ପ୍ରତିରକ୍ଷା ମନ୍ତ୍ରଣାଳୟ
azadi ka amrit mahotsav

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ‘ସ୍ୱର୍ଣ୍ଣିମ ବିଜୟ ଦିବସ’ ଅବସରରେ ୧୯୭୧ ଯୁଦ୍ଧରେ ସଶସ୍ତ୍ର ବାହିନୀର ଅଦମ୍ୟ ସାହସ ଏବଂ ବଳିଦାନକୁ ସ୍ମୃତିଚାରଣ କଲେ


ଶ୍ରୀ ରାଜନାଥ ସିଂ ୧୯୭୧ ବର୍ଷର ଯୁଦ୍ଧକୁ ଭାରତୀୟ ସାମରିକ ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି କହିଥିଲେ

ପୋଷ୍ଟ କରାଯିବା ଦିନାଙ୍କ: 16 DEC 2021 10:04AM by PIB Bhubaneswar

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ୧୬ ଡିସେମ୍ବର ୨୦୨୧କୁ ସ୍ୱର୍ଣ୍ଣିମ ବିଜୟ ଦିବସଅବସରରେ ଦେଶ ସହିତ ୧୯୭୧ ଯୁଦ୍ଧରେ ସଶସ୍ତ୍ରବାହିନୀର ସାହସ, ବୀରତ୍ୱ ଏବଂ ବଳିଦାନକୁ ରାଷ୍ଟ୍ର ସହିତ ସ୍ମରଣ କଲେ । ତାଙ୍କର ଅନ୍ୟ ଟୁଇଟ୍ ବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ୧୯୭୧ ଯୁଦ୍ଧକୁ ଭାରତର ସାମରିକ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି କହିଛନ୍ତି ।

ଶ୍ରୀ ରାଜନାଥ ସିଂ ୧୯୭୧ ମସିହା ଯୁଦ୍ଧର କିଛି ପୁରୁଣା ତଥା ମହତ୍ତ୍ୱପୂର୍ଣ୍ଣ ଫଟୋଗୁଡ଼ିକୁ ମଧ୍ୟ ବାଣ୍ଟିଥିଲେ  ଯେଉଁଥିରେ ସମର୍ପଣ ସମୟରେ ପ୍ରସ୍ତୁତ ହୋଇଥିବା ଦସ୍ତାବିଜ୍‌ର ଚିତ୍ର ମଧ୍ୟ ସାମିଲ ରହିଛି ।


୧୯୭୧ ଯୁଦ୍ଧରେ ଭାରତ ବିଜୟର ୫୦ ବର୍ଷ ପୂରଣ ହେବା ଉପଲକ୍ଷେ ସ୍ୱର୍ଣ୍ଣିମ ବିଜୟ ବର୍ଷ ପାଳନ କରାଯାଉଛି । ଏହାର ଉଦ୍ଦେଶ୍ୟ ସେହି ଯୁଦ୍ଧରେ ସାମିଲ ହୋଇଥିବା ଶକ୍ତିଶାଳୀ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ପ୍ରକଟ କରିବା ବ୍ୟତୀତ, ସାମାନ୍ୟ ଭାବେ ସାଧାରଣ ଲୋକ ଏବଂ ବିଶେଷ ଭାବେ ସଶସ୍ତ୍ରବାହିନୀ ମଧ୍ୟରେ ସାମଞ୍ଜସ୍ୟ, ଜାତୀୟତାବାଦ ଏବଂ ଗୌରବର ବାର୍ତ୍ତା ପ୍ରସାର କରିବା ।

 

NS/MT


(ରିଲିଜ ଆଡି: 1782484) ପରିଦର୍ଶକ କାଉଣ୍ଟର : 214
ଏହି ରିଲିଜ ପଢନ୍ତୁ : Tamil , Malayalam , English , Urdu , हिन्दी , Bengali , Telugu