ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଡନୀ ଡାଏଲଗରେ ପ୍ରଧାନମନ୍ତ୍ରୀଙ୍କ ଦୀକ୍ଷାନ୍ତ ଭାଷଣ
Posted On:
18 NOV 2021 9:40AM by PIB Bhubaneshwar
ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ,
ବନ୍ଧୁଗଣ,
ନମସ୍କାର !
ଭାରତବାସୀଙ୍କ ନିମନ୍ତେ ଏକ ସମ୍ମାନର ବିଷୟ ଯେ ଆପଣମାନେ ମତେ ସିଡନୀ ଡାଏଲଗର ଉଦଘାଟନୀ ଦୀକ୍ଷାନ୍ତ ଭାଷଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ କ୍ରମବର୍ଦ୍ଧିଷ୍ଣୁ ଡିଜିଟାଲ ବିଶ୍ୱରେ ଭାରତର ମୁଖ୍ୟ ଭୂମିକାର ସ୍ୱୀକୃତି ସ୍ୱରୂପ ଏହି ଆମନ୍ତ୍ରଣକୁ ମୁଁ ବିବେଚନା କରୁଛି । ଦୁଇ ଦେଶ ମଧ୍ୟରେ ବିସ୍ତୃତ ରଣନୀତିକ ଅଂଶୀଦାରିତା, ଆଞ୍ଚଳିକ ଓ ବିଶ୍ୱର ହିତ ପାଇଁ ଏହା ଏକ ଶ୍ରଦ୍ଧାଞ୍ଜଳି ବୋଲି ମୁଁ ମନେ କରେ । ଧରାପୃଷ୍ଠରେ ପାଦ ଦେଇଆସୁଥିବା ସାଇବର ବୈଷୟିକ ଜ୍ଞାନ ଉପରେ ଆଲୋକପାତ କରୁଥିବାରୁ ମୁଁ ସିଡନୀ ଡାଏଲଗକୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ଆମେ ଏପରି ଗୋଟେ ପରିବର୍ତ୍ତିତ ସମୟ ଦେଇ ଗତି କରୁଛେ, ଯାହା ଗୋଟିଏ ଯୁଗରେ କେବେ କେମିତି ଦେଖାଦେଇଥାଏ । ଡିଜିଟାଲ ଯୁଗ ପାଇଁ ଆମ ଆଖପାଖର ସବୁର ପରିବର୍ତ୍ତନ ଘଟୁଛି । ଏହା ରାଜନୀତି, ଅର୍ଥନୀତି ଓ ସମାଜର ପରିଭାଷା ବଦଳାଇ ଦେଇଛି । ସାର୍ବଭୌମତ୍ୱ, ପ୍ରଶାସନ, ଆଇନ, ନୈତିକତା, ଅଧିକାର ଓ ସୁରକ୍ଷା ଉପରେ ଏହା ନୂତନ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ଆନ୍ତର୍ଜାତିକ ପ୍ରତିଯୋଗିତା, ଶକ୍ତି ନେତୃତ୍ୱର ସ୍ୱରୂପର ପରିବର୍ତ୍ତନ କରିଛି । ପ୍ରଗତି ଓ ସମୃଦ୍ଧି ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିଛି । ତଥାପି ଆମେ ନୂଆ ପ୍ରକାର ବିପଦ ଓ ସମୁଦ୍ରତଟଠାରୁ ସାଇବର ଓ ମହାକାଶ ପର୍ଯ୍ୟନ୍ତ ବିବିଧ ଆତଙ୍କର ସାମ୍ନା କରୁଛୁ । ପ୍ରଯୁକ୍ତିବିଦ୍ୟା ବୈଶ୍ୱିକ ପ୍ରତିଯୋଗୀତାର ଏକ ମୁଖ୍ୟ ଉପକରଣ ଓ ଭବିଷ୍ୟତ ଆନ୍ତର୍ଜାତିକ ବ୍ୟବସ୍ଥାର ଅସ୍ତ୍ର ହୋଇ ଉଠିଛି । ପ୍ରଯୁକ୍ତି ବିଦ୍ୟା ଓ ତଥ୍ୟ ନୂତନ ଅସ୍ତ୍ର ହୋଇଛି । ଗଣତନ୍ତ୍ରର ସବୁଠାରୁ ବଡ ଶକ୍ତି ହେଉଛି ମୁକ୍ତ ବାତାବରଣ । ମାତ୍ର ଏହି ମୁକ୍ତ ବାତାବରଣକୁ ଅପବ୍ୟବହାର ନିମନ୍ତେ ଆମେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କୁ ସୁଯୋଗ ଦେବା ଅନୁଚିତ ।
ବନ୍ଧୁଗଣ,
ଗଣତନ୍ତ୍ର ଓ ଡିଜିଟାଲ ନେତା ହିସାବରେ ଭାରତ ପାରସ୍ପରିକ ସମୃଦ୍ଧି ଓ ସୁରକ୍ଷା ପାଇଁ ନିଜର ଅଂଶୀଦାରମାନଙ୍କ ସହ କାର୍ଯ୍ୟ କରିବାକୁ ପ୍ରସ୍ତୁତ । ଭାରତୀୟ ଡିଜିଟାଲ ବିପ୍ଳବ ଆମର ଗଣତନ୍ତ୍ର, ଜନସଂଖ୍ୟା ଓ ଅର୍ଥନୀତି ଦ୍ୱାରା ମଜଭୁତ ହୋଇଛି । ଏହା ଆମର ଉଦ୍ୟୋଗ ଓ ଯୁବଗୋଷ୍ଠୀର ଉଦ୍ଭାବନ ଦ୍ୱାରା ଶକ୍ତିଶାଳୀ ହୋଇଛି । ଅତୀତରେ ଆମ ସମ୍ମୁଖରେ ଉଭା ହୋଇଥିବା ଆହ୍ୱାନଗୁଡିକରୁ ଶିକ୍ଷାଲାଭ କରି ଆମେ ଭବିଷ୍ୟତକୁ ଲମ୍ଫ ପ୍ରଦାନ କରିଛୁ । ଭାରତରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ଅବସ୍ଥାନ୍ତର ଘଟିଛି । ପ୍ରଥମ ଆମେ ବିଶ୍ୱର ସବୁଠାରୁ ବିସ୍ତୃତ ଜନସାଧାରଣ ତଥ୍ୟ ଭିତ୍ତିଭୂମୀ ଗଠନ କରିଛୁ । ୧.୩ ବିଲିୟନରୁ ଅଧିକ ଭାରତୀୟଙ୍କ ଏକକ ଡିଜିଟାଲ ପରିଚୟ ବନିପାରିଛି । ଆମେ ଦେଶର ଛଅ ଲକ୍ଷ ଗ୍ରାମକୁ ବ୍ରଡବ୍ୟାଣ୍ଡ ସେବା ଦ୍ୱାରା ଯୋଡିବା କାର୍ଯ୍ୟରେ ଲାଗିଛୁ । ବିଶ୍ୱର ସବୁଠାରୁ ଦକ୍ଷ ଦେୟ ପଇଠ ଭିତ୍ତିଭୂମୀ ୟୁପିଆଇ ଆମେ ତିଆରି କରିଛୁ । ଆଠଶହ ନିୟତରୁ ଅଧିକ ଭାରତୀୟ ଆଜି ଇଣ୍ଟରନେଟ ବ୍ୟବହାର କରୁଥିବାବେଳେ ୭୫୦ ନିୟୁତ ଲୋକ ସ୍କାର୍ଟଫୋନ ବ୍ୟବହାର କରୁଛନ୍ତି । ଆମେ ବିଶ୍ୱର ମୁଣ୍ଡପିଛା ସର୍ବାଧିକ ଡାଟା ବ୍ୟବହାର କରୁଥିବା ବେଳେ ସବୁଠାରୁ କମ ଦରରେ ଏହା କରୁଛୁ । ଦ୍ୱିତୀୟ ପ୍ରଶାସନ, ଅନ୍ତର୍ଭୁକ୍ତିକରଣ, ସଶକ୍ତୀକରଣ ସଂଯୋଗ, ସୁବିଧା ହସ୍ତାନ୍ତରଣ ଓ କଲ୍ୟାଣ ଦିଗରେ ଡିଜିଟାଲ ବୈଷୟିକ ଜ୍ଞାନ ପ୍ରୟୋଗ କରି ଆମେ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିଛୁ । ପ୍ରତ୍ୟେକ ଭାଗରେ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ବ୍ୟାଙ୍କ ସେବା ଓ ଡିଜିଟାଲ ଦେୟ ପଇଠ ବିପ୍ଳବ ସମ୍ପର୍କରେ ଅବଗତ ଅଛନ୍ତି । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରି ଆମେ ନିକଟରେ ୧.୧ ବିଲିୟନ ମାତ୍ରା ଟୀକା ପ୍ରଦାନ କରିଛୁ । ଆରୋଗ୍ୟ ସେତୁ ଓ କୋୱିନ ପ୍ଲାଟଫର୍ମ ଉପଯୋଗ କରି ଭୌଗଳିକ ଦୃଷ୍ଟି ବିଶାଳ ବିବିଧତାପୂର୍ଣ୍ଣ ଭାରତ ବର୍ଷରେ ଏହା କରାଯାଇପାରିଛି । ଆମର ଏକ ବିଲିୟନରୁ ଅଧିକ ଜନସାଧାରଣଙ୍କ ପାଇଁ କମ ବ୍ୟୟସାପେକ୍ଷ ଓ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଆମେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ତିଆରି କରିଛୁ । ଆମର ଗୋଟିଏ ଦେଶ, ଗୋଟିଏ କାର୍ଡ ଦେଶର ଯେ କୌଣସି ସ୍ଥାନରେ ଥିଲେ ମଧ୍ୟ କୋଟି କୋଟି ଶ୍ରମିକଙ୍କୁ ସୁବିଧା ହସ୍ତାନ୍ତର କରିବ । ତୃତୀୟତଃ ଭାରତରେ ବିଶ୍ୱର ତୃତୀୟ ବୃହତ ଓ ଦୃତ ଗତିରେ ବୃଦ୍ଧି ପାଇଥିବା ଷ୍ଟାର୍ଟଅପ ପଦ୍ଧତି ରଖିଛୁ । ନୂତନ (କାହାଣୀ) ୟୁନିକର୍ଣ୍ଣ ପ୍ରତି ସପ୍ତାହରେ ଆଗକୁ ଆସୁଛି । ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ଓ ଜାତୀୟ ସୁରକ୍ଷା ଦିଗରେ ସେସବୁ ସମାଧାନର ସୂତ୍ର ପ୍ରଦାନ କରୁଛନ୍ତି ।
ଚତୁର୍ଥ, ଭାରତର ଶିଳ୍ପ ଓ ସେବା କ୍ଷେତ୍ର, ଏପରିକି କୃଷି ମଧ୍ୟ ବିଶାଳ ଡିଜିଟାଲ ଅବସ୍ଥାନ୍ତର ଦେଇ ଗତି କରୁଛି । ସ୍ୱଚ୍ଛ ଇନ୍ଧନ ଅବସ୍ଥାନ୍ତର ନିମନ୍ତେ ମଧ୍ୟ ଆମେ ଡିଜିଟାଲ ପ୍ରଯୁକ୍ତି ଜ୍ଞାନର ଉପଯୋଗ କରି ସମ୍ବଳର ବିନିଯୋଗ ଓ ରୂପାନ୍ତର ସହ ଜୈବ ବିବିଧତା ନିରାପତ୍ତା ମଧ୍ୟ ରକ୍ଷା କରୁଛୁ । ପଞ୍ଚମ, ଭବିଷ୍ୟତ ପାଇଁ ଭାରତକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ଏକ ବିରାଟ ଉଦ୍ୟମ ଚାଲିଛି । ଦୂର ସଂଚାର ବୈଷିୟକ ଜ୍ଞାନ ଯଥା ୫-ଜି ଓ ୬-ଜି ପାଇଁ ଆମେ ଦେଶୀୟ ସାମର୍ଥ୍ୟ ବୃଦ୍ଧିରେ ଲାଗି ପଡିଛୁ । ଭାରତ ବିଶ୍ୱର କୃତ୍ରିମ ମେଧା ଓ ମେସିନ ଶିକ୍ଷା ବିଶେଷ କରି ମାନବକୈନ୍ଦି୍ରକ ଓ ନୀତିଗତ କୃତ୍ରିମ ମେଧା କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ପରିଚିତ । ଆମେ କ୍ଲାଉଡ ପ୍ଲାଟଫର୍ମ ଏବଂ କ୍ଲାଉଡ କଂପ୍ୟୁଟିଂ କ୍ଷେତ୍ରରେ ନିଜର ସାମର୍ଥ୍ୟ ବୃଦ୍ଧି ମଧ୍ୟ କରୁଛୁ । ଡିଜିଟାଲ ସାର୍ବଭୌମତ୍ୱ ଓ ନମନିୟତାର ଏହା ହେଉଛି ଚାବିକାଠି । ଆମେ ବିଶ୍ୱସ୍ତରୀୟ ସାମର୍ଥ୍ୟ ସୃଷ୍ଟି କରୁଛୁ ।
ଦୃତ କଂପ୍ୟୁଟିଂ କ୍ଷେତ୍ରରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଆମର ଅର୍ଥନୀତି ଓ ସୁରକ୍ଷା ଏକ ମୁଖ୍ୟ ଅଙ୍ଗ । ବର୍ତ୍ତମାନ ଏହା ଉଦ୍ଭାବନ, ପୁଞ୍ଜି ବିନିଯୋଗ ଓ ଘରୋଇ କ୍ଷେତ୍ର ନିମନ୍ତେ ମଧ୍ୟ ଉନ୍ମୁକ୍ତ । ଭାରତ ଏବେ ବିଶ୍ୱରେ ବାଣିଜିକ କ୍ଷେତ୍ରରୁ ସାଇବର ସୁରକ୍ଷା ଦେଶ ଦିଗରେ ଏକ କେନ୍ଦ୍ର ପାଲଟିଛି । ଭାରତକୁ ସାଇବର ସୁରକ୍ଷାର ଏକ ବୈଶ୍ୱିକ ବଳୟରେ ପରିଣତ କରିବା ପାଇଁ ଆମେ ଏକ ଟାସ୍କାଫୋର୍ସ ଗଠନ କରିଛୁ । ଆମ ପାଖରେ ନିଜସ୍ୱ କୌଶଳ ଓ ବୈଶ୍ୱିକ ଆସ୍ଥା ରହିଛି । ବର୍ତ୍ତମାନ ଆମେ ହାର୍ଡଓୟାର ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ । ସେମି-କଣ୍ଟକ୍ଟର ନିର୍ମାଣରେ ପ୍ରମୁଖ ହେବା ଲାଗି ଆମେ ଏକ ପ୍ରୋତ୍ସାହନ ପ୍ୟାକେଜ ପ୍ରସ୍ତୁତ କରୁଛୁ । ଇଲେକଟ୍ରୋନିକ୍ସ ଓ ଦୂରସଞ୍ଚାର କ୍ଷେତ୍ରରେ ଆମର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ସ୍ଥାନୀୟ ଓ ବୈଶ୍ୱିକ ସ୍ତରରେ ନିବେଶକମାନଙ୍କୁ ଭାରତରେ ନିଜସ୍ୱ ବ୍ୟାବସାୟିକ ପ୍ରତିଷ୍ଠାନ ପାଇଁ ଆକର୍ଷିତ କରୁଛି ।
ବନ୍ଧୁଗଣ,
ବୈଷୟିକ ଜ୍ଞାନର ସବୁଠାରୁ ବଡ ଉପାଦାନ ହେଉଛି ତଥ୍ୟ । ଆମେ ଭାରତରେ ତଥ୍ୟର ସୁରକ୍ଷା, ଗୋପନୀୟତା ଓ ନିରାପତ୍ତା ନିମନ୍ତେ ଏକ ମଜବୁତ ବ୍ୟବସ୍ଥା କରିଛୁ । ଏଥିସହ ତଥ୍ୟକୁ ଆମେ ଜନସାଧାରଣଙ୍କୁ ସଶକ୍ତ କରିବା ଦିଗରେ ମଧ୍ୟ ବ୍ୟବହାର କରୁଛୁ । ବ୍ୟକ୍ତିଗତ ଅଧିକାରର ଶକ୍ତିଶାଳୀ ଗ୍ୟାରେଣ୍ଟି ସହ ଗଣତାନ୍ତ୍ରିତ ବ୍ୟବସ୍ଥା ମଧ୍ୟରେ ଏହା କରିବା ପାଇଁ ଭାରତର ଅସାଧାରଣ ଅଭିଜ୍ଞତା ରହିଛି ।
ବନ୍ଧୁଗଣ,
ଗୋଟିଏ ଦେଶ କିପରି ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରିବ ତାହା ସେ ଦେଶର ମୂଲ୍ୟବୋଧ ଓ ଦୂରଦୃଷ୍ଟି ଉପରେ ନିର୍ଭରଶୀଳ । ଭାରତର ଗଣତାନ୍ତ୍ରିକ ପରମ୍ପରା ଖୁବ ପ୍ରାଚୀନ ଓ ଏହାର ଆଧୁନିକ ଅନୁଷ୍ଠାନଗୁଡିକ ମଧ୍ୟ ଶକ୍ତିଶାଳୀ । ଆମେ ସବୁବେଳେ ବିଶ୍ୱକୁ ଏକ ପରିବାର ଭାବେ ବିବେଚନା କରୁ । ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟାଧାରକମାନେ ବୈଶ୍ୱିକ ଡିଜିଟାଲ ଅର୍ଥନୀତିର ସୂତ୍ରଧର । ଏହା ୱାଇ୨କେ ସମସ୍ୟା ସମାଧାନ ଦିଗରେ ସାହାଯ୍ୟ କରିଛି । ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ପ୍ରଯୁକ୍ତି ବିଦ୍ୟା ଓ ସେବା ଦିଗରେ ଏହା ଯଥେଷ୍ଟ ସାହାଯ୍ୟ କରିଛି । ଆମେ ଆଜି ସମଗ୍ର ବିଶ୍ୱକୁ ବିନା ମୂଲ୍ୟରେ କୋୱିନ ପ୍ଳାଟଫର୍ମ ଦେବା ସହ ଏହାକୁ ମୁକ୍ତ ସଫ୍ଟଓୟାର ଉତ୍ସ କରିଛୁ । ଭାରତର ପ୍ରଯୁକ୍ତି ବିଦ୍ୟା ବ୍ୟବହାରରେ ସମୃଦ୍ଧ ଅଭିଜ୍ଞତା ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ପଦ୍ଧତି ବିକାଶମୁଖୀ ଦେଶଗୁଡିକ ନିମନ୍ତେ ଖୁବ ଉପାଦେୟ ହୋଇପାରିବ । ଆମେ ମିଳିମିଶି କାମ କରି ଦେଶ ଓ ଦେଶବାସୀଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ଶତାବ୍ଦୀର ବିଭିନ୍ନ ସୁଯୋଗର ଫାଇଦା ଉଠାଇବା ପାଇଁ ପ୍ରସ୍ତୁତ କରିପାରିବା । ବିଶ୍ୱର ଭବିଷ୍ୟତ ପାଇଁ ମଧ୍ୟ ଆମର ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧ ଅନୁସରଣ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ନିଜସ୍ୱ ଜାତୀୟ ସୁରକ୍ଷା ଓ ସମୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ସେ ଦୃଷ୍ଟିରୁ ଗଣତାନ୍ତ୍ରିକ ରାଷ୍ଟ୍ରସମୂହ ଏକାଠି କାର୍ଯ୍ୟକରିବା ଜରୁରୀ । ଏକାଠି ପୁଞ୍ଜିନିବେଶ ବୈଷୟିକ ଗବେଷଣା ଓ ବିକାଶ କ୍ଷେତ୍ରରେ କରିବା ଦରକାର; ନିର୍ମାଣ ଓ ଯୋଗାଣର ନିର୍ଭରଶୀଳ ବ୍ୟବସ୍ଥା କରିବା ଦରକାର; ସାଇବର ସୁରକ୍ଷା ଦିଗରେ ଗୁପ୍ତତଥ୍ୟ ଆଦାନ ପ୍ରଦାନରେ ସହଭାଗୀ ହେବା ଦରକାର; ଗୁରୁତର ତଥ୍ୟ ଭିତ୍ତିଭୂମୀର ନିରାପତ୍ତା ଦରକାର; ଜନମତର କାରସାଦିପୂର୍ଣ୍ଣ କାର୍ଯ୍ୟକୁ ରୋକିବା ଦରକାର; ଗଣତାନ୍ତ୍ରିକ ମୂଲ୍ୟବୋଧ ଅନୁସାରେ ପ୍ରଯୁକ୍ତି ଓ ପ୍ରଶାସନିକ ମାନ ନିର୍ଦ୍ଧାରଣ କରିବା ଦରକାର ଓ ସର୍ବୋପରି ଦରିଆପାରି ତଥ୍ୟ ଆଦାନପ୍ରଦାନର ବିଶ୍ୱସନୀୟତା ଓ ସୁରକ୍ଷା ମଧ୍ୟ ଦରକାର । ଏହା ଜାତୀୟ ଅଧିକାରକୁ ସ୍ୱୀକୃତି ଦେବା ସହ ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଜନକଲ୍ୟାଣକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଯେପରି ଅସାଧୁଙ୍କ ହାତରେ ପଡି ଆମର ଯୁବସମାଜକୁ ଭ୍ରମିତ ନକରେ ସେଥିପାଇଁ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକାଠି ହୋଇ କାର୍ଯ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।
ବନ୍ଧୁଗଣ,
ଆମେ ବାଛିବାର ଏକ ଐତିହାସିକ କ୍ଷଣରେ ଉପନୀତ । ପ୍ରଯୁକ୍ତି ବିଦ୍ୟାର ସମସ୍ତ ଆଶ୍ଚର୍ଯ୍ୟ ଜନକ ଶକ୍ତି ସହଯୋଗର ନା ବିବାଦର ହେବ, ବାଧ୍ୟବାଧକତା ନା ନିଜସ୍ୱ ବିଚାରର ହେବ, ବିସ୍ତାରବାଦ ନା ବିକାଶର ହେବ, ଶୋଷଣ ନା ସୁଯୋଗର ହେବ ତାହା ଦେଖିବାର କଥା । ଭାରତ, ଅଷ୍ଟ୍ରେଲିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ଅନ୍ୟମାନେ ଆମ ସମୟର ଡାକ ନିଶ୍ଚୟ ଶୁଣିପାରୁଥିବେ । ଆମେ ଆମ ଦାୟିତ୍ୱ ନିର୍ବାହ ପାଇଁ ନିଜକୁ ପ୍ରସ୍ତୁତ ମଧ୍ୟ କରିବା ଆବଶ୍ୟକ । ମୁଁ ଦୃଢ଼ ନିଶ୍ଚିତ ଯେ ସିଡନ ଡାଏଲଗ ଏକ ଚମତ୍କାର ମଞ୍ଚ ଯାହା ଆମର ଅଂଶୀଦାରିତା ରକ୍ଷା କରିବା ସହ ଆମ ଦେଶ ଓ ବିଶ୍ୱ ପାଇଁ ଆମର ଦାୟିତ୍ୱ ତୁଲାଇବାର ମଧ୍ୟ ସୁଯୋଗ ଦେବ ।
ଧନ୍ୟବାଦ ।
SM/DD
(Release ID: 1772927)
Visitor Counter : 210
Read this release in:
Telugu
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam