ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି

Posted On: 27 DEC 2021 11:22AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜ୍ୟସଭା ସାଂସଦ ଡକ୍ଟର ମହେନ୍ଦ୍ର ପ୍ରସାଦ ଜୀଙ୍କର ପରଲୋକରେ ଦୁଃଖିତ । ସେ ବହୁ ବର୍ଷ ଧରି ସଂସଦରେ କାର୍ଯ୍ୟ କରିଥିଲେ ଏବଂ ଅନେକ ସମାଜସେବା ପ୍ରୟାସର ଅଗ୍ରଭାଗରେ ଥିଲେ । ସେ ସର୍ବଦା ବିହାର ଏବଂ ଏହାର ଲୋକଙ୍କ କଲ୍ୟାଣ ପାଇଁ କହୁଥିଲେ । ତାଙ୍କ ପରିବାର ପ୍ରତି ସମବେଦନା । ଓମ୍ ଶାନ୍ତି ।”

HS



(Release ID: 1785457) Visitor Counter : 178