ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ପାଇଁ ଭାରତ ଏବଂ ଭିଏତନାମ ମଧ୍ୟରେ ବୁଝାମଣା


ଉଭୟ ଦେଶ ପାଇଁ ପାରସ୍ପରିକ ସହଯୋଗରେ ଆଗକୁ ବଢିବାର ଅନେକ ସୁଯୋଗ ରହିଛି : ଶ୍ରୀ ଅନୁରାଗ ଠାକୁର

Posted On: 16 DEC 2021 1:42PM by PIB Bhubaneshwar

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଆଜି ଡିଜିଟାଲ୍ ମିଡିଆ କ୍ଷେତ୍ରରେ ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ଭିଏତନାମ ସରକାରଙ୍କ ସୂଚନା ଏବଂ ଯୋଗାଯୋଗ ମନ୍ତ୍ରୀ ଶ୍ରୀ ନୁଏନ ମନ୍ ହଙ୍ଗଙ୍କ ସହ ଏକ ବୁଝାମଣା ପତ୍ର (ଲେଟର ଅଫ ଇଣ୍ଟେଣ୍ଟ(ଏଲ୍ଓଆଇ)) ରେ ସ୍ୱାକ୍ଷର କରିଛନ୍ତି

ଡିଜିଟାଲ୍ ମିଡିଆ ଏବଂ ସୋସିଆଲ୍ ନେଟୱାର୍କ କ୍ଷେତ୍ରରେ ନୀତି  ନିୟାମକ ପ୍ରତିଷ୍ଠା ଏବଂ ଦୁଇ ଦେଶର ଗଣ ଯୋଗାଯୋଗ କ୍ଷେତ୍ରର ପେଶାଦାର ଅଧିକାରୀଙ୍କ ପାଇଁ ଦକ୍ଷତା ବିକାଶ  ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିବା ତଥା ସୂଚନା ଏବଂ ଅଭିଜ୍ଞତା ଆଦାନ ପ୍ରଦାନ କରିବାରେ  ଏହି ବୁଝାମଣା ସହାୟକ ହେବ  

ଭାରତ ଏବଂ ଭିଏତନାମ ମଧ୍ୟରେ ଥିବା ସମ୍ପର୍କର ଉଷ୍ମତା ଶ୍ରୀ ଠାକୁରଙ୍କ ବାସଭବନରେ ଦୁଇ ମାନ୍ୟବର ମନ୍ତ୍ରୀଙ୍କ ମଧ୍ୟରେ ଆନ୍ତରିକ ଆଲୋଚନା ସମୟରେ ପ୍ରତିଫଳିତ ହୋଇଥିଲା ଏହି ଅବସରରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଭିଏତନାମ ମଧ୍ୟରେ ଗଭୀର ସମ୍ପର୍କକୁ ଅଧିକ ସୁଦୃଢ଼ କରାଯାଇଛି ଏବଂ ନିକଟରେ ଭାରତର ମାନ୍ୟବର ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀ ଭିଏତନାମ ଗସ୍ତରେ ଯାଇଛନ୍ତି ଆଜିର ଏହି ବୈଠକରେ ନୂତନ ଜ୍ଞାନକୌଶଳ ଏବଂ ଆହ୍ୱାନ, ଯେପରିକି ଇନଫୋଡେମିକ୍, ଯାହା ସମସ୍ତ ଦେଶ କୋଭିଡ-୧୯ ମହାମାରୀ ସମୟରେ ମୁକାବିଲା କରୁଛନ୍ତି ସେ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ନୂଆ ଢାଞ୍ଚା ଦେବ ଶ୍ରୀ ଠାକୁର ତାଙ୍କର ଭିଏତନାମ ପ୍ରତିପକ୍ଷଙ୍କୁ ଫେବୃଅରୀ ୨୦୨୧ ପରଠାରୁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଡିଜିଟାଲ ମିଡିଆ ଏଥିକ୍ସ କୋଡ୍ବିଷୟରେ ସୂଚନା ଦେଇଛନ୍ତି

ଶ୍ରୀ ହଙ୍ଗ ଶ୍ରୀ ଠାକୁରଙ୍କୁ ଭିଏତନାମ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ସଫଳତାର କାହାଣୀ ପ୍ରସାର କରିବା ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁଇ ରାଷ୍ଟ୍ରର ସାମାଜିକ-ଅର୍ଥନୈତିକ ବିକାଶ ବିଷୟରେ ସୂଚନା ପାଇବାକୁ ଉଭୟ ଦେଶର ସାମ୍ବାଦିକଙ୍କୁ ସକ୍ଷମ କରିବା ବିଷୟରେ ଆଲୋଚନା କରିଥିଲେ

ଏହି ବୈଠକରେ ପ୍ରସାର ଭାରତୀ ସିଇଓ ଶ୍ରୀ ଶଶି ଶେଖର ଭେମ୍ପତି; ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଶ୍ରୀ ଜୟଦୀପ ଭଟନାଗର, ସୂଚନା ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟଙ୍କ ସମେତ ଭାରତ ଏବଂ ଭିଏତନାମର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

ଚଳିତ ବର୍ଷ ଭାରତ ଏବଂ ଭିଏତନାମ ମଧ୍ୟରେ ପାଞ୍ଚବର୍ଷରବିସ୍ତୃତ ରଣନୀତିକ ଭାଗିଦାରୀସମାପ୍ତ ହୋଇଛି ଏବଂ ୨୦୨୨ ବର୍ଷ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ପଚାଶ ବର୍ଷ ପୂରଣ ହେବ

**********

HS


(Release ID: 1782257) Visitor Counter : 262