ଯୋଗାଯୋଗ ମନ୍ତ୍ରଣାଳୟ

ସାମ୍ପାନ ପ୍ରକଳ୍ପ ମାଧ୍ୟମରେ ୧ଲକ୍ଷରୁ ଅଧିକ ଲୋକ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପେନ୍‌ସନ୍ ପାଉଛନ୍ତି


ଏପର୍ଯ୍ୟନ୍ତ ୯,୬୩୦ ଅଭିଯୋଗ ସିଷ୍ଟମ ମାଧ୍ୟମରେ ସମାଧାନ ହୋଇଛି

SAMPANN (SAMPANN)ପେନ୍‌ସନ୍ ମାମଲା ଗୁଡିକର ଶୀଘ୍ର ସମାଧାନ, ଉନ୍ନତ ରିଜୋଲ୍ୟୁସନ/ଅଡିଟ୍ ଏବଂ ଆକାଉଣ୍ଟିଂରେ ଦୂରସଞ୍ଚାର ବିଭାଗକୁ ସାହାଯ୍ୟ କରୁଛି

Posted On: 09 DEC 2021 1:11PM by PIB Bhubaneshwar

ଏକଲକ୍ଷରୁ ଅଧିକ ପେନ୍‌ସନ୍ ଭୋଗୀ ବର୍ତ୍ତମାନ ସମଗ୍ର ଭାରତରେ ଯୋଗାଯୋଗ ଆକାଉଣ୍ଟସ୍ / କଣ୍ଟ୍ରୋଲର ଅଫ୍ କମ୍ୟୁନିକେସନ/ ଆକାଉଣ୍ଟସ୍ ପ୍ରିନ୍ସିପାଲ କଣ୍ଟ୍ରୋଲର ଦ୍ୱାରା ସମ୍ପନ୍ନ  ପ୍ରକଳ୍ପ SAMPANN(SAMPANN) ମାଧ୍ୟମରେ ସେବା ପ୍ରଦାନ କରାଯାଉଛି । ନିମ୍ନଲିଖିତ ସୁବିଧାଗୁଡିକୁ ନିଶ୍ଚିତ କରି ଏକକ ୱିଣ୍ଡୋ ବ୍ୟବସ୍ଥା ପ୍ରଦାନ କରି ପେନ୍‌ସନ୍ ଭୋଗୀ ମାନଙ୍କୁ ସେବା ପ୍ରଦାନ କରିବାରେ ସୁଧାର ଆଣିଛନ୍ତି ।

  • ପେନ୍‌ସନ୍ ମାମଲାଗୁଡିକର ଠିକ୍ ସମୟରେ ସମାଧାନ
  • ଇ-ପେନ୍‌ସନ୍ ପେମେଣ୍ଟ ଅର୍ଡର ପ୍ରଦାନ
  • ପ୍ରତ୍ୟେକ ପେନ୍‌ସନ୍ ଭୋଗୀଙ୍କ ପାଇଁ ଲଗ୍‌ଇନ୍ ଦେୟର ଇତିହାସ ପରି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପ୍ରବେଶ କରିବାକୁ ସକ୍ଷମ କରିଥାଏ ।
  • ଅଭିଯୋଗର ଅନଲାଇନ ପ୍ରସ୍ତୁତିକରଣ ଏବଂ ସମୟାନୁସାରେ ଏସଏମ୍‌ଏସ୍ ଆଲର୍ଟ ଦେବା ।

            ଏହି ପେନ୍‌ସନ୍ ଦେୟ ପାଇଁ ବ୍ୟାଙ୍କ/ଡାକଘରକୁ କମିଶନ ଦେୟ କାରଣରୁ ଭାରତ ସରକାରଙ୍କୁ ଚକ୍ରାକାର ମାସିକ ସଂଚୟ ହେବା ସୁନିଶ୍ଚିତ କରିଛି ଏବଂ ଯାହା ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରାୟତଃ ୧୧.୫କୋଟି ଟଙ୍କା ଅଛି ।

ଆରମ୍ଭ ହେବା ପରେ SAMPANN ସହିତ ଜଡିତ ପ୍ରମୁଖ ତଥ୍ୟର ସାରାଂଶ ନିମ୍ନରେ ଦିଆଯାଇଛି:-

 

 

 

 

ବର୍ଷ

ବୋର୍ଡରେ ଥିବା ପେନ୍‌ସନ୍‌ଭୋଗୀଙ୍କ ସଂଖ୍ୟା

ସମୁଦାୟ ଅଭିଯୋଗର

ସମାଧାନ

ବିତରଣ ରାଶି (କୋଟି ଟଙ୍କାରେ

 

୨୦୧୯

୧୨,୦୦୧

୫୨୪

୨୧୦୯.୬୭/-

 

୨୦୨୦

୮୭,୯୫୮

,୮୩୯

୮୪୭୭.୩୦/-

୨୦୨୧

(ଜୁନ ମାସ ପର୍ଯ୍ୟନ୍ତ

,୩୮୨

,୨୬୭

୫୨୩୮.୪୭/-

 

ସର୍ବମୋଟ

,୦୧,୩୪୧

,୬୩୦

୧୫,୮୨୫, ୪୪କୋଟି ଟଙ୍କା

SAMPANN (ପେନ୍‌ସନ୍ ଅଫ ଆକାଉଣ୍ଟିଂ ଏବଂ ମ୍ୟାନେଜମେଣ୍ଟଅଫ-ପେନ୍‌ସନ୍ SAMPANN)

ହେଉଛି ଭାରତ ସରକାରଙ୍କ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ଯାହାକୁ ଯୋଗାଯୋଗ ଆକାଉଣ୍ଟସ୍ କଣ୍ଟ୍ରୋଲର ଜେନେରାଲ, ଟେଲିଯୋଗାଯୋଗ ବିଭାଗ, ଯୋଗାଯୋଗ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଡିସେମ୍ବର ୨୯, ୨୦୧୮ରେ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା । ଏହା ଦୂରସଞ୍ଚାର  ବିଭାଗର ପେନ୍‌ସନ୍‌ଭୋଗୀମାନଙ୍କ ପାଇଁ ଏକ ସହଜ ଅନଲାଇନ୍ ପେନ୍‌ଓନ୍ ସଂସ୍କରଣ ଏବଂ ଦେୟ ବ୍ୟବସ୍ଥା ଅଟେ । ଏହା ଦ୍ୱାରା ସିଧାସଳଖ ପେନସନ୍ ଭୋଗୀଙ୍କ ବ୍ୟାଙ୍କ  ଆକାଉଣ୍ଟରେ ପେନ୍‌ସନ୍ ସୁଧ ରାଶି ଜମା ହୋଇଥାଏ ।

ଏହା ପ୍ରଣାଳୀ ଦ୍ୱାରା ବିଭାଗ ଗୁଡିକର ପେନ୍‌ସନ୍ ମାମଲାଗୁଡିକର ଶୀଘ୍ର ଏବଂ ଉନ୍ନତ ସମାଧାନ/ ଅଡିଟ୍ ଏବଂ ଆକାଉଣ୍ଟିଂ ବ୍ୟବସ୍ଥାକୁ ‌ସହଜ କରିବାରେ ସାହାଯ୍ୟ କରିଛି ।

ସାମ୍ପାନ (ସିଷ୍ଟମ ପାଇଁ ଆକାଉଣ୍ଟିଂ ଏବଂ ମ୍ୟାନେଜମେଣ୍ଟ-ଅଫ ପେନ୍‌ସନ୍  SAMPANN) ପେନ୍‌ସନ୍ ୬ମାସ ମଧ୍ୟରେ ଭାରତସଞ୍ଚାର ନିଗମ ଲିମିଟେଡ (ବିଏସଏନଏଲ) ସ୍ୱେଚ୍ଛାସେବୀ ଅବସର ଯୋଜନା ୨୦୧୯ରେ ପ୍ରାୟ ୭୬, ୦୦୦ ମାମଲାକୁ ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

SAMPANN (SAMPANN) ହେଉଛି ଏକ ନମନୀୟ ଡିଜାଇନ୍ ପ୍ରଣାଳୀ ଯାହା କ୍ରମାଗତଭାବେ ବଢୁଥିବା ଆବଶ୍ୟକତାକୁ ସମାଧାନ କରିବାରେ ସକ୍ଷମ କରିଥାଏ ।

*****

NS / SLP

 



(Release ID: 1779930) Visitor Counter : 192