ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav g20-india-2023

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ୧୯ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ମିଳିଲା ୮,୪୫୩.୯୨ କୋଟି ଟଙ୍କାର ଅନୁଦାନ


ଓଡ଼ିଶାକୁ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ

ପ୍ରାଥମିକ ସ୍ୱାସ୍ଥ୍ୟ ସେବାସ୍ତରରେ ଖର୍ଚ୍ଚ କରାଯିବ ଏହି ଅନୁଦାନ

ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାରେ ରହିଥିବା ଅଭାବ ଦୂର କରିବା ସହିତ ଏହି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟ

Posted On: 13 NOV 2021 8:48AM by PIB Bhubaneshwar

 

ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ୧୯ଟି ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ପ୍ରଶାସନକୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୮,୪୫୩ କୋଟି ୯୨ ଲକ୍ଷ ଟଙ୍କା ଜାରି କରାଯାଇଛି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକ୍ରମେ ଏହି ଅନୁଦାନ ଜାରି କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୪୬୧ କୋଟି ୭୬ ଲକ୍ଷ ୭୩ ହଜାର ଟଙ୍କାର ଅନୁଦାନ ସହାୟତା ଯୋଗାଇ ଦିଆଯାଇଛି।

ସ୍ଥାନୀୟ ପ୍ରଶାସନଗୁଡ଼ିକୁ ୨୦୨୧-୨୨ ରୁ ୨୦୨୫-୨୬ ମଧ୍ୟରେ ମୋଟ ୪ ଲକ୍ଷ ୨୭ ହଜାର ୯୧୧ କୋଟି ଟଙ୍କାର ଅନୁଦାନ ଜାରି କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ରିପୋର୍ଟରେ ସୁପାରିସ କରାଯାଇଥିଲା। ଏଥିମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ର ଅନୁଦାନ ଆକାରରେ ୭୦ ହଜାର ୫୧ କୋଟି ଟଙ୍କା ଜାରି କରିବା ଲାଗି ସୁପାରିସ କରାଯାଇଥିଲା।  ଏହି ଅର୍ଥ ମଧ୍ୟରୁ ୪୩ ହଜାର ୯୨୮ କୋଟି ଟଙ୍କା ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ଏବଂ ୨୬ ହଜାର ୧୨୩ କୋଟି ଟଙ୍କା ସହରାଞ୍ଚଳ ସ୍ଥାନୀୟ ପ୍ରଶାସନକୁ ପ୍ରଦାନ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିଥିଲେ।

ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରହିଥିବା ଅଭାବଗୁଡ଼ିକୁ ଦୂର କରିବା ସହିତ ଏକ କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଦାନ ଜାରି କରାଯାଇଛି। ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଭିତ୍ତିଭୂମି ଏବଂ ସୁବିଧାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପ୍ରତ୍ୟକ୍ଷ ହସ୍ତକ୍ଷେପଗୁଡ଼ିକୁ ଆୟୋଗ ଚିହ୍ନଟ କରିଥିଲେ। ତଦନୁଯାୟୀ, ପ୍ରତ୍ୟେକ ହସ୍ତକ୍ଷେପ ପାଇଁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଛି। ଏହି ହସ୍ତକ୍ଷେପଗୁଡ଼ିକ ହେଲା:

 

  • ଗ୍ରାମୀଣ କ୍ଷେତ୍ରରେ ଥିବା ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୧୬ ହଜାର ୩୭୭ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ବ୍ଲକ ସ୍ତରୀୟ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ – ୫ ହଜାର ୨୭୯ କୋଟି ଟଙ୍କା
  • ଗ୍ରାମାଞ୍ଚଳରେ ଅଟ୍ଟାଳିକା ନଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଟ୍ଟାଳିକା ନିର୍ମାଣ – ୭ ହଜାର ୧୬୭ କୋଟି ଟଙ୍କା
  • ଗ୍ରାମାଞ୍ଚଳ ଜନ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଉପକେନ୍ଦ୍ରଗୁଡ଼ିକୁ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ରରେ ରୂପାନ୍ତରିତ କରିବା – ୧୫ ହଜାର ୧୦୫ କୋଟି ଟଙ୍କା
  • ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଦାନ ଭିତ୍ତିଭୂମି ପାଇଁ ସହାୟତା – ୨,୦୯୫ କୋଟି ଟଙ୍କା
  • ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ୱେଲନେସ୍ କେନ୍ଦ୍ର – ୨୪ ହଜାର ୨୮ କୋଟି ଟଙ୍କା

 

୨୦୨୧-୨୨ ଆର୍ଥିକ ବର୍ଷରେ ୧୩ ହଜାର ୧୯୨ କୋଟି ଟଙ୍କାର ସ୍ୱାସ୍ଥ୍ୟ ଅନୁଦାନ ଜାରି କରିବା ଲାଗି ସୁପାରିସ କରାଯାଇଥିଲା। ଏହି ଅର୍ଥ ମଧ୍ୟରୁ ଗ୍ରାମାଞ୍ଚଳ ପାଇଁ ୮ ହଜାର ୨୭୩ କୋଟି ଟଙ୍କା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ପାଇଁ ୪ ହଜାର ୯୧୯ କୋଟି ଟଙ୍କା ସାମିଲ ରହିଛି।

ବିଶେଷ କରି ଅତ୍ୟାଧୁନିକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଲକ୍ଷ୍ୟ ହାସଲରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସ୍ଥାନୀୟ ପ୍ରଶାସନଗୁଡ଼ିକ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ସ୍ଥାନୀୟ ପ୍ରଶାସନଗୁଡ଼ିକୁ ସମ୍ବଳ, ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ସାମର୍ଥ୍ୟ ବିକାଶ ମାଧ୍ୟମରେ ସୁଦୃଢ଼ କରାଯାଇପାରିଲେ ମହାମାରୀ ଓ ସଂକ୍ରାମକ ରୋଗ ମୁକାବିଲାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ।

ଗ୍ରାମୀଣ ସ୍ଥାନୀୟ ପ୍ରଶାସନ ବା ପଞ୍ଚାୟତିରାଜ ସଂସ୍ଥା ଏବଂ ସହରାଞ୍ଚଳ ସ୍ଥାନୀୟ ପ୍ରଶାସନ ବା ନଗରପାଳିକାଗୁଡ଼ିକୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡ଼ିକର ପରିଚାଳକ ସଂସ୍ଥା ଭାବେ ସମ୍ପୃକ୍ତ କରାଯାଇପାରିଲେ ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସୁଦୃଢ଼ ହୋଇପାରିବ। ସ୍ଥାନୀୟ ପ୍ରଶାସନର ସମ୍ପୃକ୍ତି ଫଳରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଲୋକମାନଙ୍କ ପାଇଁ ଉତ୍ତରଦାୟୀ ହୋଇପାରିବ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଜରିଆରେ ସମ୍ପୃକ୍ତ ରାଜ୍ୟମାନଙ୍କ ଠାରୁ ପ୍ରସ୍ତାବ ମିଳିବା ପରେ ଅବଶିଷ୍ଟ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଅନୁଦାନ ଯୋଗାଇ ଦିଆଯିବ।

 

ବର୍ତ୍ତମାନ ସୁଦ୍ଧା ଯେଉଁସବୁ ରାଜ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଅନୁଦାନ ଦିଆଯାଇଛି ତାହାର ତାଲିକା ନିମ୍ନରେ ଦିଆଗଲା :

 

କ୍ରଂସଂ.

ରାଜ୍ୟ

ଜାରି ଅନୁଦାନ ପରିମାଣ

(କୋଟି ଟଙ୍କାରେ)

1.

ଆନ୍ଧ୍ର ପ୍ରଦେଶ

488.1527

2.

ଅରୁଣାଚଳପ୍ରଦେଶ

46.944

3.

ଆସାମ

272.2509

4.

ବିହାର

1116.3054

5.

ଛତିଶଗଡ଼

338.7944

6.

ହିମାଚଳ ପ୍ରଦେଶ

98.0099

7.

ଝାଡ଼ଖଣ୍ଡ

444.3983

8.

କର୍ଣ୍ଣାଟକ

551.53

9.

ମଧ୍ୟପ୍ରଦେଶ

922.7992

10.

ମହାରାଷ୍ଟ୍ର

778.0069

11.

ମଣିପୁର

42.8771

12.

ମିଜୋରାମ

31.19

13.

ଓଡ଼ିଶା

461.7673

14.

ପଞ୍ଜାବ

399.6558

15.

ରାଜସ୍ଥାନ

656.171

16.

ସିକିମ

20.978

17.

ତାମିଲନାଡ଼ୁ

805.928

18.

ଉତ୍ତରାଖଣ୍ଡ

150.0965

19.

ପଶ୍ଚିମବଙ୍ଗ

828.0694

 

ମୋଟ

8453.9248

 

******

P.S.

 

 



(Release ID: 1771404) Visitor Counter : 267