ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱଦେଶୀ ଭାବେ ପ୍ରସ୍ତୁତ ହୋଇଥିବା ଆଇଏନ୍ଏସ୍ ବିଶାଖାପାଟନମର କାର୍ଯ୍ୟକାରିତା ନେଇ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
21 NOV 2021 11:09PM by PIB Bhubaneswar
ଆଜି ସ୍ୱଦେଶୀ ଡିଜାଇନ୍ ହୋଇଥିବା ଆଇଏନ୍ଏସ ବିଶାଖାପାଟନମ୍ କାର୍ଯ୍ୟକ୍ଷମ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ଏକ ଗୌରବର ଦିନ ବୋଲି କହିଛନ୍ତି । ପ୍ରତିରକ୍ଷା କ୍ଷେତ୍ରର ଆଧୁନିକୀକରଣ ଦିଗରେ ପ୍ରୟାସ ସମ୍ପୂର୍ଣ୍ଣ ଜୋରଦାର ଭାବେ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ମଧ୍ୟ ଦୋହରାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:
“ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତର ଗବେଷଣା ପାଇଁ ଆଜି ଏକ ଗୌରବର ଦିନ । ଆଇଏନ୍ଏସ୍ ବିଶାଖାପାଟନମ୍ ଭାରତୀୟ ନୌସେନାରେ ସାମିଲ ହୋଇଛି! ଏହା ସ୍ୱଦେଶୀ ଭାବରେ ବିକଶିତ ହୋଇଛି ଏବଂ ଆମର ସୁରକ୍ଷା ଉପକରଣକୁ ଦୃଢ କରିବ । ପ୍ରତିରକ୍ଷା ଆଧୁନିକୀକରଣ ଦିଗରେ ଆମର ପ୍ରୟାସ ସମ୍ପୂର୍ଣ୍ଣ ଜୋରଦାର ଭାବେ ଜାରି ରହିଛି । ଆଧୁନିକୀକରଣ ପୂର୍ଣ୍ଣ ଶକ୍ତି ସହିତ ଜାରି ରହିବ ।”
HS
(ରିଲିଜ ଆଡି: 1773919)
ପରିଦର୍ଶକ କାଉଣ୍ଟର : 233
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam