ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ରୋମରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀ ଅବସରରେ ସ୍ପେନର ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
31 OCT 2021 9:48PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ପେନର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ପେଡ୍ରୋ ସାନେଜଙ୍କୁ ରୋମରେ ଅନୁଷ୍ଠିତ ଜି୨୦ ଶିଖର ସମ୍ମିଳନୀ ଅବସରରେ ଅକ୍ଟୋବର ୩୧, ୨୦୨୧ ରେ ସାକ୍ଷାତ କରିଛନ୍ତି ।
୨. ଦୁଇ ନେତା ସ୍ପେନରୁ ୫୬ଟି ସି୨୯୫ ଏୟାରବସ ବିମାନ କିଣିବା ପାଇଁ ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ବଢୁଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଲିଙ୍କକୁ ସ୍ୱାଗତ କରିଛନ୍ତି, ସେଥିମଧ୍ୟରୁ ୪୦ ଟି ‘ମେଡ ଇନ୍ ଇଣ୍ଡିଆ’ ଦ୍ୱାରା ଟାଟା ଆଡଭାନ୍ସ ସିଷ୍ଟମ ସହଯୋଗରେ ନିର୍ମାଣ ହେବ । ଇ-ଗତିଶୀଳତା, ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳ, ଉନ୍ନତ ସାମଗ୍ରୀ ଏବଂ ଗଭୀର ସାମୁଦ୍ରିକ ଅନୁସନ୍ଧାନ ପରି ନୂତନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ବିସ୍ତାର କରିବାକୁ ସେମାନେ ସହମତ ହୋଇଥିଲେ । ଗ୍ରୀନ୍ ହାଇଡ୍ରୋଜେନ୍, ଭିତ୍ତିଭୂମି ଏବଂ ପ୍ରତିରକ୍ଷା ଉତ୍ପାଦନ ସମେତ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଏବଂ ଭାରତର ନେସନାଲ ଇନଫ୍ରାଷ୍ଟ୍ରକଚର ପାଇପ୍ଲାଇନ, ଆସେଟ୍ ମୋନେଟାଇଜେସନ୍ ପ୍ଲାନ ଏବଂ ଗତି ଶକ୍ତି ପ୍ଲାନରୁ ଅଧିକ ଲାଭ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦି ସ୍ପେନକୁ ଆମନ୍ତ୍ରଣ କରିଥିଲେ ।
୩. ଦୁଇ ନେତା ଭାରତ-ଇୟୁ ସମ୍ପର୍କ ସହିତ ଜଳବାୟୁ କାର୍ଯ୍ୟଯୋଜନା ଏବଂ ଆଗାମୀ ସିଓପି୨୬କୁ ଅଗ୍ରାଧିକାର ଭିତ୍ତିରେ ସହଯୋଗ ଉପରେ ଆଲୋଚନା କରିଥିଲେ । ସେମାନେ ଆହୁରି ମଧ୍ୟ ଆଫଗାନିସ୍ତାନ ଏବଂ ଇଣ୍ଡୋ-ପାସିଫିକ୍ ସମେତ ପାରସ୍ପରିକ ସ୍ୱାର୍ଥ, ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଥିଲେ ।
୪. ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ବର୍ଷ ଭାରତରେ ପ୍ରଧାନମନ୍ତ୍ରୀ ସାନେଜଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ।
HS
(ରିଲିଜ ଆଡି: 1768459)
ପରିଦର୍ଶକ କାଉଣ୍ଟର : 281
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam