ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କେନ୍ଦ୍ର ଦ୍ବାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆ ଯାଇଥିବା ଅକ୍ସିଜେନ ଯୋଗାଣ ଉପକରଣକୁ ଚାଲୁ କରିବା, ସ୍ଥାପନା ଏବଂ କାର୍ଯ୍ୟକାରୀ ସ୍ଥିତିର ସୀମକ୍ଷା


ମେଡିକାଲ୍ ଅକ୍ସିଜେନ୍ ଆବଶ୍ୟକ ସାର୍ବଜନିକ ସ୍ବାସ୍ଥ୍ୟ ଉପଯୋଗୀ ସାମଗ୍ରୀ ଅଟେ, ସଙ୍କଟପୂର୍ଣ୍ଣ ସ୍ଥିତିରେ ଏହାର ବିନା ବାଧାରେ ଯୋଗାଣ ଗୁରୁତ୍ବପୂର୍ଣ୍ଣ

ସୁନିଶ୍ଚିତ କରାଯିବ ଯେ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗାଣ, ସ୍ଥାପନ ଏବଂ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ଉପକରଣ /ପ୍ରଣାଳୀ ମଧ୍ୟରେ କୌଣସି ସମସ୍ୟା ରହିବ ନାହିଁ

ସମସ୍ତ ଅକ୍ସିଜେନ ଉପକରଣର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମକ୍ ଡ୍ରିଲର ଆୟୋଜନ କରିବେ

Posted On: 15 DEC 2021 3:57PM by PIB Bhubaneshwar

ମେଡିକାଲ୍ ଅକ୍ସିଜେନ୍ ଏକ ଆବଶ୍ୟକ ସାର୍ବଜନିକ ସ୍ବାସ୍ଥ୍ୟ ସାମଗ୍ରୀ ଅଟେ ଏବଂ ଏହା ଜରୁରୀକାଳୀନ ପରିସ୍ତିତିରେ ପର୍ଯ୍ୟାପ୍ତ ମାତ୍ରାରେ ବିନା ବାଧାରେ ଯୋଗାଣ ଗୁରୁତ୍ବପୂର୍ଣ୍ଣ ଅଟେ। ଏହାକୁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଉଲ୍ଲେଖ କରିଛନ୍ତି। ସେ ଆଜି ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସହିତ ବୈଠକକୁ ସମ୍ବୋଧିତ କରିବା ଅବସରରେ ମେଡିକାଲ୍ ଅକ୍ସିଜେନ୍ ଉପକରଣ ଏବଂ ବ୍ୟବସ୍ଥା (ପିଏଏସ୍ ପ୍ଲାଣ୍ଟସ, ଏଲଏମଓ ପ୍ଲାଣ୍ଟସ, ଅକ୍ସିଜେନ୍ କନ୍‌ସନଟ୍ରେଟର୍ସ, ମେଡିକାଲ୍ ଗ୍ୟାସ ପାଇପଲାଇନ୍ ସିଷ୍ଟମ) ସମ୍ବନ୍ଧରେ ସ୍ଥିତି ଏବଂ ତାହାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସୂଚୀତ କରାଯାଇଛି ଯେ କେନ୍ଦ୍ର ସରକାର ପିଏସଏ ପ୍ଲାଣ୍ଟ, ଅକ୍ସିଜେନ କନସନଟ୍ରେଟର୍ସ, ଭେଣ୍ଟିଲେଟର, ଅକ୍ସିଜେନ୍ ସିଲିଣ୍ଡର, ତରଳ ଚିକିତ୍ସା ଅକ୍ସିଜେନ୍ (ଏଲଏମଓ) ପ୍ଲାଣ୍ଟ ଏବଂ ମେଡିକାଲ୍ ଗ୍ୟାସ ପାଇପଲାଇନ୍ ସିଷ୍ଟମ (ଏମଜିପିଏସ୍) ପାଇଁ ଉପକରଣର ଉପଲବ୍ଧତା, ବୈଷୟିକି ଏବଂ ଆର୍ଥିକ ସହାୟତା ମାଧ୍ୟମରେ ତାଙ୍କର ସହାୟତା କରିଛନ୍ତି। ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଛି ଯେ ସେ ନିୟମିତ ଏହି ସ୍ଥିତିର ସମୀକ୍ଷା ଏବଂ ଅନୁଧ୍ୟାନ କରିବେ ଯଦ୍ବାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ଜିଲ୍ଲାକୁ ଆବଣ୍ଟିତ ଏବଂ ସ୍ବାସ୍ଥ୍ୟ ସୁବିଧାରେ ସ୍ଥାପିତ ଉପକରଣ ଓ ପ୍ରଣାଳୀ ମଧ୍ୟରେ ଯେପରି କୌଣସି ବ୍ୟବଧାନ ରହିବ ନାହିଁ। ଉପକରଣ ଓ ପ୍ଲାଣ୍ଟକୁ ସ୍ବୀକୃତ ଏବଂ ଆବଣ୍ଟିତ କରାଯାଇଛି। ଅନେକ ରାଜ୍ୟରେ ଏହାକୁ ଜିଲ୍ଲା ସ୍ବାସ୍ଥ୍ୟ ସୁବିଧାରେ ପଠା ଯାଇ ନାହିଁ ଏବଂ ଯେତେବେଳେ ଆବଣ୍ଟିତ କରାଗଲା ସେଥିମଧ୍ୟରୁ କେତେକ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ପାରି ନାହିଁ। ରାଜ୍ୟର ନୋଡାଲ୍ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ବିଦ୍ୟୁତ ସମ୍ବନ୍ଧିତ ଏବଂ ସାଇଟ୍ ସମ୍ବନ୍ଧିତ ବିଷୟର ସମାଧାନ ପାଇଁ ରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ (ଡିଆରଡିଓ), ଏଚଏଲଏଲ ଇନ୍‌ଫ୍ରା ଟେକ୍‌ ସର୍ଭିସେସ୍ ଲିମିଟେଡ୍‌ (ଏଚଆଇଟିଇଏସ୍) ଏବଂ ସେଣ୍ଟ୍ରାଲ୍ ମେଡିକାଲ୍ ସର୍ଭିସେସ୍ ସୋସାଇଟି (ସିଏମଏସଏସ୍‌) ଇତ୍ୟାଦି ସହିତ ସମନ୍ବୟକୁ ଦକ୍ଷ କରି ତାହାକୁ ପ୍ରଦାନ କରାଯାଇଥିବା ସମ୍ପୂର୍ଣ୍ଣ ଚିକିତ୍ସା ଅକ୍ସିଜେନ ଯୋଗାଣର ମୂଳ ଢାଞ୍ଚାକୁ ତ୍ବରିତ ସଞ୍ଚାଳନ ସୁନିଶ୍ଚିତ କରାଯିବା ଆବଶ୍ୟକ।

ଏପର୍ଯ୍ୟନ୍ତ ଦେଶର ବିଭିନ୍ନ ଉତ୍ସରୁ ସମୁଦାୟ 3783 ଏମଟି (ମେଟ୍ରିକ୍ ଟନ୍) ଅକ୍ସିଜେନ୍ କ୍ଷମତା ସହିତ 3236 ପିଏସଏ ପ୍ଲାଣ୍ଟ ସ୍ଥାପିତ କରାଯାଇଛି। ଏହା ବ୍ୟତୀତ ରାଜ୍ୟଗୁଡ଼ିକୁ ପିଏମ୍ କେୟାର (1 ଲକ୍ଷ) ଓ ଇସିଆରପି 2 (14000) ଅନୁସାରେ 114000 ଅକ୍ସିଜେନ କନସନ୍‌ଟ୍ରେଟର ଦିଆ ଯାଉଛି।

ରାଜ୍ୟଗୁଡ଼ିକୁ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ 1374 ହସ୍‌ପିଟାଲରେ 958 ଏଲଏମଓ ଷ୍ଟୋରେଜ୍ ଟ୍ୟାଙ୍କ ଏବଂ ମେଡିକାଲ୍ ଗ୍ୟାସ ପାଇପଲାଇନ୍ ସିଷ୍ଟମ ସ୍ଥାପିତ କରିବା ପାଇଁ ତାହାକୁ ଇସିଆରପି 2 ଫଣ୍ଡ ମଞ୍ଜୁର କରାଯାଇଛି। ରାଜ୍ୟକୁ ଏହି ଅବସରର ଉପଯୋଗ ଘରୋଇ ଅକ୍ସିଜେନ୍ ଉତ୍ପାଦନ କ୍ଷମତା ବଢ଼ଇବା ଏବଂ ସରକାରୀ ହସପିଟାଲରେ ଚିକିତ୍ସା ଗ୍ୟାସ ପାଇପଲାଇନକୁ ଶୀଘ୍ର ପୁରଣ କରିବା , ସ୍ଥାପିତ କରିବା ଏବଂ ଚାଲୁ କରିବାକୁ ସୁନିଶ୍ଚିତ କରିବାର ପରାମର୍ଶ ଦିଆଯାଇଛି।

ରାଜ୍ୟକୁ ଦୃଢ଼ତାର ସହିତ କୁହାଯାଇଛି ଯେ ସେମାନେ ସମସ୍ତ ସ୍ଥାପିତ ଓ ଚାଲୁ ପିଏସଏ ପ୍ଲାଣ୍ଟର ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ କରି ତାହାକୁ ପ୍ରସ୍ତୁତ ରଖିବେ ଯଦ୍ବାରା ଏହା ସୁନିଶ୍ଚିତ କରାଯାଇପାରିବ ଯେ ତାହା ସମ୍ପୂର୍ଣ୍ଣ ଭାବରେ ଚାଲୁ ସ୍ଥିତିରେ ରହିଛି, ଯଦ୍ବାରା ଆବଶ୍ୟକ ମାତ୍ରା, ଚାପ ଓ ଶୁଦ୍ଧତା ସହିତ ଅକ୍ସିଜେନ ଆବଶ୍ୟକ କରୁଥିବା ରୋଗୀମାନଙ୍କ ବେଡ୍ ନିକଟରେ ପହଞ୍ଚି ପାରିବ। ଏହି ଅଭ୍ୟାସକୁ ଡିସେମ୍ବର 2021 ଶେଷ ସୁଦ୍ଧା ସମାପ୍ତ କରାଯିବ। ଏହି କାର୍ଯ୍ୟର ରିପୋର୍ଟ, ଉପକରଣର କାର୍ଯ୍ୟକାରୀ ସ୍ଥିତିକୁ ଲାଇଭ୍ ଟ୍ରାକିଂ ଏବଂ ଅନୁଧ୍ୟାନ ପାଇଁ ନାମିତ ପୋର୍ଟାଲ ମାଧ୍ୟମରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯିବ। ରାଜ୍ୟକୁ ଏହା ମଧ୍ୟ ଅନୁରୋଧ କରାଯାଇଛି ଯେ ବକେୟା ଅକ୍ସିଜେନ୍ ଅଡିଟ୍ ରିପୋର୍ଟକୁ ସମ୍ପୂର୍ଣ୍ଣ କରିବେ ଏବଂ ଏହାକୁ ଡିସେମ୍ବର 2021 ଶେଷ ସୁଦ୍ଧା ପ୍ରଯୁଜ୍ୟ ପୋର୍ଟାଲରେ ଜମା କରିବେ।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପିଏସଏ ପ୍ଲାଣ୍ଟ  ଏବଂ ଅନ୍ୟ ଚିକିତ୍ସା ଅକ୍ସିଜେନ ସମ୍ବନ୍ଧିତ ମୂଳ ଢାଞ୍ଚାର ସଞ୍ଚାଳନ ଏବଂ ରକ୍ଷଣାବେକ୍ଷଣ ପାଇଁ ଟେକନିସିଆନ୍ ଏବଂ ଡାକ୍ତରଙ୍କ କ୍ଷମତା ବଢ଼ାଇବା ସହିତ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରୁଛି। ଯେଉଁ ରାଜ୍ୟ ଗୁଡ଼ିକ ଏ ପର୍ଯ୍ୟନ୍ତ ନିର୍ଦ୍ଧାରିତ ପ୍ରଶିକ୍ଷଣ କାର୍ଯ୍ରକ୍ରମକୁ ସମ୍ପୂର୍ଣ୍ଣ କରି ନାହାନ୍ତି ସେମାନଙ୍କୁ ଜିଲ୍ଲା କୌଶଳ ବିକାଶ ପରିଷଦଙ୍କ ସହିତ ସମନ୍ବୟ ସ୍ଥାପନ କରି ଦ୍ରୁତ ଗତିରେ ଡିସେମ୍ବର ଶେଷ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରାଯାଇଛି।

ସମୀକ୍ଷା ବୈଠକରେ ଡା. ମନୋହର ଅଗନାନୀ, ଏଏସ୍ (ଏଚଏଫଡବ୍ଲୁ), ପ୍ରମୁଖ ସଚିବ (ସ୍ବାସ୍ଥ୍ୟ), ମିଶନ ନିର୍ଦ୍ଦେଶକ (ଏନଏଚଏମ୍) ଏବଂ ସମସ୍ତ ରାଜ୍ୟର ରାଜ୍ୟ ତଦାରଖ ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। ଏଥିରେ କୋଇଲା, ବିଦ୍ୟୁତ, ରେଳ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ରହିଥିଲେ।

 

BS



(Release ID: 1782000) Visitor Counter : 146