ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

9600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଦେଶକୁ ସମର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ 7 ଡିସେମ୍ବର ରେ ଗୋରଖପୁର ପରିଦର୍ଶନ କରିବେ


30 ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ଗୋରଖପୁର ଫର୍ଟିଲାଇଜର ପ୍ଲାଣ୍ଟକୁ ପୁନରୁଦ୍ଧାର କରାଯିବ

ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି

ଏହି ପ୍ରକଳ୍ପ ମାଧ୍ୟମରେ ପୁର୍ବାଞ୍ଚଳ ତଥା ଆଖପାଖ ଅଞ୍ଚଳର ଚାଷୀମାନେ ବିଶେଷ ଭାବରେ ଲାଭବାନ୍ ହୋଇପାରିବେ

ଆଞ୍ଚଳିକ ଅସନ୍ତୁଳନତାକୁ ଦୂର କରିବାରେ ଏମ୍‌ସ, ଗୋରଖପୁର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିପାରିଛି

ଉଭୟ ପ୍ରକଳ୍ପର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 2016 ରେ କରାଯାଇଥିଲା

Posted On: 03 DEC 2021 7:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ 7 ଡିସେମ୍ବର, ଅପରାହ୍ନ 1 ଘ. ରେ ଗୋରଖପୁର ପରିଦର୍ଶନ କରିବେ। ଏହି ଅବସରରେ ସେ ଦେଶର ବିକାଶ ପାଇଁ 9600 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଦେଶକୁ ସମର୍ପଣ କରିବେ।

ପ୍ରଧାନମନ୍ତ୍ରୀ ଗୋରଖପୁର ସାର ପ୍ଲାଣ୍ଟ କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ଯାହାର ଶିଳାନ୍ୟାସ 22 ଜୁଲାଇ 2016 ରେ କରାଯାଇଥିଲା। ଏହି ପ୍ଲାଣ୍ଟ  30 ବର୍ଷ ଧରି ବନ୍ଦ ରହିଥିଲା। ଏହି ପ୍ଲାଣ୍ଟକୁ 8600 କୋଟି ଟଙ୍କା ମୂଲ୍ୟରେ ପୁନରୁଦ୍ଧାର ଓ ନିର୍ମାଣ କରାଯାଉଛି। ଏହି ସାର ପ୍ଲାଣ୍ଟର ପୁନରୁଦ୍ଧାର କରିବା ଦ୍ବାରା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ଯାହା ପ୍ରଧାନମନ୍ତ୍ରୀଙ୍କର ସ୍ବପ୍ନ ରହିଛି। ଗୋରଖପୁର ପ୍ଲାଣ୍ଟ ପ୍ରତି ବର୍ଷ 12.7 ଏଲଏମଟି ଦେଶୀ ନିମ ଆବୃତ ୟୁରିଆ ଉତ୍ପାଦନ କରିବ। ଏହା ୟୁରିଆ ସାରର ଚାହିଦା ପୂରଣ କରିବା ସହିତ  ପୂର୍ବାଞ୍ଚଳର ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ। ଏହା ମଧ୍ୟ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ କରିବ।

ଏହି ପ୍ରକଳ୍ପକୁ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍‌ (ଏଚୟୁଆରଏଲ୍‌) ର ପୃଷ୍ଠପୋଷକତାରେ ସ୍ଥାପିତ କରାଯାଇଛି ଏବଂ ଏହା ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ, କୋଲ୍ ଇଣ୍ଡିଆ ଲିମିଟେଡ୍‌, ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ ଲିମିଟେଡ୍‌, ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଓ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ୍‌ର ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ ଅଟେ। ଏହା ଗୋରଖପୁର, ସିନ୍ଦରି ଓ ବରଉନି ଫର୍ଟିଲାଇଜର ପ୍ଲାଣ୍ଟର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରୁଛି। ଗୋରଖପୁର ପ୍ଲାଣ୍ଟର କାର୍ଯ୍ୟକୁ ମେସର୍ସ ଟୋୟୋ ଇଞ୍ଜିନିୟରିଂ କର୍ପୋରେସନ, ଜାପାନ୍ ଓ ଟୋୟୋ ଇଞ୍ଜିନିୟରିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କନସୋର୍ଟିୟମ ସହିତ ପ୍ରଯୁକ୍ତି /ଲାଇସେନ୍‌ସର କେବିଆର, ୟୁଏସଏ (ଆମୋନିଆ ପାଇଁ) ଓ ଟୋୟୋ, ଜାପାନ (ୟୁରିଆ ପାଇଁ) ସମ୍ପାଦନ କରିଛନ୍ତି। ଏହି ପ୍ରକଳ୍ପରେ ବିଶ୍ବର ସର୍ବୋଚ୍ଚ 149.2 ମିଟରର ପ୍ରିଲିଂ ଟାୱାରରହିଛି। ଏଥିରେ ମଧ୍ୟ ଅଧିକ ସୁରକ୍ଷା ପାଇଁ ଭାରତର ପ୍ରଥମ ଏୟାର ପରିଚାଳିତ ରବର ଡ୍ୟାମ ଓ ବ୍ଲାଷ୍ଟ ପ୍ରୁଫ୍ କଣ୍ଟ୍ରୋଲ୍ ରୁମ୍ ରହିଛି।  

ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍‌ସ, ଗୋରଖପୁରକୁ ଦେଶକୁ ସମର୍ପିତ କରିବେ ଯାହାକୁ 1000 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଛି। ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 22 ଜୁଲାଇ, 2016 ରେ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସ୍ଥାପିତ କରାଯାଇଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଅଣାଯାଇ ପାରିବ ଓ ଆଞ୍ଚଳିକ ଅସନ୍ତୁଳନତାକୁ ଦୂର କରାଯାଇପାରିବ। ଏମ୍‌ସ, ଗୋରଖପୁରରେ 750 ରେ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍, ମେଡିକାଲ୍ କଲେଜ୍, ନର୍ସିଂ କଲେଜ୍, ଆୟୁଷ ବିଲ୍‌ଡିଂ, ସମସ୍ତ କର୍ମଚାରୀ ପାଇଁ ରହଣି ବ୍ୟବସ୍ଥା ଏବଂ ୟୁଜି ଓ ପିଜି ଛାତ୍ରମାନଙ୍କ ପାଇଁ ମଧ୍ୟ ହଷ୍ଟେଲ୍ ସୁବିଧା ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇସିଏମଆର – ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଗୋରଖପୁର ର ନୂତନ ବିଲ୍‌ଡିଂର ଉଦ୍‌ଘାଟନ କରିବେ। ଜାପାନାଜ୍ ଏନସିଫାଲିଟିସ୍ / ଆକ୍ୟୁଟ ଏନସିଫାଲିଟିସ୍ ସିଣ୍ଡ୍ରମ ର ନିୟନ୍ତ୍ରଣ କ୍ଷେତ୍ରରେ ଏହି ସେଣ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ନୂତନ ବିଲ୍‌ଡିଂରେ ଅତ୍ୟାଧୁନିକ ସୁବିଧା ରହିଛି ଓ ଏହା ସଂକ୍ରାମକ ତଥା ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଗବେଷଣା ପାଇଁ ନୂତନ ଦ୍ବାରା ଉନ୍ମୁକ୍ତ କରିବ ଏବଂ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ। ଏହା ସହିତ ଏହି ଅଞ୍ଚଳର ଅନ୍ୟ ଔଷଧ ପ୍ରତିଷ୍ଠାନଗୁଡ଼ିକୁ ସହାୟତା ଯୋଗାଇବ।

BS



(Release ID: 1777881) Visitor Counter : 149