ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେନ୍ଦ୍ର ଏସୀୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ
Posted On:
20 DEC 2021 4:39PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୨୦ ଡିସେମ୍ବର ୨୦୨୧ ରେ କାଜାଖସ୍ତାନ, ର୍କିଗିଜ୍ ରିପବ୍ଲିକ୍, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ଭାରତ-କେନ୍ଦ୍ର ଏସିଆ ଆଲୋଚନାର ତୃତୀୟ ବୈଠକରେ ଅଂଶଗ୍ରହଣ ଲାଗି କେନ୍ଦ୍ର ଏସିଆର ବୈଦେଶିକ ମନ୍ତ୍ରୀମାନେ ନୂଆଦିଲ୍ଲୀ ଗସ୍ତରେ ଆସିଛନ୍ତି ।
କେନ୍ଦ୍ରୀୟ ଏସୀୟ ବୈଦେଶିକ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ଜଣାଇବା ସହ ଭାରତ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ସେମାନଙ୍କ ନେତୃତ୍ୱର ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଡିସେମ୍ବର ୧୮-୧୯, ୨୦୨୧ ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତ-ମଧ୍ୟ ଏସିଆ ଆଲୋଚନାର ବିଚାର ବିମର୍ଶ ଉପରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ, ଯାହା ଆଫଗାନିସ୍ତାନର ପରିସ୍ଥିତି ସମେତ ବାଣିଜ୍ୟ ଏବଂ ଯୋଗାଯୋଗ, ବିକାଶ ସହଭାଗିତା ଏବଂ ଆଞ୍ଚଳିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲା ।
ପ୍ରଧାନମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଭାରତ ଏହାର "ପଡ଼ୋଶୀ'’ ର ଅଂଶବିଶେଷ ଥିବା କେନ୍ଦ୍ରୀୟ ଏସିଆ ଦେଶମାନଙ୍କ ସହିତ ଦୀର୍ଘ ଦିନର ସମ୍ପର୍କକୁ ଗୁରୁତ୍ୱ ଦେଇଥାଏ । ଚଳିତ ବର୍ଷ ସେମାନଙ୍କର ସ୍ୱାଧୀନତାର ୩୦ ତମ ବାର୍ଷିକୀରେ ସେ ମନ୍ତ୍ରୀମାନଙ୍କୁ ତାଙ୍କର ଅଭିନନ୍ଦନ ଜଣାଇଛନ୍ତି । ସେ ୨୦୧୫ ରେ ସମସ୍ତ କେନ୍ଦ୍ରୀୟ ଏସୀୟ ଦେଶ ତଥା ପରବର୍ତ୍ତୀ ସମୟରେ କାଜାଖସ୍ତାନ, ଉଜବେକିସ୍ତାନ ଏବଂ ର୍କିଗିଜ୍ ଗଣତନ୍ତ୍ରକୁ ତାଙ୍କର ସ୍ମରଣୀୟ ଗସ୍ତକୁ ମନେ ପକାଇଲେ । ଏହି ଅଞ୍ଚଳରେ ଭାରତୀୟ ଚଳଚ୍ଚିତ୍ର, ସଙ୍ଗୀତ, ଯୋଗ ଇତ୍ୟାଦିର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ସାଂସ୍କୃତିକ ତଥା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ମଧ୍ୟ ଭାରତ ଏବଂ ମଧ୍ୟ ଏସିଆ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ସହଯୋଗର ସମ୍ଭାବନା ଏବଂ ସେହି କ୍ଷେତ୍ରରେ ଯୋଗାଯୋଗର ଭୂମିକା ଉପରେ ଆଲୋକପାତ କରିଛନ୍ତି ।
ଭାରତ-ମଧ୍ୟ ଏସିଆ କଥାବାର୍ତ୍ତା ଭାରତ ଏବଂ ମଧ୍ୟ ଏସିଆ ଦେଶ ମଧ୍ୟରେ ଉତ୍କୃଷ୍ଟ ଦ୍ୱିପାକ୍ଷିକ ସମ୍ପର୍କକୁ ଉତ୍ସାହିତ କରିଛି । ଆସନ୍ତା ବର୍ଷ ଭାରତ ଏବଂ ମଧ୍ୟ ଏସୀୟ ଦେଶଗୁଡ଼ିକ ସେମାନଙ୍କର କୂଟନୈତିକ ସମ୍ପର୍କ ଗଠନର ୩୦ ତମ ବାର୍ଷିକୀ ପାଳନ କରିବେ ।
HS
(Release ID: 1783610)
Visitor Counter : 245
Read this release in:
Gujarati
,
English
,
Urdu
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Tamil
,
Telugu
,
Kannada
,
Malayalam