ନୀତି ଆୟୋଗ

ଅଟଳ ଉଦ୍ଭାବନ ମିଶନ ଅଧିନରେ ମାତୃଭାଷାକୁ ଗୁରୁତ୍ୱ

Posted On: 22 DEC 2021 1:10PM by PIB Bhubaneshwar

ସମଗ୍ର ଦେଶର ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ନୀତି ଆୟୋଗ ପ୍ରଥମ କରି ଆଞ୍ଚଳିକ ଭାଷାରେ ଉଦ୍ଭାବନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଯାଉଛି ଅଟଳ ଉଦ୍ଭାବନ ମିଶନ ଅଧିନରେ ଭାରତ ସରକାରଙ୍କର ସ୍ୱୀକୃତିପ୍ରାପ୍ତ ୨୨ଟି ଆଞ୍ଚଳିକ ଭାଷାକୁ ଏଥିପାଇଁ ବ୍ୟବହାର କରାଯିବ ଦକ୍ଷତା ବୃଦ୍ଧି ପାଇଁ ଚିହ୍ନଟ ହୋଇଥିବା ପ୍ରତ୍ୟେକ ୨୨ଟି ଆଞ୍ଚଳିକ ଭାଷାରେ ଆଞ୍ଚଳିକ ଭାଷା ତାଲିମଦାତା ବାହିନୀ ଗଠନ କରାଯିବ ଏଥିରେ ମାତୃଭାଷାରେ ଦକ୍ଷତା ଥିବା ଶିକ୍ଷକ, ବିଷୟ ବିଶେଷଜ୍ଞ, ବୈଷୟିକ କ୍ଷେତ୍ରରେ ପ୍ରବନ୍ଧ ଲେଖକ ଏବଂ ଅଟଳ ଇନକିଉବେସନ କେନ୍ଦ୍ରର ନେତୃମଣ୍ଡଳୀଙ୍କୁ ଏହି ବାହିନୀରେ ଅନ୍ତର୍ଭୁକ୍ତ କରାଯିବ

ଏହି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ନୀତି ଆୟୋଗ ପ୍ରଶିକ୍ଷକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଯାଉଛି ଏଥିପାଇଁ ଆଇଆଇଟି ଦିଲ୍ଲୀର ଡିଜାଇନ ବିଭାଗର ସହଯୋଗ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହିତ କରୁଥିବା ସଂସ୍ଥା ତଥା ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ସହଯୋଗ ଲୋଡ଼ାଯାଇଛି ଏଥିରେ ସେମାନେ ସହଯୋଗ କରିବାକୁ ସମ୍ମତି ଦେଇଛନ୍ତି ଚଳିତ ୨ଠ୨୧ ଡିସେମ୍ବରରୁ ୨ଠ୨୨ ଏପ୍ରିଲ ମଧ୍ୟରେ ଏହି ତାଲିମ ପ୍ରଦାନ କରାଯିବ କ୍ଷେତ୍ରରେ ଆଞ୍ଚଳିକ ଭାଷାର ଉଦ୍ଭାବକମାନଙ୍କୁ ସାମିଲ କରାଯିବ

ଆଞ୍ଚଳିକ ଭାଷାର ଉଦ୍ଭାବନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ଯେ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ସାମାଜିକ ସାଂସ୍କୃତିକ ବିବିଧତା ମଧ୍ୟରେ ଭାରତର ପରିଚୟ ସୃଷ୍ଟି ହୋଇଛି ଆଞ୍ଚଳିକ ଭାଷାଗୁଡ଼ିକ କ୍ଷେତ୍ରରେ ଆମର ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ସମ୍ବଳ ଆଞ୍ଚଳିକ ଭାଷାରେ ଉଦ୍ଭାବନ କାର୍ଯ୍ୟକ୍ରମ ଆମର ବିଭିନ୍ନ ଗୋଷ୍ଠୀର ଦକ୍ଷତା ବୃଦ୍ଧି କରିଥାଏ ତେଣୁ ଏହା ସ୍ଥାନୀୟ ଉଦ୍ୟୋଗୀ, ଶିଳ୍ପୀ ଏବଂ ସୃଜନଶୀଳ ବ୍ୟକ୍ତିତ୍ୱ ସମ୍ପନ୍ନ ବ୍ୟକ୍ତିମାନଙ୍କ ଜ୍ଞାନ ସହ କୌଶଳକୁ ଯୋଗ କରାଏ ଏହା ଫଳରେ ଆଞ୍ଚଳିକ ଭାଷାରେ ଉଦ୍ଭାବନର ଅଗ୍ରଗତି ହେବ ଆଞ୍ଚଳିକ ସ୍ତରରୁ ଭାରତ ଉଦ୍ଭାବନ କ୍ଷେତ୍ରରେ ସୁଦୃଢ଼ ହୋଇପାରିବ ବୋଲି ଡକ୍ଟର ରାଜୀବ କୁମାର କହିଛନ୍ତି

 ଏହି ଅବସରରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଥିଲେ ଯେ, ଭାରତର ଉଦ୍ଭାବନ କ୍ଷେତ୍ରରେ ଏହା ଏକ ନୂଆ ପାହାଚ ଏହି କାର୍ଯ୍ୟକ୍ରମ ଯୁବ ଉଦ୍ଭାବକ ଏବଂ ଡିଜାଇନ ଚିନ୍ତକମାନଙ୍କ ମନରେ ନୂଆ ଧାରଣା ସୃଷ୍ଟିରେ ସହାୟକ ହେବ ସ୍ୱକୀୟ ଶୈଳୀର ଅଟଳ ଉଦ୍ଭାବନ ମିଶନ ଦେଶରୁ ଭାଷାଗତ ପ୍ରତିବନ୍ଧକ ଦୂର କରିପାରିବ ଏବଂ ସୃଜନଶୀଳ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସଶକ୍ତ କରିପାରିବ ବୋଲି ସେ କହିଥିଲେ

ଆଞ୍ଚଳିକ ଭାଷାରେ ଉଦ୍ଭାବନ କାର୍ଯ୍ୟକ୍ରମ ଉଦ୍ଭାବନ ଉଦ୍ୟୋଗ କ୍ଷେତ୍ରରେ ଭାଷାଗତ ପ୍ରତିବନ୍ଧକ ଦୂର କରିବ ଏବଂ ସୃଜନଶୀଳତାକୁ ତ୍ୱରାନ୍ୱିତ କରିବ ବୋଲି ନୀତି ଆୟୋଗର ଅଟଳ ଉଦ୍ଭାବନ ମିଶନର ନିର୍ଦେଶକ ଡକ୍ଟର ଚିନ୍ତନ ବୈଷ୍ଣବ କହିଥିଲେ ଭାବ ବିନିମୟ ପାଇଁ ଆଞ୍ଚଳିକ ଭାଷାରେ ଦକ୍ଷତା ଏହାଦ୍ୱାରା ବୃଦ୍ଧି ପାଇବ ଭାଷାର ବିବିଧତା ଯୋଗୁଁ ସୃଜନଶୀଳ ବ୍ୟକ୍ତିଙ୍କ ଚିନ୍ତାଧାରା ବ୍ୟକ୍ତ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇପାରିବ ୨ଠ୨୧ ମସିହାର ଜନଗଣନା ରିପୋର୍ଟକୁ ଆଧାର କରି ସେ ଆହୁରି ମଧ୍ୟ କହିଥିଲେ ଯେ ଦେଶର ଜନସଂଖ୍ୟାର ମାତ୍ର ୧ଠ. ଶତାଂଶ ଲୋକ ଇଂରାଜୀକୁ ସେମାନଙ୍କ ଦ୍ୱିତୀୟ, ତୃତୀୟ କିମ୍ବା ଚତୁର୍ଥ ଭାଷା ଭାବରେ ବ୍ୟବହାର କରିଥାନ୍ତି କେବଳ ମାତ୍ର .ଠ୨ ଶତାଂଶ ଲୋକ ଇଂରାଜୀକୁ ପ୍ରଥମ ଭାଷା ଭାବରେ ବ୍ୟବହାର କରନ୍ତି ୧ଠ ବର୍ଷ ବ୍ୟବଧାନରେ ଏହି ସ୍ଥିତିରେ ସେଭଳି କିଛି ଉଲ୍ଲେଖନୀୟ ପରବର୍ତ୍ତନ ଘଟିନାହିଁ ତେଣୁ ଦେଶର ୯ଠ ଶତାଂଶ ଲୋକେ ବ୍ୟବହାର କରୁଥିବା ଆଞ୍ଚଳିକ ଭାଷାକୁ ସୃଜନଶୀଳତା ପରିପ୍ରକାଶ କ୍ଷେତ୍ରରେ ବ୍ୟବହାର କରାଯିବା ଉଚିତ ଲୋକମାନେ କେଉଁ ଭାଷାରେ କଥା ହେଉଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଇଂରାଜୀ ବ୍ୟବହାର କରୁଥିବା ଲୋକଙ୍କ ଭଳି ସେମାନେ ମଧ୍ୟ ସୃଜନଶୀଳତା କ୍ଷେତ୍ରରେ ଆଗୁଆ ତାହା ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ଟର ବୈଷ୍ଣବ କହିଥିଲେ

୨୨ଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀକୁ ନେଇ ସୃଜନଶୀଳତାକୁ ଉତ୍ସାହିତ କରିବା କ୍ଷେତ୍ରରେ ବିଶ୍ୱରେ ଭାରତ ପ୍ରଥମ ଦେଶ ଅଟଳ ଉଦ୍ଭାବନ ମିଶନ ସ୍ଥାନୀୟ, ଆଞ୍ଚଳିକ, ଜାତୀୟ ଏବଂ ବିଶ୍ୱସ୍ତରୀୟ ସୃଜନଶୀଳତାକୁ ଶିକ୍ଷାଦାନ ନିମିତ୍ତ ଉପଯୁକ୍ତ କ୍ଷେତ୍ର ଯୋଗାଇବାକୁ ଉତ୍ସାହ ପ୍ରଦାନ କରୁଛି

 

SSD / MB



(Release ID: 1784274) Visitor Counter : 184