଚମ୍ବା ଏବଂ ଶିରମୁର ଠାରେ ଚାରିଟି ନୂତନ ମେଡିକାଲ କଲେଜକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ହିମାଚଳକୁ ସଂଯୋଗୀକରଣ ମଜବୁତ କରିବା ପାଇଁ ଅନେକ ପ୍ରୟାସ ମଧ୍ୟ ଜାରି ରହିଛି ।

ଭାଇ ଏବଂ ଭଉଣୀମାନେ,

ଆଜି ଏହି ମଞ୍ଚକୁ ଆସିବା ପୂର୍ବରୁ ମୁଁ ହିମାଚଳ ପ୍ରଦେଶର ଶିଳ୍ପ ବିକାଶ ସହିତ ଜଡ଼ିତ ଏକ କାର୍ଯ୍ୟକ୍ରମରେ, ନିବେଶକ ସଭାରେ ଯୋଗ ଦେଇଥିଲି । ଏବଂ ସେଠାରେ ଯେଉଁ ପ୍ରଦର୍ଶନୀ ଲାଗିଥିଲା ତାକୁ ଦେଖି ମନ ମଧ୍ୟ ଅଭିଭୂତ ହୋଇଗଲା । ଏଥିରେ ହିମାଚଳରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହୋଇଛି, ଯୁବଗୋଷ୍ଠୀମାନଙ୍କ ପାଇଁ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ବର୍ତ୍ତମାନ ଏଠାରେ କିଛି ସମୟ ପୂର୍ବରୁ, ୧୧ ହଜାର କୋଟି ଟଙ୍କା ମୂଲ୍ୟର ଚାରୋଟି ବଡ଼ ହାଇଡ୍ରୋ-ଇଲେକଟ୍ରିକ୍ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହାଦ୍ୱାରା ହିମାଚଳର ଆୟ ବୃଦ୍ଧି ହେବ ଏବଂ ହଜାର ହଜାର ସଂଖ୍ୟାରେ ରୋଜଗାରର ସୁଯୋଗ ମଧ୍ୟ ସୃଷ୍ଟି ହେବ । ସାୱଡା, କୁଡଡୁ ପ୍ରୋଜେକ୍ଟ ହେଉ, ଲୁହୁରି ପ୍ରୋଜେକ୍ଟ ହେଉ, ଏହାସବୁ ହିମାଚଳର ଆକାଂକ୍ଷା ଏବଂ ଦେଶର ଆବଶ୍ୟକତା ଅବସରରେ ଦୁଇଟି ମାଧ୍ୟମରେ ଘଟିବ । ସାୱାଡା କୁଡଡୁ ଡ୍ୟାମ ଏସିଆର ପ୍ରଥମ ଡ୍ୟାମ ଯାହା ପିଆନୋ ଆକୃତିର । ଏଠାରେ ଉତ୍ପାଦିତ ବିଦୁତରୁ ହିମାଚଳର ପ୍ରତି ବର୍ଷ ପ୍ରାୟ ୧୫ଠ କୋଟି ଟଙ୍କା ଆୟ ହେବ ।

ସାଥୀମାନେ,

ଶ୍ରୀ ରେଣୁକା ଜୀ ଆମର ବିଶ୍ୱାସର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଅଟେ । ଭଗବାନ ପରଶୁରାମ ଏବଂ ତାଙ୍କ ମାତା ରେଣୁକା ଜୀଙ୍କ ପ୍ରତୀକ ଏହି ଭୂମିରୁ ଆଜି ଦେଶର ବିକାଶ ପାଇଁ ଏକ ସ୍ରୋତ ନିସୃତ ହୋଇଛି । ଯେତେବେଳେ ଗିରି ନଦୀ ଉପରେ ନିର୍ମାର କରାଯାଉଥିବା ଶ୍ରୀ ରେଣୁକା ଜୀ ଡ୍ୟାମ ପ୍ରକଳ୍ପ ସମାପ୍ତ ହେବ, ସେତେବେଳେ ଏକ ବୃହତ ଅଞ୍ଚଳ ସିଧାସଳଖ ଲାଭାନ୍ୱିତ ହେବ । ଏହି ପ୍ରକଳ୍ପରୁ ଯାହା କିଛି ରୋଜଗାର ହେବ, ତାହାର ଏକ ବଡ଼ ଅଂଶ ମଧ୍ୟ ଏଠାରେ ବିକାଶ ପାଇଁ ଖର୍ଚ୍ଚ ହେବ ।

ସାଥୀମାନେ,

ଦେଶର ନାଗରିକଙ୍କ ଜୀବନକୁ ସହଜ କରିବା, ସହଜ ଜୀବନଯାପନ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଏବଂ ଏଥିରେ ବିଦୁତର ଏକ ବଡ଼ ଭୂମିକା ରହିଛି । ପଢ଼ିବା ପାଇଁ ବିଦୁତ, ଘର ପାଇଁ ବିଦୁତ, ଶିଳ୍ପ ପାଇଁ ବିଦୁତ ଏବଂ କେବଳ ସେତିକି ନୁହେଁ, ମୋବାଇଲ ଚାର୍ଜିଂ କରିବା ପାଇଁ ବିଦୁତ ବିନା କେହି ବଞ୍ଚôପାରିବେ ନାହିଁ । ଆପଣ ଜାଣନ୍ତି, ଆମ ସରକାରଙ୍କ ସହଜ ଜୀବନଯାପନ ମଡେଲ ପରିବେଶ ସଚେତନତା ଏବଂ ପରିବେଶର ସୁରକ୍ଷା ପାଇଁ ମଧ୍ୟ ସାହାଯ୍ୟ କରୁଛି । ଆଜି ଏଠାରେ ଯେଉଁ ହାଇଡ୍ରୋ ଜଳ ବିଦୁ୍ୟତ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି ତାହା ମଧ୍ୟ ଜଳବାୟୁ ଅନୁକୂଳ, ନିୟୁ ଇଣ୍ଡିଆ ପାଇଁ ଏକ ଦୃଢ଼ ପଦକ୍ଷେପ । ଆଜି ସମଗ୍ର ବିଶ୍ୱ ଭାରତର ଏହି କଥାକୁ ନେଇ ପ୍ରଶଂସା କରୁଛି ଯେ ଆମ ଦେଶ କିପରି ପରିବେଶ ସୁରକ୍ଷା ସହିତ ବିକାଶକୁ ତ୍ୱରାନ୍ୱିତ କରୁଛି । ସୌର ଶକ୍ତି ଠାରୁ ଆରମ୍ଭ କରି ଜଳ ବିଦୁତ ଶକ୍ତି ପର୍ଯ୍ୟନ୍ତ ପବନ ଶକ୍ତି ଠାରୁ ସବୁଜ ହାଇଡ୍ରୋଜେନ ପର୍ଯ୍ୟନ୍ତ, ଆମ ଦେଶ ଅକ୍ଷୟ ଶକ୍ତିର ପ୍ରତ୍ୟେକ ଉତ୍ସକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ଏହାର ଉଦେ୍ଦଶ୍ୟ ହେଉଛି ଦେଶର ନାଗରିକଙ୍କର ଶକ୍ତି ଆବଶ୍ୟକତା ପୂରଣ କରିବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ରହିବା ଏବଂ ଭାରତ କିପରି ନିଜର ଲକ୍ଷ୍ୟଗୁଡ଼ିକୁ ହାସଲ କରୁଛି, ତାହାର ଉଦାହରଣ ହେଉଛି ଦେଶରେ ବଢୁଥିବା ବିଦୁତ ଉତ୍ପାଦନ କ୍ଷମତା ।

ସାଥୀମାନେ,

୨ଠ୩ଠ ସୁଦ୍ଧା ଅଣ-ଜୀବାଶ୍ମ ଶକ୍ତି ଉତ୍ସରୁ ଏହାର ସ୍ଥାପିତ ବିଦୁତ କ୍ଷମତାର ୪ଠ ପ୍ରତିଶତ ପୂରଣ କରିବାକୁ ଭାରତ ୨ଠ୧୬ରେ ଏକ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଆଜି ପ୍ରତ୍ୟେକ ଭାରତୀୟ ଗର୍ବିତ ହେବେ ଯେ ଭାରତ ଏହି ବର୍ଷ ନଭେମ୍ବରରେ ତା’ର ଲକ୍ଷ୍ୟ ହାସଲ କରିପାରିଛି । ଅର୍ଥାତ ଯେଉଁ ଲକ୍ଷ୍ୟ ୨ଠ୩ଠର ଥିଲା ଭାରତ ଏହାକୁ କେବଳ ୨ଠ୨୧ରେ ହାସଲ କରିଛି । ଏହା ହେଉଛି ଆଜି ଭାରତର କାର୍ଯ୍ୟର ଗତି, ଆମର କାର୍ଯ୍ୟର ଗତି ।

ସାଥୀମାନେ,

ପ୍ଲାଷ୍ଟିକ ଯୋଗୁଁ ପାର୍ବତ୍ୟାଞ୍ଚଳର କ୍ଷତିହେଉଛି ସେ ବିଷୟରେ ଆମ ସରକାର ମଧ୍ୟ ସତର୍କ ଅଛନ୍ତି । ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ଦେଶବ୍ୟାପୀ ଅଭିଯାନ ସହିତ ଆମ ସରକାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଆଜି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପୁନଃ ବ୍ୟବହାର କରାଯାଉଛି ଏବଂ ରାସ୍ତା ନିର୍ମାଣରେ ବ୍ୟବହୃତ କରାଯାଉଛି । ଆଜି ଆପଣଙ୍କ ସହ କଥାବାର୍ତ୍ତା କରୁଛୁ, ମୁଁ ହିମାଚଳକୁ ଆସୁଛି, ଦେଶର କୋଣ ଅନୁକୋଣରୁ ଲୋକମାନେ ଏଠାକୁ ଆସିଥାନ୍ତି । ମୁଁ ହିମାଚଳକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ମଧ୍ୟ ଏକ ଅନୁରୋଧ କରିବାକୁ ଚାହୁଁଛି । ହିମାଚଳକୁ ପରିଷ୍କାର ରଖିବାରେ ପ୍ଲାଷ୍ଟିକ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରୁ ମୁକ୍ତ ରଖିବାରେ ପର୍ଯ୍ୟଟକମାନଙ୍କର ଏକ ବଡ଼ ଦାୟିତ୍ୱ ରହିଛି । ଏଠି ସେଠି ପଡ଼ିଥିବା ପ୍ଲାଷ୍ଟିକ, ନଦୀକୁ ଯାଉଥିବା ପ୍ଲାଷ୍ଟିକ, ହିମାଚଳକୁ ଯେଉଁ କ୍ଷତି ପହଞ୍ଚାଇଥାଏ ତାହାକୁ ରୋକିବାରେ ଆମକୁ ଏକାଠି ଉଦ୍ୟମ କରିବାକୁ ପଡ଼ିବ ।

ସାଥୀମାନେ,

ଦେବଭୂମି ହିମାଚଳକୁ ପ୍ରକୃତିରୁ ଯେଉଁ ବରଦାନ ମିଳିଛି ଆମକୁ ତାହାକୁ ସଂରକ୍ଷିତ ରଖିବାକୁ ପଡ଼ିବ । ପର୍ଯ୍ୟଟନ ସହିତ ଏଠାରେ ଶିଳ୍ପ ବିକାଶ ପାଇଁ ମଧ୍ୟ ଏକ ବଡ଼ ସମ୍ଭାବନା ଅଛି । ଆମ ସରକାର ମଧ୍ୟ ଏହି ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି । ବିଶେଷ ଭାବେ ଖାଦ୍ୟ ଶିଳ୍ପ, ଚାଷ ଏବଂ ଫାର୍ମା ଉପରେ ଆମର ଗୁରୁତ୍ୱ ରହିଛି ଏବଂ ଏଠାରେ ପାଣ୍ଠି ଅଛି । ହିମାଚଳ ଅପେକ୍ଷା ପର୍ଯ୍ୟଟନ ପାଇଁ ଆଉ ଭଲ ପାଣ୍ଠି କେଉଁଠାରୁ ମିଳିପାରିବ? ହିମାଚଳର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ବିସ୍ତାର ପାଇଁ ଅନେକ ସମ୍ଭାବନା ଅଛି । ସେଥିପାଇଁ ଆମ ସରକାର ମେଗା ଫୁଡ୍ ପାର୍କ ଠାରୁ ଆରମ୍ଭ କରି ଶୀତଳ ଭଣ୍ଡାର ଭିତ୍ତିଭୂମି ପର୍ଯ୍ୟନ୍ତ ସଶକ୍ତ କରୁଛନ୍ତି । ଚାଷ କ୍ଷେତ୍ରରେ ଡବଲ ଇଞ୍ଜିନ ସରକାର ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଆଜି ସମଗ୍ର ବିଶ୍ୱରେ ପ୍ରାକୃତିକ ଚାଷରୁ ଉତ୍ପାଦର ଚାହିଦା ବଢୁଛି । ରାସାୟନିକ ମୁକ୍ତ କୃଷିଜାତ ଦ୍ରବ୍ୟ ଆଜି ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଛି । ମୁଁ ଖୁସି ଯେ ହିମାଚଳ ମଧ୍ୟ ଏଥିରେ ଭଲ କାମ କରୁଛି । ରାଜ୍ୟରେ ଅନେକ ଜୈବ-ଗ୍ରାମ ସୃଷ୍ଟି ହୋଇଛି । ଏବଂ ଆଜି ମୁଁ ବିଶେଷ ଭାବରେ ହିମାଚଳର କୃଷକମାନଙ୍କୁ ସହୃଦୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଯେ ସେମାନେ ପ୍ରାକୃତିକ ଚାଷର ରାସ୍ତା ଆପଣାଇଛନ୍ତି । ମୋତେ କୁହାଗଲା ଯେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଚାଷୀ ଏତେ ଛୋଟ ରାଜ୍ୟରେ ଏବଂ ଖୁବ୍ କମ ସମୟ ମଧ୍ୟରେ ରାସାୟନିକ ସାରମୁକ୍ତ ପ୍ରାକୃତିକ ଚାଷ କରିବା ଦିଗରେ ଅଗ୍ରସର ହୋଇଛନ୍ତି । ଏବଂ ମୁଁ ଆଜି ପ୍ରଦର୍ଶନୀରେ ପ୍ରାକୃତିକ ଚାଷର ଉତ୍ପାଦ ଦେଖୁଥିଲି । ତା’ର ଆକାର ମଧ୍ୟ ଏତେ ଆକର୍ଷଣୀୟ ଥିଲା, ତା’ର ରଙ୍ଗ ଏତେ ଆକର୍ଷକ ଥିଲା । ତାକୁ ଦେଖି ମୁଁ ବହୁତ ଖୁସି, ମୁଁ ହିମାଚଳର କୃଷକମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି । ଏବଂ ମୁଁ ଦେଶର କୃଷକମାନଙ୍କୁ ଅନୁରୋଧ କରୁଛି ଯେ ହିମାଚଳ ଯେଉଁ ରାସ୍ତା ବାଛିଛି, ଏହି ରାସ୍ତା ହେଉଛି ଭଲ ଚାଷ ପାଇଁ ସର୍ବୋତ୍ତମ ମାର୍ଗ ଅଟେ । ଆଜି, ଯେତେବେଳେ ପ୍ୟାକେଜ ଖାଦ୍ୟର ଧାରା ବଢୁଛି, ସେତେବେଳେ ହିମାଚଳ, ଏଥିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ।

ସାଥୀମାନେ,

ହିମାଚଳ ପ୍ରଦେଶ ହେଉଛି ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫାର୍ମା ହବ । ଭାରତକୁ ଆଜି ବିଶ୍ୱର ଫାର୍ମାସୀ କୁହାଯାଏ, ଏହା ପଛରେ ହିମାଚଳ ଏକ ବିରାଟ ଶକ୍ତି ଭାବେ ଉଭା ହୋଇଛି । କରୋନା ବୈଶ୍ୱିକ ମହାମାରୀ ସମୟରେ ହିମାଚଳ ପ୍ରଦେଶ କେବଳ ଅନ୍ୟ ରାଜ୍ୟ ନୁହେଁ, ଅନ୍ୟ ଦେଶମାନଙ୍କୁ ମଧ୍ୟ ସାହାଯ୍ୟ କରିଛି । ଫାର୍ମା ଇଣ୍ଡଷ୍ଟ୍ରି ସହିତ ଆମ ସରକାର ଆୟୁଷ ଶିଳ୍ପ ପ୍ରାକୃତିକ ଔଷଧ ସହିତ ଜଡ଼ିତ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିଛି । 

ସାଥୀମାନେ,

ଆଜି ଦେଶରେ ସରକାର ଚଳାଇବାର ଦୁଇଟି ଭିନ୍ନ ଭିନ୍ନ ମଡେଲ କାମ କରୁଛି । ଗୋଟିଏ ମଡେଲ ହେଉଛି- ସବକା ସାଥ- ସବକା ବିକାଶ, ଏବଂ ସବକା ପ୍ରୟାସ । ସେହିପରି ଦ୍ୱିତୀୟ ମଡେଲ ହେଉଛି- ନିଜର ସ୍ୱାର୍ଥ, ପରିବାରର ସ୍ୱାର୍ଥ ଏବଂ ବିକାଶ ମଧ୍ୟ ନିଜ ପରିବାରର । ଯଦି ଆମେ ନିଜେ ହିମାଚଳରେ ଦେଖିବା ତେବେ ଆଜି ପ୍ରଥମ ମଡେଲ ଯେଉଁ ମଡେଲକୁ ନେଇ ଆପଣଙ୍କ ପାଖକୁ ଆସିଛୁ, ସେହି ମଡେଲ ରାଜ୍ୟର ବିକାଶରେ ସମ୍ପୂର୍ଣ୍ଣ ସକ୍ରିୟ ଭାବେ ସହଯୋଗ କରୁଛି । ଏହାର ଫଳସ୍ୱରୂପ, ହିମାଚଳ ଏହାର ବୟସ୍କ ଲୋକଙ୍କୁ ଟିକା ଦେବାରେ ଅନ୍ୟମାନଙ୍କ ତୁଳନାରେ ସବୁଠୁ ଆଗୁଆ ଅଛି । ଯେଉଁମାନେ ଏଠାରେ ସରକାରରେ ଅଛନ୍ତି ସେମାନେ ରାଜନୈତିକ ସ୍ୱାର୍ଥରେ ବୁଡ଼ିନାହାନ୍ତି, ବରଂ ହିମାଚଳର ପ୍ରତ୍ୟେକ ନାଗରିକ କିପରି ଏହି ଟିକା ପାଇପାରିବେ ସେଥିପ୍ରତି ସେମାନେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି । ଏବଂ ମୁଁ ଥରେ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟରେ ଜଡ଼ିତ ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାର ସୌଭାଗ୍ୟ ପାଇଥିଲି । ସେମାନଙ୍କର ପ୍ରତ୍ୟେକଟି କଥା ପ୍ରେରଣାଦାୟୀ ଥିଲା ।

ଭାଇ ଓ ଭଉଣୀମାନେ,

ହିମାଚଳ ପ୍ରଦେଶର ଲୋକଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ଥିଲା, ସେଥିପାଇଁ ଦୂର ଦୂରାନ୍ତର ଅଞ୍ଚଳକୁ କଷ୍ଟ କରି ସମସ୍ତଙ୍କୁ ଟିକା ଯୋଗାଇ ଦେଇଛନ୍ତି । ଏହା ହେଉଛି ଆମର ସେବା ଭାବ, ଲୋକଙ୍କ ପ୍ରତି ଦାୟିତ୍ୱର ଭାବନା । ଏଠାରେ ଲୋକଙ୍କ ବିକାଶ ପାଇଁ ସରକାର ଅନେକ ନୂତନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଏକ ଉନ୍ନତ ଉପାୟରେ ବିସ୍ତାର କରିଛନ୍ତି । ଏହା ଦର୍ଶାଉଛି ଯେ ହିମାଚଳ ସରକାର ଲୋକମାନଙ୍କ ପାଇଁ ଏବଂ ଗରିବମାନଙ୍କ ପାଇଁ କେତେ ଚିନ୍ତିତ ।

ସାଥୀମାନେ,

ଆଜି ଆମ ସରକାର ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ଅଧିକାର ଦେବା ପାଇଁ କାର୍ଯ୍ୟ କରୁଛନ୍ତି । ପୁଅ-ଝିଅ ସମାନ ଏବଂ ଏତେ ସଂଖ୍ୟାରେ ମା’ ଏବଂ ଭଉଣୀମାନେ ଆସିଛନ୍ତି । ତେଣୁ ତାଙ୍କର ଆଶୀର୍ବାଦ ଏହି କାର୍ଯ୍ୟ ପାଇଁ ଆମକୁ ଶକ୍ତି ପ୍ରଦାନ କରୁଛି । ପୁଅ-ଝିଅ ସମାନ । ଆମେ ସ୍ଥିର କରିଛୁ ଯେ ଝିଅମାନଙ୍କର ବିବାହର ବୟସ ମଧ୍ୟ ସମାନ ହେବା ଉଚିତ, ଯେଉଁ ବୟସରେ ପୁଅମାନଙ୍କୁ ବିବାହ କରିବାକୁ ଅନୁମତି ଦିଆଯାଏ । ଦେଖନ୍ତୁ, ଆମର ଭଉଣୀମାନେ ଅଧିକ ତାଳି ବଜାଉଛନ୍ତି । ଝିଅମାନଙ୍କର ୨୧ ବର୍ଷରେ ବିବାହ ହେଲେ, ସେମାନେ ମଧ୍ୟ ଅଧ୍ୟୟନ ପାଇଁ ପୂର୍ଣ୍ଣ ସମୟ ପାଇବେ ଏବଂ ସେମାନେ ମଧ୍ୟ ନିଜ କ୍ୟାରିଅର ଗଠନ କରିବାରେ ସକ୍ଷମ ହେବେ । ଆମର ଏହି ସମସ୍ତ ପ୍ରୟାସ ମଧ୍ୟରେ, ଅନ୍ୟ ଏକ ମଡେଲକୁ ମଧ୍ୟ ଦେଖୁଛନ୍ତି ଯିଏ କେବଳ ତାଙ୍କର ସ୍ୱାର୍ଥପରତା, ତାଙ୍କ ଭୋଟ ବ୍ୟାଙ୍କକୁ ଦେଖନ୍ତି । ଯେଉଁ ରାଜ୍ୟରେ ସେ ସରକାର ଚଳାଉଛନ୍ତି, ସେଠାରେ ଗରିବଙ୍କ କଲ୍ୟାଣ ପାଇଁ ନୁହେଁ, ବରଂ ନିଜ ପରିବାରର କଲ୍ୟାଣ ପାଇଁ ପ୍ରାଥମିକତା ଦିଆଯାଇଛି । ମୁଁ ଦେଶର ପଣ୍ଡିତମାନଙ୍କୁ ଅନୁରୋଧ କରିବାକୁ ଚାହୁଁଛି, କେବଳ ସେହି ରାଜ୍ୟଗୁଡ଼ିକର ଟିକାକରଣ ରେକର୍ଡକୁ ଦେଖନ୍ତୁ । ତାଙ୍କର ଟିକାକରଣ ରେକର୍ଡ ମଧ୍ୟ ଏହାର ଏକ ସାକ୍ଷୀ ଯେ ସେ ତାଙ୍କ ରାଜ୍ୟବାସୀଙ୍କ ବିଷୟରେ ଚିନ୍ତିତ ନୁହଁନ୍ତି ।

ସାଥୀମାନେ,

ଆମର ପ୍ରତ୍ୟେକ ଆବଶ୍ୟକତାକୁ ଧ୍ୟାନରେ ରଖି ଆମ ସରକାର ଅତ୍ୟଧିକ ସମ୍ବେଦଶୀଳତା ସହିତ ସତର୍କତାର ସହିତ ନିରନ୍ତର କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ପୁଅ ଏବଂ ଝିଅ ଅଛନ୍ତି । ସେମାନେ ମଧ୍ୟ ସୋମବାର, ଜାନୁଆରୀ ୩ ତାରିଖରୁ ଟିକା ପାଇବା ଆରମ୍ଭ କରିବେ । ଏହି ଅଭିଯାନ ଜାନୁଆରୀ ୩ ସୋମବାରରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମୁଁ ନିଶ୍ଚିତ ଯେ ହିମାଚଳ ପ୍ରଦେଶ ମଧ୍ୟ ଏଥିରେ ବହୁତ ଭଲ କାମ କରିବ । ଦେଶକୁ ଦିଗଦର୍ଶନ କରିବା କାର୍ଯ୍ୟ ମଧ୍ୟ ହିମାଚଳ କରିବ। ଆମର ସ୍ୱାସ୍ଥ୍ୟ କ୍ଷେତ୍ରର ଲୋକ, ଫ୍ରଣ୍ଟଲାଇନ କର୍ମଚାରୀ, ସେମାନେ ଗତ ଦୁଇବର୍ଷ ଧରି ଦେଶରେ କରୋନା ବିରୋଧରେ ଲଢ଼େଇରେ ଏକ ବଡ଼ ଶକ୍ତି ଭାବେ କାମ କରିଛନ୍ତି । ସେମାନଙ୍କୁ ମଧ୍ୟ ଜାନୁଆରୀ ୧ଠରୁ ପ୍ରିକସନ ଡୋଜ ଦେବାର କାର୍ଯ୍ୟ ମଧ୍ୟ ଆରମ୍ଭ ହେବ । ୬ଠ ବର୍ଷରୁ ଅଧିକ ବୟସ୍କ, ଯେଉଁମାନେ ପୂର୍ବରୁ ଗୁରୁତର ରୋଗରେ ଆକ୍ରାନ୍ତ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶରେ ପ୍ରିକସନ ଡୋଜ୍ର ବିକଳ୍ପ ମଧ୍ୟ ଦିଆଯାଉଛି । ଏହି ସମସ୍ତ ପ୍ରୟାସ କେବଳ ହିମାଚଳବାସୀଙ୍କୁ ସୁରକ୍ଷା କବଚ ଦେବ ନାହିଁ ବରଂ ଏଠାକାର ପର୍ଯ୍ୟଟନ କ୍ଷେତ୍ରକୁ ସୁରକ୍ଷା ଦେବା ସହିତ ପ୍ରୋତ୍ସାହନ ଦେବାରେ ମଧ୍ୟ ସାହାଯ୍ୟ କରିବ ।

ସାଥୀମାନେ,

ପ୍ରତ୍ୟେକ ଦେଶର ଭିନ୍ନ ଭିନ୍ନ ଚିନ୍ତାଧାରା ଅଛି, କିନ୍ତୁ ଆଜି ଆମ ଦେଶର ଲୋକମାନେ ଦୁଇଟି ଆଦର୍ଶକୁ ସ୍ପଷ୍ଟ ଭାବରେ ଦେଖୁଛନ୍ତି । ଗୋଟିଏ ଚିନ୍ତାଧାରା ବିଳମ୍ବ ଏବଂ ଅନ୍ୟଟି ବିକାଶର । ବିଳମ୍ବକାରୀମାନେ ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ । ସେ ଭିତ୍ତିଭୂମିର କାର୍ଯ୍ୟ ହେଉ, ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇଦେବା କାର୍ଯ୍ୟ ହେଉ, ବିଳମ୍ବର ବିଚାରଧାରା ଥିବା ଲୋକମାନେ ହିମାଚଳବାସୀଙ୍କୁ ଦଶନ୍ଧି ଧରି ଅପେକ୍ଷା କରାଇଥିଲେ । ଏହି କାରଣରୁ, ଅଟଳ ଟନେଲର କାର୍ଯ୍ୟରେ ବର୍ଷ ବର୍ଷ ଧରି ବିଳମ୍ବ ହୋଇଥିଲା । ରେଣୁକା ଜୀ ପ୍ରକଳ୍ପ ପାଇଁ ମଧ୍ୟ ତିନି ଦଶନ୍ଧି ବିଳମ୍ବ ହୋଇଥିଲା । ସେହି ଲୋକମାନଙ୍କର କାଳକ୍ଷେପଣ ଚିନ୍ତାଧାରାରୁ ଭିନ୍ନ ଆମର ପ୍ରତିବଦ୍ଧତା କେବଳ ବିକାଶ ପାଇଁ । ଦ୍ରୁତି ଗତିରେ ବିକାଶ ପାଇଁ । ଆମେ ଅଟଳ ଟନେଲର କାର୍ଯ୍ୟ ସମାପ୍ତ କଲୁ । ଆମେ ଚଣ୍ଡିଗଡ଼କୁ ମନାଲି ଏବଂ ସିମଲା ସହିତ ସଂଯୋଗ କରୁଥିବା ରାସ୍ତାକୁ ପ୍ରଶସ୍ତ କରିଛୁ । ଆମେ କେବଳ ରାଜପଥ ଏବଂ ରେଳ ଭିତ୍ତିଭୂମି ବିକାଶ କରୁନାହୁଁ, ବରଂ ଅନେକ ସ୍ଥାନରେ ରୋପ ୱେ ମଧ୍ୟ ସ୍ଥାପନ କରୁଛୁ। ଆମେ ମଧ୍ୟ ଦୂର ଦୂରାନ୍ତର ଗ୍ରାମଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ସହିତ ସଂଯୋଗ କରୁଛୁ ।

ସାଥୀମାନେ,

ଗତ ୬-୭ ବର୍ଷ ମଧ୍ୟରେ ଡବଲ ଇଞ୍ଜିନ ସରକାର ଯେଉଁଭଳି ଭାବରେ କାର୍ଯ୍ୟ କରିଛନ୍ତି ତାହା ବିଶେଷ ଭାବରେ ଆମ ଭଉଣୀମାନଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆଣିଛି । ଏହା ପୂର୍ବରୁ ଆମ ଭଉଣୀମାନେ ରୋଷେଇ ପାଇଁ କାଠ ଯୋଗାଡ଼ିବାରେ ବହୁ ସମୟ ଅପଚୟ କରୁଥିଲେ । ଆଜି ଘରେ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚôଛି । ଶୌଚାଳୟ ସୁବିଧା ପାଇବା ଦ୍ୱାରା ଭଉଣୀମାନେ ମଧ୍ୟ ବହୁତ ଆରାମ ପାଇଛନ୍ତି । କିଏ ତୁମ ଠାରୁ ଭଲ ଜାଣେ, ଭଉଣୀ ଏବଂ ଝିଅମାନଙ୍କୁ ଏଠାରେ ପାଣି ପାଇଁ କେତେ ପରିଶ୍ରମ କରିବାକୁ ପଡୁଥିଲା । ଏକ ସମୟ ଥିଲା, ଯେତେବେଳେ ଜଳ ସଂଯୋଗ ପାଇବା ପାଇଁ ଅନେକ ଦିନ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା । ଜଳ ସଂଯୋଗୀକରଣ ପାଇଁ ଆଜି ସରକାର ନିଜେ ଆପଣଙ୍କ କବାଟ ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି । ସ୍ୱାଧୀନତାର ସାତ ଦଶନ୍ଧି ମଧ୍ୟରେ, ସାତ ଲକ୍ଷ ପରିବାର ହିମାଚଳରେ ପାଇପ ଜଳ ପାଇପାରିଥିଲେ । ସାତ ଦଶନ୍ଧିରେ ସାତ ଲକ୍ଷ ପରିବାରକୁ । ମାତ୍ର ଦୁଇ ବର୍ଷ ମଧ୍ୟରେ ଏବଂ କରୋନା ଅବଧିରେ ମଧ୍ୟ ସାତ ଲକ୍ଷରୁ ଅଧିକ ନୂତନ ପରିବାର ପାଇପ ପାଣି ପାଇପାରୁଛନ୍ତି । ସାତ ଦଶନ୍ଧିରେ କେତେ ସାତ ଲକ୍ଷ? ସାତ ଦଶନ୍ଧିରେ କେତେ? ଟିକେ ସେ ପାଖରୁ ସ୍ୱର ଆସୁ କେତେ? ସାତ ଦଶନ୍ଧିରେ ସାତ ଲକ୍ଷ । ଏବଂ ଆମେ ଦୁଇ ବର୍ଷରେ ସାତ ଲକ୍ଷ ଅଧିକ ନୂତନ ଦେଇଛୁ । କେତେ ଦେଇଛୁ? ସାତ ଲକ୍ଷ ଘରକୁ ଜଳ ଯୋଗାଇବାର କାମ । ବର୍ତ୍ତମାନ ପ୍ରାୟ ୯ଠ ପ୍ରତିଶତ ଜନସଂଖ୍ୟା ଟ୍ୟାପରୁ ଜଳ ପାଇପାରୁଛନ୍ତି । ଏହା ହେଉଛି ଡବଲ ଇଞ୍ଜିନ ସରକାରର ଲାଭ । କେନ୍ଦ୍ର ସରକାରଙ୍କ ଗୋଟିଏ ଇଞ୍ଜିନ ଏହି ଯୋଜନା ଆରମ୍ଭ କରେ । ରାଜ୍ୟ ସରକାର ଅନ୍ୟ ଇଞ୍ଜିନ ସେହି ଯୋଜନାକୁ ଦ୍ରୁତ ଗତିରେ ଆଗକୁ ନେଇଥାଏ । ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନା ଏକ ଉଦାହରଣ । ଏହି ଯୋଜନାକୁ ଆଗକୁ ବଢ଼ାଇବା ସହିତ ରାଜ୍ୟ ସରକାର ହିମ କେୟାର ଯୋଜନା ଆରମ୍ଭ କରିଥିଲେ ଏବଂ ଅଧିକ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି । ଏହି ଯୋଜନାଗୁଡ଼ିକ ଅନୁଯାୟୀ, ହିମାଚଳର ପ୍ରାୟ ୧.୨୫ ଲକ୍ଷ ରୋଗୀ ମାଗଣା ଚିକିତ୍ସା ପାଇପାରିଛନ୍ତି । ସେହିଭଳି, ଏଠାରେ ସରକାର ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କ ପାଇଁ ଗୃହିଣୀ ସୁବିଧା ଯୋଜନା ଆଣିଛନ୍ତି । ଯଦ୍ୱାରା ଲକ୍ଷ ଲକ୍ଷ ଭଉଣମାନଙ୍କୁ ଏକ ନୂଆ ସୁବିଧା ମିଳିପାରିଛି । ଏହି କଠିନ ସମୟରେ କେନ୍ଦ୍ର ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରୁଥିବା ମାଗଣା ରାସନକୁ ତ୍ୱରାନ୍ୱିତ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ଏଠାରେ କାର୍ଯ୍ୟ କରୁଛନ୍ତି ।

ସାଥୀମାନେ,

ହିମାଚଳ ହେଉଛି ବୀରମାନଙ୍କର ମାଟି । ହିମାଚଳ ହେଉଛି ଅନୁଶାସନର ମାଟି, ଦେଶର ଗର୍ବ ଏବଂ ସମ୍ମାନକୁ ବଢ଼ାଇବାର ମାଟି ଅଟେ । ଏଠାରେ ଘରେ ଘରେ ସାହସୀ ପୁଅ ଓ ଝିଅ ଅଛନ୍ତି । ଯେଉଁମାନେ ଦେଶକୁ ସୁରକ୍ଷା ଦିଅନ୍ତି । ଦେଶର ସୁରକ୍ଷା ବୃଦ୍ଧି ପାଇଁ ଗତ ୭ ବର୍ଷ ମଧ୍ୟରେ ଆମ ସରକାର କରିଥିବା ଯେଉଁ କାର୍ଯ୍ୟ, ସୈନିକ, ପୂର୍ବତନ ସୈନିକମାନଙ୍କ ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ବହୁତ ବଡ଼ ଲାଭ ହିମାଚଳବାସୀଙ୍କୁ ହୋଇଛି । ଗୋଟିଏ ର୍ୟାଙ୍କ ଗୋଟିଏ ପେନସନ ନିଷ୍ପତ୍ତି ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିଲା, ବିଳମ୍ବିତ ନୀତି, ସେ ଅଟକି ରହିଥିବା ନିଷ୍ପତ୍ତି ହେଉ କିମ୍ବା ସେନାକୁ ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ବୁଲେଟ ପ୍ରୁଫ ଜ୍ୟାକେଟ ଯୋଗାଇବା କାର୍ଯ୍ୟ ହେଉ, ଶୀତରେ ଅସୁବିଧା ଦୂର କରିବା ପାଇଁ ଆବଶ୍ୟକ ସମ୍ବଳ ଯୋଗାଇବା ହେଉ, କିମ୍ବା ଯାତାୟତ ପାଇଁ ଉନ୍ନତ ସଂଯୋଗୀକରଣ ହେଉ, ସରକାରଙ୍କ ପ୍ରୟାସର ଲାଭ ହିମାଚଳର ପ୍ରତ୍ୟେକ ଘରେ ପହଞ୍ଚôଛି । ସାଥୀମାନେ, ଭାରତରେ ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରା ଏକତ୍ରିତ ହେଉଛି । ତୀର୍ଥଯାତ୍ରାରେ ହିମାଚଳର ଯେଉଁ ଶକ୍ତି ରହିଛି ତାହାର କୌଣସି ବିକଳ୍ପ ନାହିଁ । ଏହା ହେଉଛି ଶିବ ଏବଂ ଶକ୍ତିଙ୍କର ସ୍ଥାନ । ପଞ୍ଚ କୈଳାସରୁ ତିନୋଟି କୈଳାସ ହିମାଚଳ ପ୍ରଦେଶରେ ଅଛି । ସେହିଭଳି, ହିମାଚଳରେ ଅନେକ ଶକ୍ତି ପୀଠ ମଧ୍ୟ ରହିଛି । ବୌଦ୍ଧ ଧର୍ମ ଏବଂ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଏଠାରେ ଅଛି । ଡବଲ ଇଞ୍ଜିନର ସରକାର ହିମାଚଳର ଏହି ଶକ୍ତିକୁ ବହୁ ମାତ୍ରାରେ ବୃଦ୍ଧି କରିବାକୁ ଯାଉଛନ୍ତି ।

ମଣ୍ଡିରେ ଶିବ ଧାମର ନିର୍ମାଣ ମଧ୍ୟ ଏହି ପ୍ରତିବଦ୍ଧତାର ପରିଣାମ ଅଟେ ।

ଭାଇ ଓ ଭଉଣୀମାନେ,

ଆଜି ଯେତେବେଳେ ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ହିମାଚଳ ମଧ୍ୟ ପୂର୍ଣ୍ଣ ରାଜ୍ୟ ହେବାର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନ କରୁଛି । ଅର୍ଥାତ ଏହା ହେଉଛି, ହିମାଚଳ ପାଇଁ ନୂତନ ସମ୍ଭାବନା ଉପରେ କାମ କରିବାର ମଧ୍ୟ ସମୟ । ପ୍ରତ୍ୟେକ ଜାତୀୟ ସଂକଳ୍ପ ହାସଲ କରିବାରେ ହିମାଚଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଉତ୍ସାହ ଆଗାମୀ ଦିନରେ ଜାରି ରହିବ । ପୁଣି ଥରେ ବିକାଶ ଏବଂ ବିଶ୍ୱାସର ପଞ୍ଚମ ବର୍ଷର ଶୁଭେଚ୍ଛା ଏବଂ ନୂତନ ବର୍ଷର ଶୁଭକାମନା । ଆପଣମାନଙ୍କୁ ଅନେକ ଅନେକ ଶୁଭ କାମନା, ଏତେ ଭଲ ପାଇବା ଦେଇଥିବାରୁ, ଏତେ ଆଶୀର୍ବାଦ ଦେଇଥିବାରୁ । ମୁଁ ପୁଣି ଥରେ ଏହହି ଦେବଭୂମିକୁ ପ୍ରଣାମ କରୁଛି ।

ମୋ ସହିତ କୁହନ୍ତୁ,

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ଭାରତ ମାତା କି ଜୟ!

ବହୁତ ବହୁତ ଧନ୍ୟବାଦ

 

NS / MB



(Release ID: 1785809) Visitor Counter : 156