ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

Posted On: 13 NOV 2021 12:42PM by PIB Bhubaneshwar

ସିନେଟ୍‌ର ଜନ କର୍ଣ୍ଣୟନଙ୍କ ନେତୃତ୍ୱରେ ଭାରତ ଆସିଥିବା ଯୁକ୍ତରାଷ୍ଟ୍ର କଂଗ୍ରେସ ପ୍ରତିନିଧି ଦଳ ଆଜି (ତା ୧୩. ୧୧.୨୧ ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିନେଟର ମାଇକେଲ କାର୍ପୋ, ସିନେଟର ଥମାସ ଟ୍ୟୁବରଭିଲେ, ସିନେଟର ମାଇକେଲ ଲୀ, କଂଗ୍ରେସମ୍ୟାନ ଟନ୍ ଗଞ୍ଜାଲେସ୍‌ ଏବଂ କଂଗ୍ରେସ ମ୍ୟାନ ଜନ କେଭିନ ଏଲିଜେ ସିନିୟର ମଧ୍ୟ ଅନ୍ତର୍ଭୁକ୍ତ  । ସିନେଟ୍‌ର ଜନ କର୍ଣ୍ଣୟନ ହେଉଛନ୍ତି ଭାରତ ଓ ଆମେରିକୀୟ ଭାରତୀୟ ସିନେଟ୍‌ର ବୃହତ ଗୋଷ୍ଠୀ ମଧ୍ୟରେ ଥିବା ଏକ କ୍ଷୁଦ୍ରଗୋଷ୍ଠୀର ପ୍ରତିଷ୍ଠାତା ।

ଭାରତରେ ଜନସଂଖ୍ୟା ଜନିତ ବିବିଧତା ସତ୍ୱେ କୋଭିଡ-୧୯ ପରିସ୍ଥିତିରେ ଚମତ୍କାର ପରିଚାଳନା ନେଇ କଂଗ୍ରେସ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଥିଲେ । ଶତାବ୍ଦୀର ସବୁଠାରୁ ଭୟଙ୍କର ମହାମାରୀକୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ଜନତାଙ୍କ ଭାଗିଦାରିତା ଓ ସହଯୋଗ ଯୋଗୁଁ ମୁକାବିଲା କରାଯାଇପାରିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉଭୟ ଦେଶର ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ବିଷୟ ଉପରେ ମଧ୍ୟ ଅବାଧ ଆଲୋଚନା ହୋଇଥିଲା । ଏଥିରେ ଦକ୍ଷିଣ ଏସିଆ ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସମସ୍ୟା ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀ ଓ ପରିଦର୍ଶନକାରୀ ପ୍ରତିନିଧି ଦଳ ବୈଶ୍ୱିକ ଶାନ୍ତି ଓ ସ୍ଥିରତା ଦୃଷ୍ଟିରୁ ରଣନୀତିକ ସହଯୋଗ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ସହ ନେବା ଉପରେ ସହମତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ସାଂପ୍ରତିକ ବୈଶ୍ୱିକ ସମସ୍ୟା ଯଥା ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ବୈଷୟିକ ଜ୍ଞାନ ଯୁକ୍ତ ଯନ୍ତ୍ରପାତି ଯୋଗାଣ ବ୍ୟବସ୍ଥା ଦିଗରେ ସହଯୋଗ  ନେଇ ମତବିନିମୟ କରିଥିଲେ ।

 

*****

SM /SLP



(Release ID: 1771537) Visitor Counter : 232