ରାଷ୍ଟ୍ରପତିଙ୍କ ସଚିବାଳୟ
ରାଷ୍ଟ୍ରପତି ୧୧ ନଭେମ୍ବର ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁଥିବା
ରାଜ୍ୟପାଳ ଏବଂ ଉପ-ରାଜ୍ୟପାଳମାନଙ୍କର ୫୧ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ
प्रविष्टि तिथि:
08 NOV 2021 4:39PM by PIB Bhubaneswar
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ୧୧ ନଭେମ୍ବର, ୨ଠ୨୧ ଦିନ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁଥିବା ରାଜ୍ୟପାଳ ଏବଂ ଉପ-ରାଜ୍ୟପାଳମାନଙ୍କର ୫୧ତମ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ । ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁଥିବା ଏହା ହେଉଛି ଚତୁର୍ଥ ସମ୍ମିଳନୀ ।
ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ରାଜ୍ୟପାଳ ଏବଂ ଉପ-ରାଜ୍ୟପାଳଙ୍କ ବ୍ୟତୀତ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।
NS / MB
(रिलीज़ आईडी: 1770185)
आगंतुक पटल : 245