ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନଭେମ୍ବର ୧୭ ତାରିଖରେ ୮୨ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 15 NOV 2021 8:34PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୭ ନଭେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୦ ଟା ସମୟରେ ୮୨ ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବେ ।

ଅଲ ଇଣ୍ଡିଆ ପ୍ରିଜାଇଡିଂ ଅଫିସର୍ସ କନଫରେନ୍ସ (ଏଆଇପିଓସି) ହେଉଛି ଭାରତର ବିଧାନସଭାର ସର୍ବୋଚ୍ଚ ସଂସ୍ଥା ଯିଏ କି ୨୦୨୧ ମସିହାରେ ତାହାର ଶହେ ବର୍ଷ ପୂର୍ତ୍ତି ପାଳନ କରୁଛି । ଏଆଇପିଓସିର ଶହେ ବର୍ଷ ଅବସରରେ ୮୨ତମ ସର୍ବ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀ ୧୭-୧୮ ନଭେମ୍ବର, ୨୦୨୧ ରେ ଶିମଲାରେ ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ସମ୍ମିଳନୀ ୧୯୨୧ ରେ ଶିମଳାରେ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ଲୋକସଭାର ବାଚସ୍ପତି, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭାର ଉପ ସଭାପତି ଉପସ୍ଥିତ ରହିବେ ।

HS


(ରିଲିଜ ଆଡି: 1772197) ପରିଦର୍ଶକ କାଉଣ୍ଟର : 324