ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ସମ୍ବିଧାନ ସଭାର ଐତିହାସିକ ପ୍ରଥମ ବୈଠକର ୭୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ସଭାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 09 DEC 2021 12:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନଦ୍ର ମୋଦୀ ସମ୍ବିଧାନ ସଭାର ଐତିହାସିକ ପ୍ରଥମ ବୈଠକର ୭୫ ବର୍ଷ ପୂର୍ତ୍ତି ଅବସରରେ ସମ୍ବିଧାନ ସଭାର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆଜି, ୭୫ ବର୍ଷ ପୂର୍ବେ ଆମର ସମ୍ବିଧାନ ସଭାର ପ୍ରଥମ ଥର ପାଇଁ ବୈଠକ ବସିଥିଲା । ଭାରତର ବିଭିନ୍ନ ପ୍ରାନ୍ତରୁ ଭିନ୍ନ ଭିନ୍ନ ପୃଷ୍ଠଭୂମି, ଭିନ୍ନ ଭିନ୍ନ ମତ ଏବଂ ଭିନ୍ନ ଭିନ୍ନ ମତବାଦୀମାନେ ଭାରତର ଲୋକଙ୍କୁ ଏକ ସମ୍ବିଧାନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଗୋଟିଏ ଉଦ୍ଦେଶ୍ୟରେ ଏକାଠି ହୋଇଥିଲେ । ଏହି ମହାନ ବ୍ୟକ୍ତି ମାନଙ୍କୁ ଶ୍ରଦ୍ଧାଞ୍ଜଳି ।

ସମ୍ବିଧାନ ସଭାର ପ୍ରଥମ ବୈଠକକୁ ସଭାର ସବୁଠାରୁ ବୟୋଜେଷ୍ଠ ବ୍ୟକ୍ତି ଥିବା ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ପରିଚାଳନା କରିଥିଲେ ।

ଆଚାର୍ଯ୍ୟ କୃପାଳିନୀ ତାଙ୍କ ନାମକୁ ପ୍ରସ୍ତାବିତ କରିବା ସହିତ ତାଙ୍କୁ ଅଧ୍ୟକ୍ଷ ଆସନରେ ବସାଇଥିଲେ ।

ଆଜି, ଯେତେବେଳେ ଆମେ ଆମର ସମ୍ବିଧାନ ସଭାର ଐତିହାସିକ ବୈଠକର ୭୫ ବର୍ଷ ପୂରଣ କରୁଛୁ, ମୁଁ ମୋର ଯୁବ ବନ୍ଧୁମାନଙ୍କୁ ଅନୁରୋଧ କରିବି ଯେ ଏହି ଗୌରବମୟ ସମାବେଶର ପ୍ରକ୍ରିୟା ଏବଂ ଏହାର ଏକ ଅଂଶ ଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ବିଷୟରେ ଅଧିକରୁ ଅଧିକ ଜାଣନ୍ତୁ । ଏହା କରିବା ଏକ ବୈଦ୍ଧିକ ସମୃଦ୍ଧ ଅନୁଭୂତି ହେବ ।”

HS


(ରିଲିଜ ଆଡି: 1779732) ପରିଦର୍ଶକ କାଉଣ୍ଟର : 190