ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


“ସର୍ଦ୍ଦାର ପଟେଲ କେବଳ ଇତିହାସରେ ନୁହେଁ ,ବରଂ ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଅବସ୍ଥାନ କରିଛନ୍ତି ।”

“ଧରିତ୍ରୀର ଭୂ-ଭାଗ, ଯେଉଁଠାରେ ୧୩୦ କୋଟି ଭାରତୀୟ ବସବାସ କରନ୍ତ, ତାହା ଆମର ଆତ୍ମା, ଆମର ସ୍ୱପ୍ନ ଏବଂ ଆମର ଆକାଂକ୍ଷା ମାନଙ୍କର ଅଭିନ୍ନ ଅଙ୍ଗ”

“ସର୍ଦ୍ଦର ପଟେଲ ଏକ ସଶକ୍ତ, ସମାବେଶୀ, ସମ୍ବେଦନଶୀଳ ଏବଂ ସତର୍କ ରାଷ୍ଟ୍ର ନିର୍ମାଣ ପାଇଁ ଚାହିଁଥିଲେ ।”

“ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଦ୍ୱାରା ଭାରତ, ବାହ୍ୟ ଏବଂ ଆଭ୍ୟନ୍ତରୀଣ, ସମସ୍ତ ପ୍ରକାର ଚାଲେଞ୍ଜକୁ ସମ୍ପୂର୍ଣ୍ଣ ରୂପେ ସମ୍ମୁଖୀନ ହେବାକୁ ସକ୍ଷମ ହୋଇପାରିଛି ।”

ଜଳ, ଆକାଶ ଏବଂ ଭୂମି ଏବଂ ଅନ୍ତରୀକ୍ଷ କ୍ଷେତ୍ରରେ ଦେଶର ସଂକଳ୍ପ ଏବଂ ଦେଶର କ୍ଷମତା ଅଭୂତପୂର୍ବ ତଥା ରାଷ୍ଟ୍ର ଆତ୍ମନିର୍ଭରତାର ଏକ ନୂତନ ମିଶନ ପଥରେ ଆଗକୁ ବଢ଼ିବା ଆରମ୍ଭ କରିଛି ।”

“ଏହି ‘ଆଜାଦୀ କା ଅମୃତ ମହୋତ୍ସବ କାଳ’ ଅଭୂତପୂର୍ବ ବିକାଶ, କଠିନ ଲକ୍ଷ୍ୟକୁ ପ୍ରାପ୍ତ କରିବା ଏବଂ ସର୍ଦ୍ଦାର ସାହେବଙ୍କ ସ୍ୱପ୍ନକୁ ଭାରତ ନିର୍ମାଣ ନିମନ୍ତେ ବିନିଯୋଗ କରାଯାଉଛି ।”

“ଯଦି ସରକାରଙ୍କ ସହିତ ଲୋକମାନଙ୍କ ‘ଗତି ଶକ୍ତି’ ମିଶିଯିବ ତେବେ କୌଣସି କାର୍ଯ୍ୟ
ଆଉ କଠିନ ହୋଇରହିବ ନାହିଁ ।”

Posted On: 31 OCT 2021 10:25AM by PIB Bhubaneshwar

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏକ ଭାରତ ଶ୍ରେଷ୍ଠ ଭାରତଆଦର୍ଶ ନିମନ୍ତେ ନିଜର ଜୀବନ ସମର୍ପିତ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ସର୍ଦ୍ଦାର ପଟେଲ କେବଳ ଇତିହାସରେ ନୁହେଁ, ବରଂ ଦେଶର ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ହିଁ ଜୀବିତ ରହିଛନ୍ତି ଏବଂ ଯେଉଁ ଲୋକମାନେ ଆଜି ଏକତାର ସଂନ୍ଦେଶକୁ ଆଗକୁ ଆଗେଇ ନେଇଯାଉଛନ୍ତି, ସେମାନେ ଏକତାର ଅତୁଟ ଭାବନାର ପ୍ରକୃତ ପ୍ରତୀକ । ସେ କହିଛନ୍ତି ୌ ଦେଶର କୋଣ ଅନୁକୋଈରେ ରାଷ୍ଟ୍ରୀୟ ଏକତା ପରେଡ଼ ଏବଂ ଷ୍ଟାଚୁ ଅଫ୍‍ ୟୁନିଟି ଉପରେ ହେଉଥିବା କାର୍ଯ୍ୟକ୍ରମ ଏହି ଭାବନାକୁ ପ୍ରଦର୍ଶିତ କରୁଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ କେବଳ ଭୌଗୋଳିକ ରୂପେ ଏକ ନୁହେଁ ଅପରନ୍ତୁ ଏହା ଆଦର୍ଶ, ବିଚାର, ସଭ୍ୟତା ଏବଂ ସଂସ୍କୃତିର ଉଦାର ମାନକରେ ପରିପୂର୍ଣ୍ଣ ଏକ ରାଷ୍ଟ୍ର । ସେ କହିଲେ ଯେ ବିଶ୍ୱର ସମଗ୍ର ଭୂଭାଗ ଯେଉଁଠଠାରେ ୧୩୦ କୋଟି ଭାରତୀୟ ବସବାସ କରନ୍ତି, ସେମାନେ ଆମର ଆତ୍ମ, ଆମର ସ୍ୱପ୍ନ ଏବଂ ଆମର ଆକାାର ଅଭିନ୍ନ ଅଙ୍ଗ ।

ଏକ ଭାରତର ଭାବନା ମାଧ୍ୟମରେ ଭାରତର ଗଣତାନ୍ତ୍ରିକ ପରମ୍ପରାକୁ ମଜଭୁତ କରିବା ପ୍ରକ୍ରିୟା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଲକ୍ଷ୍ୟ ପ୍ରାପ୍ତ କରିବା ଦିଗରେ ପ୍ରତ୍ୟେକ ନାଗରିକ ସାମୂହିକ ଭାବେ ପ୍ରୟାସ କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ସର୍ଦ୍ଦାର ପଟେଲ ଏକ ସଶକ୍ତ, ସମାବେଶୀ, ସଂବେଦନଶୀଳ ଏବଂ ସତର୍କ ରାଷ୍ଟ୍ର ଗଠନ ନିମନ୍ତେ ସଦାସର୍ବଦା ଚାହୁଁଥିଲେ । ତାହା ଏଭଳି ଏକ ଭାରତ ଯେଉଁଠାରେ ବିନମ୍ରତା ସହିତ ବିକାଶ ମଧ୍ୟ ରହିଥିବ । ସେ କହିଲେ ଯେ ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଦ୍ୱାରା ଭାରତ, ବାହ୍ୟିକ ଓ ଆଭ୍ୟନ୍ତରୀଣ ପ୍ରତ୍ୟେକ ପ୍ରକାର ଚାଲେଞ୍ଜକୁ ମୁକାବିଲା କରିବା ନିମନ୍ତେ ସଂପୂର୍ଣ୍ଣ ରୂପେ ସକ୍ଷମ ବୋଲି ସାବ୍ୟସ୍ତ କରିପାରିଛି ।

ବିଗତ ସାତ ବର୍ଷ ମଧ୍ୟରେ ଦେଶକୁ ମଜଭୁତ କରିବା ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ଥିବା ଅନେକ ଅନାବଶ୍ୟକ ଆଇନରୁ ମୁକ୍ତି ମିଳିପାରିଛି । ଏକତାର ଆଦର୍ଶକୁ ମଜଭୁତ କରାଯାଇପାରିଛି ଏବଂ କନେକ୍ଟିଭିଟି ଏବଂ ଭିତ୍ତିଭୂମି ଢ଼ାଞ୍ଚା ଉପରେ ଗୁରୁତ୍ୱ ଆରୋପ କରାଯାଇ ଭୌଗୋଳିକ ତଥା ସାଂସ୍କୃତିକ ଦୂରତ୍ୱକୁ ମଧ୍ୟ ହ୍ରାସ କରାଯାଇପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ମଜଭୁତ କରାଯାଇ ସାମାଜିକ, ଆର୍ଥିକ ଏବଂ ସାଂବିଧାନିକ ଏକୀକରଣର ଏକ ମହାଯଜ୍ଞଚଳାଯାଉଛି ଏବଂ ଜଳ, ସ୍ଥ. ଆକାଶ ଏବଂ ଅନ୍ତରୀକ୍ଷ କ୍ଷେତ୍ରରେ ଦେଶର ସଂକଳ୍ପ ତଥା ଦେଶର କ୍ଷମତା ଅଭୂତପୂର୍ବ ବୋଲି ସାବ୍ୟସ୍ତ ହେଇଛି । ଦେଶ ଏବେ ଆତ୍ମନିର୍ଭରତାର ନୂତନ ମିଶନର ପଥରେ ଆଗକୁ ବଢ଼ିବା ଆରମ୍ଭ କରିଛି ।ସେ ଏହି ପ୍ରସଙ୍ଗ ଉପରେ ଜୋର ଦେଇ କହିଲେ ଯେ ସ୍ୱାଧୀନତାର ଅମୃତ କାଳରେ ସବକା ପ୍ରୟାସଆହୁରି ଅଧିକ ପ୍ରାସଙ୍ଗିକ ହୋଇଛି । ସେ କହିଲେ, ‘ସ୍ୱାଧୀନତାର ଅମୃତ କାଳରେ ଅଭୂତପୂର୍ବ ବିକାଶ, କଠିନ ଲକ୍ଷ୍ୟକୁ ପ୍ରାପ୍ତ କରିବା ଏବଂ ସର୍ଦ୍ଦାର ସାହେବଙ୍କ ସ୍ୱପ୍ନର ଭାରତ ନିର୍ମାଣ କାର୍ଯ୍ୟ ଜାରି ରହିଛି ।ପ୍ରଧାନମନ୍ତ୍ରୀ କହିଲେ ଯେ ସର୍ଦ୍ଦାର ପଟେଲଙ୍କ ନିମନ୍ତେ ଏକ ଭାରତର ଅର୍ଥ ସମସ୍ତଙ୍କୁ ସମାନ ଅବସର ମିଳିବା । ପ୍ରଧାନମନ୍ତ୍ରୀ ଏହି ଅବଧାରଣାର ବିସ୍ତୃତ ବ୍ୟାଖ୍ୟା କରି କହିଲେ ଯେ ଏକ ଭାରତଏଭଳି ଏଭ କାରତ ଯେଉଁଠାରେ ମହିଳାମାନଙ୍କୁ, ଦଳିତମାନଙ୍କୁ , ବଞ୍ôଚତମାନଙ୍କୁ, ଆଦିବାସୀମାନଙ୍କୁ ଏବଂ ବନବାସୀମାନଙ୍କୁ ସମାନ ଅବସର ପ୍ରଦାନ ମିଳିପାରିବ । ଯେଉଁଠାରେ ବିନା ଭେଦଭାବରେ ସମସ୍ତଙ୍କୁ ବାସଗୃହ, ବିଜୁଳି ଏବଂ ପାନୀୟ ଜଳର ସୁବିଧା ଉପଲବ୍ଧ ହୋଇପାରିବ । ସେ କହିଲେ ଯେ ଦେଶ ସବକା ପ୍ରୟାସମାଧ୍ୟମରେ ଏହି କାର୍ଯ୍ୟକୁ କରିବାକୁ ସକ୍ଷମ ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ବିରୁଦ୍ଧରେ ଲଢ଼େଇରେ ସବକା ପ୍ରୟାସର ଶକ୍ତିକୁ ଦୋହରାଯାଇପାରିଛି ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ପ୍ରୟାସ ଦ୍ୱାର ନୂତନ କୋଭିଡ଼ ହସପିଟାଲର ନିର୍ମାଣ, ଆବଶ୍ୟକ ଔଷଧର ଆମଦାନି, ପ୍ରତିଷେଧକ ଟିକାର ୧୦୦ କୋଟିରୁ ଅଧିକ ଡୋଜ୍‍ ପ୍ରଦାନ ସମ୍ଭବପର ହୋଇପାରିଛି ।

ସରକାରୀ ବିଭାଗମାନଙ୍କର ସାମୂହିକ ଶକ୍ତିର ଉପଯୋଗ କରିବା ନିମନ୍ତେ ନିକଟରେ ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଗତିଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନର ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଯଦି ସରକାରଙକ ସହିତ ଲୋକମାନଙ୍କୁ ଗତିଶକ୍ତିର ମଧ୍ୟ ଉପଯୋଗ କରାଯିବ, ତେବେ କୌଣସି କାର୍ଯ୍ୟ ଅସମ୍ଭବ ହୋଇ ରହିବନାହିଁ । ସେ କହିଲେ ସେଥି ନିମନ୍ତେ, ଆମର ପ୍ରତ୍ୟେକ କାର୍ଯ୍ୟ ବ୍ୟାପକ ରାଷ୍ଟ୍ରୀୟ ଲକ୍ଷ୍ୟମାନଙ୍କ ବିଚାରକୁ ଦୃଷ୍ଟିରେ ରଖି କରାଯିବା ଉଚିତ । ଏହାର ଏକ ଉଦାହରଣ ପ୍ରଦାନ କରି ସେ କହିଲେ ଯେ ଛାତ୍ରମାନେ ନିଜର ପାଠପଢ଼ା ବିଷୟ ଚୟନ କରିବା ସମୟରେ କ୍ଷେତ୍ର ବିଶିଷ୍ଟ ନବସୃଜନ ଉପରେ ଚିନ୍ତା କରିପାରିବେ କିମ୍ବା ଲୋକମାନେ କୌଣସି ବସ୍ତୁ କ୍ରୟ କରିବା ସମୟରେ ନିଜର ବ୍ୟକ୍ତିଗତ ପସନ୍ଦ ସହିତ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ଧ୍ୟାନରେ ରଖିବା ଜରୁରି । ଏହିଭଳି, ଉଦ୍ଦ୍ୟୋଗ ଜଗତର ଏବଂ କୃଷକମାନେ, ସହକାରୀ ସଂସ୍ଥାନଗୁଡ଼ିକ ନିଜର ନିଷ୍ପତ୍ତି ଗ୍ରହଣ କରିବା ସମୟରେ ଦେଶର ଲକ୍ଷ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ବାଂଛନୀୟ ।

ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନର ଉଦାହରଣ ଦେଇ କହିଲେ ଯେ ସରକାର ଲୋକମାନଙ୍କ ଭାଗୀଦାରୀ ଦେଶକୁ ଶକ୍ତିଶାଳୀ କରିପାରିବ । ନିଜର ବକ୍ତବ୍ୟ ଶେଷରେ ପ୍ରଧାନମନ୍ତ୍ରୀ କହିଲେ ଯେ ଯେତେବେଳେ ଆମେ ଏକ ଭାରତ ଭାବେ ଆଗକୁ ଅଗ୍ରସର ହେବା, ସେତେବେଳେ ଆମକୁ ସଫଳତା ବିଳିପାରିବ ଏବଂ ଏହିଭଳି ଭାବେ ଆମେ ଶ୍ରେଷ୍ଠ ଭାରତ ନିର୍ମାଣ କରିବା ସକାଶେ ଆମର ଯୋଗଦାନ ଦେଇପାରିବା ।

 

*****

SS



(Release ID: 1768569) Visitor Counter : 201