ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ

କେନ୍ଦ୍ର ମନ୍ତ୍ରୀ ସ୍ମ୍ରିତି ଇରାନୀ ଶିଶୁ ଅଧିକାର ସମ୍ପର୍କିତ ଜାତୀୟ କର୍ମଶାଳର ଉଦ୍‌ଘାଟନ କରିଛନ୍ତି

ଏକ ଗଣତନ୍ତ୍ରର ନାଗରିକ ଭାବରେ ଆମେ ସମସ୍ତ ପିଲାଙ୍କୁ ନ୍ୟାୟ ପ୍ରଦାନ କରିବା ଆବଶ୍ୟକ : ସ୍ମ୍ରିତି ଇରାନୀ

Posted On: 21 NOV 2021 5:28PM by PIB Bhubaneshwar

ମହିଳା ଓ ଶିଶୁ ବିକାଶ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମ୍ରିତି ଜୁବିନ୍ ଇରାନୀ କହିଛନ୍ତି ଯେ ଯଦି ଆମେ ନାଗରିକ ଭାବରେ ଓ ଦେଶ ଭାବରେ ଆମର ସମସ୍ତ ପିଲାମାନଙ୍କୁ ନ୍ୟାୟ ପ୍ରଦାନ କରିବା ତେବେ ଏହା ଗଣତନ୍ତ୍ରର ସର୍ବୋତ୍ତମ ଉତ୍କର୍ଷତା ହେବ। ଶିଶୁ ଅଧିକାର ପ୍ରସଙ୍ଗରେ ସୁରକ୍ଷାତ୍ମକ ଦିଗ ଉପରେ ଗୁରୁତ୍ୱ ଦେଇ ଶିଶୁ ଅଧିକାର ଉପରେ ଏକ ଜାତୀୟ କର୍ମଶାଳାକୁ ସମ୍ବୋଧିତ କରି ଆଜି ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶିଶୁ ଅଧିକାର ସୁରକ୍ଷା ପାଇଁ ଜାତୀୟ କମିଶନ (ଏନସିପିସିଆର) ଦ୍ୱାରା ଆୟୋଜିତ ହୋଇଛି। ଇରାନୀ କହିଛନ୍ତି ଯେ ଗଣତନ୍ତ୍ରର ପ୍ରକୃତ ପରିଚୟ ହେଉଛି ଏହା କିପରି ନିଜ ପିଲାମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି।

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ଶିଶୁ ଅଧିକାର ପ୍ରତି ସମାଜର ସଚେତନା ବୃଦ୍ଧି କରିବା ଆବଶ୍ୟକ, ଯାହାଫଳରେ ସେମାନେ ଶିଶୁମାନଙ୍କର ସୁରକ୍ଷା ତଥା ଥଇଥାନ ପାଇଁ ଆଗକୁ ଆସିପାରିବେ। ସେ କହିଛନ୍ତି ଯେ ଶିଶୁ ଏବଂ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା, ପୋକସୋ ଆକ୍ଟ ଏବଂ ନାବାଳକ ନ୍ୟାୟ (ଶିଶୁମାନଙ୍କର ଯତ୍ନ ଏବଂ ସୁରକ୍ଷା) ଅଧିନିୟମରେ ସଂଶୋଧନ ସମେତ ଶିଶୁ ଅଧିକାରର ସୁରକ୍ଷା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି। ଅନ୍ୟପକ୍ଷରେ, ସମାଜ ସର୍ବଦା ପରିବର୍ତ୍ତନ ହେଉଛି, ତେଣୁ ଏଥିପାଇଁ ଆମେ ସମୟ ସହିତ ନିଜକୁ ଖାପ ଖୁଆଇ ଆହ୍ବାନଗୁଡ଼ିକର ସମାଧାନ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ।

ମନ୍ତ୍ରୀ ପୁନଶ୍ଚ କହିଛନ୍ତି ଯେ ଅନେକଙ୍କ ମଧ୍ୟରେ ଏପରି ଏକ ଧାରଣା ରହିଛି ଯେ ଆର୍ଥିକ ଭାବେ ଅନଗ୍ରସର ପରିବାରରେ କେବଳ ଉତ୍ପୀଡ଼ନଜନିତ ସମସ୍ୟା ଦେଖାଯାଏ କିନ୍ତୁ ବାସ୍ତବରେ ସମୃଦ୍ଧ ପରିବାରରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଛି। ସେ କର୍ମଶାଳାର ଅଂଶଗ୍ରହଣକାରୀମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନେ ଦାରିଦ୍ର୍ୟରୁ ଉତ୍ପନ୍ନ ଆହ୍ବାନକୁ ସମାଧାନ କରିବା ସହିତ, ସମୃଦ୍ଧ ପରିବାରରେ ଘଟୁଥିବା ଉତ୍ପୀଡ଼ନ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ, ଯାହା ବେଳେ ବେଳେ କ୍ଷମତାପ୍ରାପ୍ତ ସଂଗଠନ ତଥା ଶିଶୁ ଯତ୍ନ ଅନୁଷ୍ଠାନରେ ଦେଖାଯାଏ ଏବଂ ଆମେ ପ୍ରଶାସକ ଭାବରେ ନୁହେଁ ବରଂ ସାଧାରଣ ନାଗରିକ ଭାବରେ ଏହାର କିପରି ସମାଧାନ ପାଇପାରିବା ତାହା ଜାଣିବା ଆବଶ୍ୟକ। 

ସ୍ୱାଧୀନତାର 75 ବର୍ଷର ପାଳନ ଅବସରେ ଅନୁଷ୍ଠିତ କର୍ମଶାଳାରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଛନ୍ତି “ଆପଣଙ୍କର କାନ୍ଧରେ ଆମର ଭବିଷ୍ୟତ ପୀଢ଼ିର ସ୍ୱାଧୀନତା ନିର୍ଭର କରେ, ଯାହାଫଳରେ ସେମାନେ ବିନା ଭୟରେ ଆତ୍ମ ବିଶ୍ବାସର ସହିତ ବଢ଼ିପାରିବେ ଓ ନିଜର ଭବିଷ୍ୟତକୁ ସୁରକ୍ଷିତ କରିପାରିବେ।’’ ଉତ୍ପୀଡ଼ନ କଣ ଓ ଏହା ବିଷୟରେ କିପରି ସୂଚୀତ କରାଯିବ ସେ ବିଷୟରେ ପିଲାମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଗୁରୁତ୍ବ ପ୍ରଦାନ କରିଥିଲେ।

ସ୍ବାଧୀନ ଭାରତର 75 ବର୍ଷର ଉତ୍ସବ ପାଳନ ଅବସରରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯାହା ମନ୍ତ୍ରଣାଳୟର ବ୍ୟାପକ ଦୃଷ୍ଟିକୋଣ ସହିତ ଅର୍ଥାତ୍ 14 ନଭେମ୍ବରରୁ 21 ନଭେମ୍ବର 2021 ପର୍ଯ୍ୟନ୍ତ ମହିଳା ଏବଂ ଶିଶୁମାନଙ୍କର ସାମଗ୍ରିକ ବିକାଶ ପାଇଁ ଆୟୋଜନ କରାଯାଇଥିଲା। ଏଥିରେ ଶିଶୁ ଅଧିକାର ଏବଂ ପୋଷକ ବିଷୟବସ୍ତୁ ଅଧୀନରେ ସାରା ଦେଶରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗୁଡ଼ିକ ଶିଶୁ ଯତ୍ନ ପ୍ରତିଷ୍ଠାନ (ସିସିଆଇ) ଏବଂ ସ୍ବତନ୍ତ୍ର ପୋଷ୍ୟ ଏଜେନ୍ସିରେ ଆୟୋଜିତ କରାଯାଇଥିଲା।  ଏଥିରେ ମଧ୍ୟ ପୋଷ୍ୟ ସନ୍ତାନ ସଚେତନତା କାର୍ଯ୍ୟକ୍ରମ, ଆଇନ ସଚେତନତା, ଶିଶୁ ଏବଂ କିଶୋର ସ୍ୱାସ୍ଥ୍ୟ, ଶିଶୁ ଅଧିକାର ଇତ୍ୟାଦି ସମ୍ପର୍କିତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଶିଶୁ ଅଧିକାର ବିଷୟରେ ସଚେତନତା ସୃଷ୍ଟି ପାଇଁ ସପ୍ତାହକୁ ଉପଯୋଗ କରିବା ଏବଂ ଏହି ଦିଗରେ ଜନସାଧାରଣଙ୍କୁ ସଚେତନ କରାଇବା।

BS



(Release ID: 1773831) Visitor Counter : 184